ETV Bharat / bharat

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, ବ୍ଲକ ସ୍ତରରେ ନିର୍ମାଣ ହେବ ଜନସ୍ୱାସ୍ଥ୍ୟ ଲ୍ୟାବ - Nirmala Sitharaman press conference

ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
author img

By

Published : May 17, 2020, 11:10 AM IST

Updated : May 17, 2020, 4:00 PM IST

12:26 May 17

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, ବ୍ଲକ ସ୍ତରରେ ନିର୍ମାଣ ହେବ ଜନସ୍ୱାସ୍ଥ୍ୟ ଲ୍ୟାବ

ସମସ୍ତ ଜିଲ୍ଲାରେ ସଂକ୍ରମଣ ରୋଗ ବ୍ଲକ ହେବ ଏବଂ ବ୍ଲକ ସ୍ତରରେ ଜନସ୍ବାସ୍ଥ୍ୟ ଲ୍ୟାବ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲା ସ୍ତରରେ ଡାକ୍ତରଖାନାଗୁଡ଼ିକ  ଆତ୍ମନିର୍ଭରଶୀଳ ହେବ । ଲ୍ୟାବ ନେଟୱାର୍କକୁ ମଜବୁତ କରାଯିବ | ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ପ୍ରୋତ୍ସାହିତ କରାଯିବ।

12:14 May 17

ନୂଆ ପବ୍ଲିକ ସେକ୍ଟର ପଲିସି ଆଣିବେ କେନ୍ଦ୍ର ସରକାର

ସରକାର ଏକ ପବ୍ଲିକ ସେକ୍ଟର ନୀତି ଲାଗୁ ନେଇ ଘୋଷଣା କରିବେ। କେଉଁ ସାର୍ବଜନୀନ କ୍ଷେତ୍ର କେଉଁ ରାଜନୈତିକ କ୍ଷେତ୍ରରେ ରହିବ ତାହା ସରକାର ସ୍ଥିର କରିବ। ପ୍ରତ୍ୟେକ ରଣନୀତିକ କ୍ଷେତ୍ରରେ ଅତି କମରେ ଗୋଟିଏ ପବ୍ଲିକ ସେକ୍ଟର କମ୍ପାନୀ ରଖିବାକୁ ସରକାର ଚେଷ୍ଟା କରିବେ। ବେସରକାରୀ କମ୍ପାନୀଗୁଡ଼ିକୁ ମଧ୍ୟ ରଣନୀତିକ କ୍ଷେତ୍ରରେ ପ୍ରବେଶ କରିବାକୁ ସରକାର ଅନୁମତି ଦେବେ। PSU କମ୍ପାନୀଗୁଡିକ ଅନ୍ୟ କ୍ଷେତ୍ରରେ ମିଶ୍ରଣ କରିବେ |

12:09 May 17

ଏକ ବର୍ଷ ପାଇଁ ଦେବାଳିଆ ପ୍ରକ୍ରିୟା ଉପରେ ରୋକ

କମ୍ପାନୀ ଆଇନର ଅଧିକାଂଶ ବ୍ୟବସ୍ଥାକୁ ଡିକ୍ରିମିଲାଲାଇଜ କରାଯିବ। ଦେବାଳିଆ ଘୋଷଣା ପ୍ରକ୍ରିୟା ଏକ ବର୍ଷ ପାଇଁ ନିଷିଦ୍ଧ ହେବ। ତାହା ହେଉଛି ଋଣ ପରିଶୋଧ କରିବାରେ ଅସମର୍ଥତାକୁ ଏକ ବର୍ଷ ପାଇଁ ଇନ୍ସୋଲାନ୍ସିରେ ଅନ୍ତର୍ଭୂକ୍ତ ହେବ ନାହିଁ | କ୍ଷୁଦ୍ର ଶିଳ୍ପଗୁଡିକର ଅସମର୍ଥତାର ପରିମାଣ ଏକ ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରାଯିବ |

12:00 May 17

ପ୍ରତ୍ୟେକ ଶ୍ରେଣୀ ପାଇଁ, ଗୋଟିଏ ଚ୍ୟାନେଲ୍

ଅନଲାଇନ୍ ଶିକ୍ଷା ଉପରେ ସରକାର ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିଟି ଶ୍ରେଣୀ ପାଇଁ ଅଲାଗା ଚ୍ୟାନେଲ ଲଞ୍ଚ କରିବେ। ପିଲାମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ  କାର୍ଯ୍ୟକ୍ରମ ଆରମ୍ଭ ହେବ। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଇ-ବିଷୟବସ୍ତୁ ଅଣାଯିବ ।

11:54 May 17

ମନରେଗା ବଜେଟରେ 40 ହଜାର କୋଟି ବୃଦ୍ଧି

ଗ୍ରାମାଞ୍ଚଳରେ ନିଯୁକ୍ତି ପାଇଁ ମନରେଗା ବଜେଟରେ କେନ୍ଦ୍ର ସରକାର ଏକ ବଡ ବୃଦ୍ଧି କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ମନରେଗାର ବଜେଟ 40 ହଜାର କୋଟି ବୃଦ୍ଧି କରାଯାଇଛି। ପୂର୍ବରୁ ମନରେଗା ବଜେଟ୍ 61 ହଜାର କୋଟି ଥିଲା, ବର୍ତ୍ତମାନ ଏଥିରେ ଆହୁରି 40 ହଜାର କୋଟି ବୃଦ୍ଧି କରାଯାଇଛି |

11:47 May 17

ଅନଲାଇନ୍ ଶିକ୍ଷା ପାଇଁ 12 ଟି ନୂତନ ଚ୍ୟାନେଲ

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଅନଲାଇନ୍ ଶିକ୍ଷା ବ୍ୟବହୃତ ହୋଇଛି। ପୂର୍ବରୁ 3ଟି ସ୍ବୟଂପ୍ରଭା ଡିଟିଏଚ  ଥିଲା । ଏଥିରେ ଆହୁରି 12 ଟି ନୂତନ ଚ୍ୟାନେଲ୍ ଯୋଡାଯାଉଛି | ଲାଇଭ୍ ଇଣ୍ଟରାକ୍ଟିଭ୍ ଚ୍ୟାନେଲ୍ ଯୋଗ କରାଯାଇପାରିବା ନେଇ ପଦକ୍ଷେପ ନିଆଯାଉଛି | 4 ଘଣ୍ଟିଆ ବିଷୟବସ୍ତୁ ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି । ଯାହା ଲାଇଭ ଚ୍ୟାନେଲରେ ଦେଖାଯାଇପାରିବ |

11:46 May 17

'ଶ୍ରମିକଙ୍କୁ 85 ପ୍ରତିଶତ ଟ୍ରେନ ଭଡା ଦେଇଛନ୍ତି ସରକାର'

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲୁଥିବା ଟ୍ରେନ୍ ପାଇଁ କେନ୍ଦ୍ର ସରକାର 85 ପ୍ରତିଶତ ଭଡା ଦେଇଛନ୍ତି। ଟ୍ରେନ ଭିତରେ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଥିଲା। ମନରେଗା, ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, କମ୍ପାନୀ ଅଧିନିୟମ, ବ୍ୟବସାୟ କରିବା ସହଜ ଏବଂ ରାଜ୍ୟ ସରକାର ସମ୍ବଳ ଉପରେ ଧ୍ୟାନ ଦିଆଯିବ | ଇ-ବିଦ୍ୟାଳୟରେ 200ଟି ନୂତନ ପାଠ୍ୟ ପୁସ୍ତକ ଯୋଗ କରାଯାଇଥିଲା ।

11:42 May 17

'ବୃଦ୍ଧ-ଦିବ୍ୟାଙ୍ଗ-ବିଧବାଙ୍କୁ ପଠାଯାଇଛି 2 କୋଟି 81 ଲକ୍ଷ'

କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ 2,807 କୋଟି ଟଙ୍କାକୁ 2 କୋଟି 81 ଲକ୍ଷ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ମୋଟ 3000 କୋଟି ଟ୍ରାନ୍ସଫର କରାଯିବାର ଥିଲା |

11:35 May 17

30 କୋଟିରୁ ଉର୍ଦ୍ଧ୍ବ ଲୋକଙ୍କ ଖାତାକୁ ପଠାଯାଇଛି ଟଙ୍କା: ସୀତାରମଣ

ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଗାରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଟେକ୍ନୋଲୋଜିକୁ ବ୍ୟବହାର କରିବା ଦ୍ବାରା ନଗଦ ଅର୍ଥର ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର କରିବାରେ ସକ୍ଷମ ହୋଇଛନ୍ତି ସରକାର | 2,000 ଟଙ୍କାର ଏକକାଳୀନ ନଗଦ ଟ୍ରାନ୍ସଫର 8.19 କୋଟି ଚାଷୀଙ୍କ ନିକଟରେ ପହଞ୍ଚିଛି ଏବଂ ଏହାର ମୋଟ ମୂଲ୍ୟ 16,394 କୋଟି ଅଟେ।

11:31 May 17

ସଙ୍କଟ ସମୟରେ ରାଜ୍ୟଗୁଡିକର ପ୍ରୟାସକୁ ପ୍ରସଂଶା କଲେ ସୀତାରମଣ

ଅର୍ଥମନ୍ତ୍ରୀ କହିଛନ୍ତି ଯେ 3 ମାସ ପୂର୍ବରୁ ହିତାଧିକାରୀଙ୍କୁ ଆଗୁଆ ଡାଲି ଯୋଗାଇଦିଆଯାଇଛି । ସଙ୍କଟ ସତ୍ତ୍ବେ ଲୋକଙ୍କ ଡାଲି ଓ ଚାଉଳ ବାଣ୍ଟିଥିବାରୁ FCI, NAFED ଓ ରାଜ୍ୟଗୁଡିକର ପ୍ରୟାସକୁ ପ୍ରଂଶସା କରିଛନ୍ତି ସୀତାରମଣ ।

11:25 May 17

'ଗରିବଙ୍କ ସହଯୋଗ କରିବା ପାଇଁ ହୋଇଛି ପ୍ରୟାସ'

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗରିବଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଏହା ବ୍ୟତିତ କ୍ୟାମ୍ପରେ ରହୁଥିବା ଲୋକଙ୍କ ପର୍ଯ୍ୟନ୍ତ ସାହାଯ୍ୟ ପହଞ୍ଚାଯାଉଛି । ମୋଟ 20 କୋଟି ଜନଧନ ଖାତାକୁ ପଇସା ପଠାଯାଇଛି । ହାତାଧିକାରୀଙ୍କୁ ସିଧାସଳଖ ଟଙ୍କା ପଠାଯାଉଛି । 16,394 କୋଟି ଟ୍ରନ୍ସଫର କରାଯାଇଛି । 6.81 କୋଟି ଉଜ୍ବଳା ଗ୍ୟାସ ବଣ୍ଟାଯାଇଛି ।

11:19 May 17

ଆତ୍ମନିର୍ଭର ଭାରତର ରୋଡ ମ୍ୟାପ ବିଷୟରେ କହୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ସହ ଜଡିତ ପଞ୍ଚମ ତଥା ଶେଷ ରାଉଣ୍ଡର ଘୋଷଣା କରୁଛନ୍ତି । ଅର୍ଥମନ୍ତ୍ରୀ କହିଲେ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିପଦକୁ ସୁଯୋଗରେ ବଦଳାଇବା ପାଇଁ ଏହି ଆର୍ଥଇକ ପ୍ୟାକେଜର ଘୋଷଣା ହୋଇଛି । ଏହି ପ୍ୟାକେଜ ଲ୍ୟାଣ୍ଡ୍‌, ଲେବର, ଲ' ଏବଂ ଲିକ୍ବିଡିଟି ଉପରେ ଜୋର ଦିଆଯାଇଛି ।

10:18 May 17

‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ଶେଷ ରାଉଣ୍ଡ, ପଢନ୍ତୁ ଅପଡେଟ

ମହାମାରୀ କୋରୋନାର ଆତଙ୍କ ମଧ୍ୟରେ ଦେଶକୁ  ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଘୋଷଣା କରାଯାଇଥିବା 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ସବିଶେଷ ତଥ୍ୟ ଦେଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆର୍ଥିକ ପ୍ୟାକେଜ୍‌ ଘୋଷଣା ପରେ ପଞ୍ଚମ ତଥା ଶେଷ ଥର ପାଇଁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ ।

Last Updated : May 17, 2020, 4:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.