ETV Bharat / bharat

ସମସ୍ତଙ୍କ ପରି କନ୍ୟାଦାନର ସ୍ବପ୍ନ ଦେଖିଥିଲେ ନିର୍ଭୟାଙ୍କ ବାପା - nirbhaya father badrinath shared memory

ଫାଶୀ ଖୁଣ୍ଟରେ ଝୁଲି ସାରିଛନ୍ତି ନିର୍ଭୟାର 4 ଦୋଷୀ । 7 ବର୍ଷର ସଂଘର୍ଷ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଯାହାକୁ ନେଇ ନିର୍ଭୟାଙ୍କ ବାପା ଓ ମାଙ୍କ ମୁହଁରେ ହସ ଫୁଟିଛି । କିନ୍ତୁ ନିଜ ଝିଅକୁ ନେଇ ବାପା ବଦ୍ରିନାଥ ବହୁ ସ୍ବପ୍ନ ଦେଖିଥିଲେ । ଯାହାକୁ ନେଇ ସେ ଦୁଃଖପ୍ରକାଶ କରିଛନ୍ତି ।

nirbhaya case
ନିଜ ଝିଅକୁ ନେଇ ଏହି ସବୁ ସ୍ବପ୍ନ ଦେଖିଥିଲେ ନିର୍ଭୟାଙ୍କ ବାପା
author img

By

Published : Mar 21, 2020, 10:47 AM IST

ନୂଆଦିଲ୍ଲୀ: ଫାଶୀ ଖୁଣ୍ଟରେ ଝୁଲି ସାରିଛନ୍ତି ନିର୍ଭୟାର 4 ଦୋଷୀ । 7 ବର୍ଷର ସଂଘର୍ଷ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଯାହାକୁ ନେଇ ନିର୍ଭୟାଙ୍କ ବାପା ଓ ମାଙ୍କ ମୁହଁରେ ହସ ଫୁଟିଛି । କିନ୍ତୁ ନିଜ ଝିଅକୁ ନେଇ ବାପା ବଦ୍ରିନାଥ ଅନେକ ସ୍ବପ୍ନ ଦେଖିଥିଲେ । ଯାହାକୁ ନେଇ ସେ ଦୁଃଖପ୍ରକାଶ କରିଛନ୍ତି ।

ନିର୍ଭୟାଙ୍କ ବାପା ଓ ମା ବହୁ ସାକ୍ଷାତକାରରେ କହିଛନ୍ତି କି, ନିର୍ଭୟାକୁ ନେଇ ସବୁ ବାପା ଓ ମାଙ୍କ ପରି ଆମ ମନରେ ବହୁ ସ୍ବପ୍ନ ଥିଲା । କିନ୍ତୁ ନିଜ ଝିଅକୁ ହରାଇବା ପରେ ତାଙ୍କର ସବୁ ଇଚ୍ଛା ମରିଗଲା । ନିର୍ଭୟାଙ୍କ ବାପା ବଦ୍ରିନାଥ ଗୋଟିଏ ପଟେ ନିଜ ଝିଅକୁ ନ୍ୟାୟ ମିଳିଥିବାରୁ ବହୁତ ଖୁସିଥିବା ବେଳେ ଅନ୍ୟପଟେ ନିଜ ଝିଅର କନ୍ୟାଦାନ କରିପାରିଲେନିନ ବୋଲି ଦୁଃଖ ପ୍ରକାଶ କରିଛନ୍ତି ।

ଏଥିସହ ସେ କହିଛନ୍ତି, ଆମେ ଯେତେବେଳେ ସମ୍ପର୍କୀୟଙ୍କ ଫଙ୍କସନରେ ସାମିଲ ହେଉ ସେତେବେଳେ ଆମେ ନିର୍ଭୟାକୁ ବହୁତ ମନେ ପକାଇଥାଉ । ଆମେ ନିଜକୁ ପ୍ରତିଦିନ ଏଥିପାଇଁ ଦୋଷ ଦେଇଥାଉ କି ଆମେ ଯାହା ହେବାକୁ ଚାହୁଁଥିଲୁ ତାହା ହୋଇପାରିଲୁ ନାହିଁ । ଏଥିସହ ମୁଁ ଏକ ଭଲ ପିତା ହେବାର କର୍ତ୍ତବ୍ୟ ସଠିକ ଭାବରେ ତୁଲାଇ ପାରିଲିନାହିଁ ବୋଲି ମଧ୍ୟ ଭାବିଥାଏ ।

ଏଥିସହ ଆମେ ନିଜ ଝିଅର ବିବାହ କରିପାରିଲୁ ନା ଆମକୁ ନାତୀନାତୁଣୀ ଖେଳାଇବାର ସୁଖ ମିଳିଲା । ଏହିପରି ନିଜ କୋହଭରା କଣ୍ଠରେ ନିଜ ଦୁଃଖ ବଖାଣିଛନ୍ତି ନିର୍ଭୟାଙ୍କ ବାପା ବଦ୍ରିନାଥ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.