ETV Bharat / bharat

ନିର୍ଭୟା ଦୋଷୀଙ୍କୁ ଫାଶୀ, କଣ କରୁଛି ନାବଳକ ଦୋଷୀ ?

author img

By

Published : Mar 20, 2020, 4:42 PM IST

ନିର୍ଭୟାର ଏହି ଷଷ୍ଠ ଦୋଷୀ ଜଣକ କିଭଳି ଦେଖାଯାଏ, ଏହା କାହାକୁ ବି ଜଣାନାହିଁ । 2012 ଡିସେମ୍ବର 16 ରାତିର ଘଟିଥିବା ସେହି ଛାତିଧରା ଘଟଣାର ଏହି ନାବାଳକ ଜଣଙ୍କୁ ଆଜିଯାଏଁ କେହି ଦେଖିପାରି ନାହାନ୍ତି ।

juvenile convict
କେଉଁଠି ନିର୍ଭୟାର ନାବଳକ ଦୋଷୀ ?

ନୂଆଦିଲ୍ଲୀ: ଶେଷରେ ନିଜ କୁକର୍ମର ଦଣ୍ଡ ପାଇଲେ ନିର୍ଭୟା ଦୋଷୀ । ଶୁକ୍ରବାର 5.30ରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର 4 ସୈତାନଙ୍କୁ(ପୱନ, ବିନୟ, ମୁକେଶ ଓ ଅକ୍ଷୟ)ଙ୍କୁ ଫାଶୀ ଖୁଣ୍ଟରେ ଝୁଲା ହୋଇସାରିଛି । ହେଲେ ଆପଣଙ୍କୁ ମନେଥିବ,ଏହି ଜଘଣ୍ୟ କାଣ୍ଡରେ ଆଉ 2ଜଣ ମଧ୍ୟ ଅଭିଯୁକ୍ତ ଥିଲେ । ଜଣେ ବସ ଚାଳକ ରାମ ସିଂହ ଥିବାବେଳେ ସେ ସେହି ସମୟରେ ଜେଲରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା । ଆଉ ଅନ୍ୟ ଜଣକ ଥିଲା ଜଣେ ନାବାଳକ ।

ଯାହାର କାଣ୍ଡ ସବୁଠୁ ଘୃଣ୍ୟ ଥିଲା । ଯିଏ ଅନ୍ୟ ଦୋଷୀଙ୍କ ଭଳି ଏହି ଅପରାଧରେ ସମାନ ଭାଗୀଦାରି ହୋଇ ମଧ୍ୟ ଆଇନ ହାତରେ ବନ୍ଧା ହୋଇ ମୁକୁଳିଛି । କାରଣ ସେ ସେହି ସମୟରେ ନାବାଳକ ଥିଲା । ନିର୍ଭୟାର ଏହି ଷଷ୍ଠ ଦୋଷୀ ଜଣକ କିଭଳି ଦେଖାଯାଏ, ଏହା କାହାକୁ ବି ଜଣାନାହିଁ । 2012 ଡିସେମ୍ବର 16 ରାତିର ଘଟିଥିବା ସେହି ଛାତିଧରା ଘଟଣାର ଏହି ନାବାଳକ ଜଣଙ୍କୁ ଆଜିଯାଏଁ କେହି ଦେଖିପାରି ନାହାନ୍ତି ।

ରୋଷେୟା ଭାବେ ନୂଆ ଜୀବନର ଆରମ୍ଭ

ନିର୍ଭୟାର ସେହି ନାବାଳକ ଦୋଷୀଙ୍କୁ ପୋଲିସ ପ୍ରଶାସନ ନୂଆ ନାମ ଦେଇ ସାଉଥ ଇଣ୍ଡିଆକୁ ପଠାଇ ଦେଇଥିବା କୁହାଯାଉଛି । ଏବେ ସେଠାରେ ସେ ଜଣେ ରୋଷେୟା ଭାବେ କାମ କରି ନିଜ ନୂଆ ଜୀବନ ଆରମ୍ଭ କରିଛି । ଭୋଜନ ତିଆରି କରିବାର କଳା ସେ ଜୁଭେନାଇଲ ଜେଲରେ 3 ବର୍ଷ ରହିବା ସମୟରେ ହିଁ ଶିଖିଥିଲା । ସେହି ସମୟରେ ଏନେଇ ଜଣେ ପୋଲିସ ଅଧିକାରୀ କହିଥିଲେ ଯେ, ନାବାଳକ ଦୋଷୀ ଜଣଙ୍କୁ ଦିଲ୍ଲୀରୁ ବହୁତ ଦୂରକୁ ପଠାଇ ଦିଆଯାଇଛି । ତାକୁ କାମରେ ରଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ନାବାଳକର ଅତୀତ ସମ୍ପର୍କରେ କିଛି ବି କୁହାଯାଇ ନାହିଁ ।

ମାତ୍ର 3 ବର୍ଷର ଜେଲ ଦଣ୍ଡାଦେଶ

4 ଜଣ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ 7 ବର୍ଷରୁ ଅଧିକ ସମୟ ଲାଗିଯାଇ ଥିବାବେଳେ ସେଦିନର ସେ ଲୋମଟାଙ୍କୁରା ଘଟଣା ସମୟରେ ସେ ନାବାଳକ ହୋଇଥିବା କାରଣରୁ ଜୁଭେନାଇଲ କୋର୍ଟ ମାତ୍ର 3 ବର୍ଷ ପାଇଁ ବାଳ ସୁଧାର ଗୃହକୁ ନାବାଳକ ଜଣଙ୍କୁ ପଠାଇ ଦେଇଥିଲେ । ମାତ୍ର ଏବେ ସେ ମୁକ୍ତ ଥିବାବେଳେ କେଉଁଠି ଅଛି, ଏହା କାହାକୁ ବି ଜଣାନାହିଁ ।

ସବୁଠୁ ଅଧିକ ପାଶବିକ କାର୍ଯ୍ୟ ଥିଲା ନାବାଳକର

ସେଦିନ ସେହି ରାତିରେ ନିର୍ଭୟା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଏହି ନାବାଳକ ଜଣକ ଡାକି ବସରେ ବସିବାକୁ କହିଥିଲେ । ସେ ବସିଥିବା ବସ ଏକ ସ୍କୁଲ ବସ ଥିଲା । ଏହି ନାବାଳକ ଜଣକ ହିଁ ଲୁହା ରଡରେ ନିର୍ଭୟାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଆକ୍ରମଣ କରିବାରୁ ସଂକ୍ରମଣ କାରଣରୁ ହିଁ ନିର୍ଭୟାର ମୃତ୍ୟୁ ହୋଇଥିବା କୁହାଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.