ETV Bharat / bharat

ନିର୍ଭୟା ଦୋଷୀ ମୁକେଶର ସଙ୍ଗୀନ ଅଭିଯୋଗ, ଯୌନ ନିର୍ଯ୍ୟାତନା ଦିଆଯାଇଥିବା ଆରୋପ - ନିର୍ଭୟା ଦୋଷୀ ମୁକେଶର ସଙ୍ଗୀନ ଅଭିଯୋଗ

ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ମୁକେଶ ସିଂହକୁ ଜେଲରେ ଯୌନ ଉତ୍ପୀଡନ ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି ମୁକେଶର ଓକିଲ ଅଞ୍ଜନା ପ୍ରକାଶ । ଅଧିକ ପଢନ୍ତୁ...

convict mukesh
ଫାଇଲ ଫଟୋ
author img

By

Published : Jan 29, 2020, 2:01 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ମୁକେଶ ସିଂହକୁ ଜେଲରେ ଯୌନ ଉତ୍ପୀଡନ ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି ମୁକେଶର ଓକିଲ ଅଞ୍ଜନା ପ୍ରକାଶ । ଅଭିଯୋଗ ଅନୁସାରେ, ମୁକେଶଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଛି ଓ ନିର୍ଯ୍ୟାତନା ଦେବା ସମୟରେ ଜେଲ ଅଧିକାରୀ ମଧ୍ୟ ଉପସ୍ଥିତ ଥିବା ଯାଚିକାରେ ଉଲ୍ଲେଖ କରାଯାଇଛି ।

ଓକିଲ ଅଞ୍ଜନା ପ୍ରକାଶ ସୁପ୍ରିମକୋର୍ଟରେ କହିଥିଲେ,‘ ମୁକେଶଙ୍କୁ ସେହି ସମୟରେ ହସ୍ପିଟାଲ ନିଆଯାଇନଥିଲା ପରେ ଦିନ ଦୟାଲ ଉପାଧ୍ୟୟ ହସ୍ପିଟାଲ ନିଆଯାଇଥିଲା । ’ ତେବେ ଏନେଇ ସୁପ୍ରିମକୋର୍ଟ ବୁଧବାରକୁ ରାୟ ପ୍ରକାଶ କରିବ । ମୁକେଶର ଦୟା ଯାଚିକା ଖାରଜକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲାର ଶୁଣାଣି 3 ଜଣିଆ ଖଣ୍ଡପୀଠ ଯଥା, ବିଚାରପତି ଆର୍ ଭାନୁମତୀ, ଏ ଏସ ବୋପନ୍ନା ଓ ଅଶୋକ ଭୂଷଣ ସାମିଲ ଅଛନ୍ତି ।

ଏହା ବ୍ୟତିତ ମୁକେଶର ଓକିଲ ମୁକେଶର ଭାଇ ରାମ ସିଂହର ଆତ୍ମହତ୍ୟାକୁ ମଧ୍ୟ ଖାରଜ କରିଥିଲେ ଓ ରାମ ସିଂହକୁ ହତ୍ୟା କରାଯାଇଥିବା କୋର୍ଟରେ କହିଥିଲେ । ରାମ ସିଂହର ଗୋଟେ ହାତ 94 ପ୍ରତିଶତ ଖରାପ ଥିଲା, ଏଥିରେ ସେ କେମିତି ଆତ୍ମହତ୍ୟା କରିବ ବୋଲି ପ୍ରଶ୍ନ କରିଥିଲେ । ମୁକେଶ ଏନେଇ ଏଫଆଇଆର ଦେବାକୁ ବି ଚାହୁଁଥିଲେ । ତିହାର ଜେଲ ପ୍ରଶାସନ ଉପରେ ଆରୋପ ଆଣି ଓକିଲ କହିଥିଲେ କି, ମୁକେଶର କ୍ୟୁରେଟିଭ୍ ପିଟିସନ ଖାରଜ ହେବା ପୂର୍ବରୁ ହିଁ ତାଙ୍କୁ ଏକୁଟିଆ ଗୋଟେ କାରାଗାରରେ ରଖାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.