ନୂଆଦିଲ୍ଲୀ: ଦୀର୍ଘ ଦିନ ପ୍ରତୀକ୍ଷାର ଘଟିଛି ଅନ୍ତ । ଶେଷରେ ନିର୍ଭୟାକୁ ମିଳିଛି ନ୍ୟାୟ । ଦୀର୍ଘ ସାତ ବର୍ଷ ପରେ ନିର୍ଭୟା ମାମଲାର 4 ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇଛି । ଶୁକ୍ରବାର ଭୋର 5.30ରେ ତିହାର ଜେଲରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି 4 ନିର୍ଭୟା ଦୋଷୀ । ଏପଟେ ନିର୍ଭୟା ଚାରି ଦୋଷୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଦୀନଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ପଠାଯାଇଛି ।
ସେଠାରେ ଡ. ବି.ଏନ୍ ମିଶ୍ରଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଡାକ୍ତର ଟିମ୍ ମୃତଦେହକୁ ବ୍ୟବଚ୍ଛେଦ କରିବେ । ଏଥିସହ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଏକ ଭିଡିଓ ରେକର୍ଡିଂ ମଧ୍ୟ କରାଯିବ |