ETV Bharat / bharat

NIRF-2020 ରାଙ୍କିଂ ତାଲିକା: ଟପ 100ରେ ଓଡିଶାର ଅନେକ କଲେଜ ଓ ବିଶ୍ବବିଦ୍ୟାଳୟ

author img

By

Published : Jun 11, 2020, 7:55 PM IST

NIRF ଭାରତ ରାଙ୍କିଙ୍ଗ 2020 ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ 9 ଟି ବିଭିନ୍ନ ବର୍ଗ ପାଇଁ ଶ୍ରେଷ୍ଠ 3 ସ୍ଥାନ ଘୋଷଣା କରିଛନ୍ତି ।

NIRF Rankings 2020 announced
NIRF ଭାରତ ରାଙ୍କିଙ୍ଗ-2020 ଘୋଷଣା

ହାଇଦ୍ରାବାଦ: NIRF ଭାରତ ରାଙ୍କିଙ୍ଗ 2020 ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ 9ଟି ବିଭିନ୍ନ ବର୍ଗ ପାଇଁ ଶ୍ରେଷ୍ଠ 3 ସ୍ଥାନ ଘୋଷଣା କରିଛନ୍ତି । ଚଳିତ ବର୍ଷ ଡେଣ୍ଟାଲ୍ କଲେଜ ମଧ୍ୟ ସଂଯୋଗ କରାଯାଇଛି । ଦିଲ୍ଲୀର MAMC ପ୍ରଥମ ସ୍ଥାନରେ ରହିଛି । ଓଭରଅଲ୍ ବର୍ଗରେ ଆଇଆଇଟି ମାଡ୍ରାସ, ଆଇଏସସି ବାଙ୍ଗାଲୁରୁ ଓ ଆଇଆଇଟି ଦିଲ୍ଲୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛି ।

ଇଞ୍ଜିନିୟରିଂ କଲେଜ ଗୁଡିକରେ ମଧ୍ୟ ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ନିଜର ଟପ୍ 3 ସ୍ଥିତି ବଜାୟ ରଖିଛନ୍ତି । ଏହି ରାଙ୍କିଙ୍ଗରେ ଓଡିଶାର ସ୍ଥାନ ମଧ୍ୟ ରହିଛି । ଶ୍ରେଷ୍ଠ 100 ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡିଶାର 4ଟି ଯଥା, 32ତମ ସ୍ଥାନରେ ନିଟ୍ ରାଉରକେଲା, 38ତମ ସ୍ଥାନରେ ସୋଆ, 44ତମ ସ୍ଥାନରେ କିଟ୍ ଓ 56ତମ ସ୍ଥାନରେ ଆଇଆଇଟି ଭୁବନେଶ୍ବର ରହିଛି ।

ସେହି ଭଳି ଶ୍ରେଷ୍ଠ 100 ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡିଶାର 3ଟି ବିଶ୍ବବିଦ୍ୟାଳୟ ସାମିଲ ହୋଇଛି । 20ତମ ସ୍ଥାନରେ ସୋଆ, 24ତମ ସ୍ଥାନରେ କିଟ୍ ବିଶ୍ବବିଦ୍ୟାଳୟ ଓ 96ସ୍ଥାନରେ ଉତ୍କଳ ବିଶ୍ବବିଦ୍ୟାଳୟ ରହିଛି । ଅନ୍ୟପକ୍ଷେ ଶ୍ରେଷ୍ଠ 200ଟି ଇଞ୍ଜିନିୟରିଂ କଲେଜ ମଧ୍ୟରୁ ଓଡିଶାର 7ଟି କଲେଜ ସାମିଲ ହୋଇଛି । 16ତମ ସ୍ଥାନରେ ନିଟ୍ ରାଉରକେଲା, 22ତମ ସ୍ଥାନରେ ଆଇଆଇଟି ଭୁବନେଶ୍ବର, 34ତମ ସ୍ଥାନରେ ସୋଆ ବିଶ୍ବବିଦ୍ୟାଳୟ, 42ତମ ସ୍ଥାନରେ କିଟ୍ ବିଶ୍ବବିଦ୍ୟାଳୟ, 93ତମ ସ୍ଥାନରେ ସିଭି ରମଣ କଲେଜ, 119ତମ ସ୍ଥାନରେ ଭିସୁଟ୍, 179ତମ ସ୍ଥାନରେ ଏସଆଇଟି ଭୁବନେଶ୍ବର ରହିଛି ।

ଟପ୍ କଲେଜ ବର୍ଗ ମଧ୍ୟରେ ମିରାଣ୍ଡା ହାଉସ୍ ଓ ହିନ୍ଦୁ କଲେଜ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛି । ଆଇଆଇଏମ୍ ବାଙ୍ଗାଲୋର ଦେଶର ଟପ୍ ଏମବିଏ କଲେଜ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.