ETV Bharat / bharat

ଏକାଠି ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଅପରାଧୀ: ସରିଲା ସୁଡଙ୍ଗ ନିର୍ମାଣ କାମ - ଏକାଠି ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଅପରାଧୀ

ଏକାସାଙ୍ଗରେ ନିର୍ଭୟାର ଚାରି ଅପରାଧୀଙ୍କୁ ଫାଶୀ ଦିଆଯିବ । 4 ଜଣଙ୍କୁ ଏକାସାଙ୍ଗରେ ଫାଶୀଖୁଣ୍ଟରେ ଝୁଲାଇବାରେ ତିହାର ଭାରତର ପ୍ରଥମ ଜେଲ ହେବାକୁ ଯାଉଛି । ଅଧିକ ପଢନ୍ତୁ...

all four convicts can be hanged together in tihar jail
ଡିଜାଇନ ଫଟୋ
author img

By

Published : Jan 1, 2020, 5:28 PM IST

ନୂଆଦିଲ୍ଲୀ: ଦେଶକୁ ସ୍ତବ୍ଧ କରିଦେଇଥିବା ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ 4 ଦୋଷୀଙ୍କୁ ଏବେ ଫାଶୀ ଫାଶ ଅପେକ୍ଷା କରିଛି । ‘ସଜା-ଏ-ମୌତ’ ଦେବା ପାଇଁ ତିହାର ଜେଲରେ ପ୍ରସ୍ତୁତି ଶେଷ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଏକାସାଙ୍ଗରେ ଚାରି ଅପରାଧୀଙ୍କୁ ଫାଶୀ ଦିଆଯିବ । 4ଜଣଙ୍କୁ ଏକାସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଇବାରେ ତିହାର ଭାରତର ପ୍ରଥମ ଜେଲ ହେବାକୁ ଯାଉଛି ।

ସୂଚନା ଅନୁସାରେ ତିହାରରେ ଚାରି ଅପରାଧୀଙ୍କୁ ଫାଶୀ ଦେବା ପାଇଁ 4ଟି କାଠଫଳକ ତିଆରି କାମ ଶେଷ ହୋଇଛି । ପୂର୍ବରୁ ଫାଶୀ ପାଇଁ ଗୋଟିଏ କାଠଫଳକରେ ଅପରାଧୀଙ୍କୁ ଛିଡା କରାଇ ଫାଶୀ ଦିଆଯାଉଥିଲା । ତିହାର ଜେଲରେ କାଠଫଳକ ତିଆରି କରିବା କାମ ପୂର୍ତ୍ତ ବିଭାଗ (PWD) ସୋମବାର ଶେଷ କରିଥିବା ସୂଚନା ରହିଛି । ତିହାର ଜେଲ ସୂତ୍ର ଅନୁସାରେ ଏହି କାମ ସମ୍ପୂର୍ଣ୍ଣ କରିବା ପାଇଁ ଜେଲ ଭିତରକୁ ଜେସିବି ମେସିନ ପଠାଯାଇଥିଲା ।

ଜେସିବି ମେସିନ ସହାୟତାରେ ତିନୋଟି ନୂଆ ଫାଶୀ ପାଇଁ କାଠଫଳକ ଓ ସୁଡଙ୍ଗ ନିର୍ମାଣ କରାଯାଇଛି । ସୂତ୍ର ଅନୁସାରେ ଫାଶୀ କାଠଫଳକ ତଳେ ମଧ୍ୟ ଏକ ସୁଡଙ୍ଗ ନିର୍ମାଣ କରାଯାଇଛି । ବର୍ତ୍ତମାନ ତିନୋଟି ନୂଆ ଫାଶୀ କାଠଫଳକ ସହ ପୁରୁଣା କାଠ ଫଳକକୁ ବଦଳାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, 6 ଡିସେମ୍ବର 2012ରେ ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ଚାରି ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଅନ୍ତିମ ପ୍ରସ୍ତୁତି ଜାରି ରହିଛି । ଅକ୍ଷୟ, ପବନ, ବିନୟ ଓ ମୁକେଶଙ୍କ ଡେଥ ୱାରେଣ୍ଟ ପଟିଆଲା ହାଉସ କୋର୍ଟରେ 7 ଜାନୁଆରୀରେ ଶୁଣାଣି ହେବ । ସମସ୍ତ ଚାରି ଅପରାଧୀ ଦୟା ଯାଚିକା ଆବେଦନ କରିବା ପାଇଁ ତିହାର ଜେଲ ପ୍ରଶାସନକୁ ଲିଖିତ ଭାବରେ ଅବଗତ କରାଇଛନ୍ତି । ମିଳିଥିବା ସୂଚନା ଅନୁସାରେ 19 ଡିସେମ୍ବରରେ ଅପରାଧୀଙ୍କ ପୁନର୍ବିଚାର ଯାଚିକା ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏହାର 1 ମାସ ଭିତରେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରାଯାଇପାରିବ। ପରେ ଅପରାଧୀଙ୍କ ପାଇଁ ମୃତ୍ୟୁଦଣ୍ଡ ଖାରଜ ପାଇଁ ଦୟା ଯାଚିକା ଅନ୍ତିମ ବିକଳ୍ପ ରହିବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.