ETV Bharat / bharat

ଫାଶୀଖୁଣ୍ଟରୁ ବଞ୍ଚିବା ପାଇଁ ନିର୍ଭୟା ଦୋଷୀଙ୍କ ନୂଆ ଚାଲ

author img

By

Published : Mar 6, 2020, 5:54 PM IST

ନିର୍ଭୟା ଗଣଦୁଷ୍କର୍ମ ମାମଲାର 4 ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଚତୁର୍ଥ ଡେଥ ୱାରେଣ୍ଟ ଜାରି ହୋଇଛି । ହେଲେ ଫାଶୀତାରିଖ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହ ।

nirbhaya-case
ନିର୍ଭୟା ଗଣଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର 4 ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଚତୁର୍ଥ ଡେଥ ୱାରେଣ୍ଟ ଜାରି ହୋଇଛି । ଆସନ୍ତା ୨୦ ତାରିଖରେ ଫାଶୀ ଦେବାକୁ ଧାର୍ଯ୍ୟ ହୋଇଥିବାବେଳେ ଆଇନ୍‌ ପ୍ରକ୍ରିୟାକୁ ଅସ୍ତ୍ର କରି ପୁଣିଥରେ ଏହାକୁ ଟାଳିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଦୋଷୀଙ୍କ ଓକିଲ ସେମାନଙ୍କ ଫାଶୀଦଣ୍ଡକୁ ଘୁଞ୍ଚାଇବା ପାଇଁ ଆଉ ଗୋଟିଏ ଖେଳ ଖେଳିଛନ୍ତି । ମୁକେଶ ସିଂହ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ପୁଣିଥରେ କରିବା ପାଇଁ ସୁପ୍ରିମକୋର୍ଟରେ ଅନୁମତି ମାଗିଛି ।

ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହ ଶୁକ୍ରବାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମୁକେଶ ସିଂହ ଲାଗି ଏକଦା ଏହି ମାମଲାର ଆମିକସ କ୍ୟୁରୀ ଥିବା ବୃନ୍ଦା ଗ୍ରୋଭର ତାକୁ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଚାପ ପକାଇଥିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛି ସେ । ମୁକେଶ ନିଜ ଆବେଦନରେ କହିଛି, ବୃନ୍ଦା ଗ୍ରୋଭର ମିଛ କହି କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାକୁ କହିଥିଲେ ।

ପୁନର୍ବିଚାର ଆବେଦନ ଖାରଜ ହେବାର 3 ବର୍ଷ ପର୍ଯ୍ୟନ୍ତ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇପାରିବ । କିନ୍ତୁ ଏଥିପାଇଁ ମୋ ପାଖରେ କେବଳ 7 ଦିନ ଅଛି ବୋଲି ବୃନ୍ଦା କହିଥିଲେ । ତେଣୁ ମୋର କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ପୁଣିଥରେ ବ୍ୟବହାର କରିବାକୁ ଅନୁମତି ଦିଆଯାଉ ବୋଲି ନିଜ ନୂଆ ଯାଚିକାରେ କହିଛି ମୁକେଶ ।

ମୁକେଶର ପୁନର୍ବିଚାର ଆବେଦନ 2018 ମସିହା ଜୁଲାଇ ମାସରେ ଖାରଜ ହୋଇଥିଲା । ତେଣୁ ଜୁଲାଇ 2021 ପର୍ଯ୍ୟନ୍ତ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରିବାକୁ ତାକୁ ସମୟ ଦିଆଯାଉ ବୋଲି ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଛି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.