ETV Bharat / bharat

ମୃତ୍ୟୁ ଦଣ୍ଡାଦେଶ: ଗାଇଡ ଲାଇନ ଜାରି କଲେ ସୁପ୍ରିମକୋର୍ଟ - ସୁପ୍ରିମକୋର୍ଟ ଗାଇଡ ଲାଇନ

ଫାଶୀକୁ ନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଜାରି । ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ହୋଇଥିବା ଅପିଲର 6 ମାସ ମଧ୍ୟରେ ସୁପ୍ରମିକୋର୍ଟରେ ଶୁଣାଣି କରାଯିବାକୁ ଏହି ଗାଇଡଲାଇରେ କୁହାଯାଇଛି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟ ଜାରି କଲେ ଫାଶୀର ଗାଇଡ ଲାଇନ
ସୁପ୍ରିମକୋର୍ଟ ଜାରି କଲେ ଫାଶୀର ଗାଇଡ ଲାଇନ
author img

By

Published : Feb 14, 2020, 11:02 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀରେ ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି ଗାଇଡ ଲାଇନ ଜାରି କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ହୋଇଥିବା ଅପିଲର 6 ମାସ ମଧ୍ୟରେ ସୁପ୍ରମିକୋର୍ଟରେ ଶୁଣାଣି କରାଯିବାକୁ ଏହି ଗାଇଡଲାଇରେ କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ, ହାଇକୋର୍ଟ କାହାକୁ ମୃତ୍ୟୁ ଦଣ୍ଡାଦେଶ ଦେଲେ, ଯଦି ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଏ, ତେବେ 6ମାସ ମଧ୍ୟରେ ମାମଲାକୁ 3 ଜଣିଆ ଖଣ୍ଡପୀଠ ଶୁଣାଣି ପାଇଁ ସୁଚୀବଦ୍ଧ କରାଯିବ । ମାମଲା ସୂଚୀବଦ୍ଧ ହେବାପରେ ରେଜେଷ୍ଟ୍ରି ଏ ସମ୍ପର୍କରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିବା ଅଦାଲତକୁ ସୂଚନା ଦେବେ । ଏହାର 60 ଦିନ ମଧ୍ୟରେ ମାମଲା ସମ୍ବନ୍ଧିତ ସମସ୍ତ ରେକର୍ଡ ସୁପ୍ରିମକୋର୍ଟ ପଠାଯିବ ।

ସେହିପରି ରେଜେଷ୍ଟ୍ରି ପକ୍ଷକାରଙ୍କୁ ଅତିରିକ୍ତ ଦଲିଲ ପାଇଁ 30 ଦିନର ଅତିରିକ୍ତ ସମୟ ଦିଆଯାଇପାରେ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପ୍ରକ୍ରିୟା ପୁରା ନ ହୁଏ, ତେବେ ମାମଲାକୁ ରେଜିଷ୍ଟାର ପାଖରେ ନୁହେଁ ବରଂ ବିଚାରପତିଙ୍କ କୋଠରୀରେ ସୂଚୀବଦ୍ଧ କରାଯିବ । ବିଚାରପତି ହିଁ ଏହାର ନିର୍ଦ୍ଦେଶ ଜାରି କରିବେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.