ETV Bharat / bharat

ନିର୍ଭୟା ମାମଲା: ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ କୋର୍ଟରେ ଆବେଦନ - nirbhaya case

ନିର୍ଭୟା ମାମଲାରେ 4 ଦୋଷୀଙ୍କୁ ଫେବୃଆରୀ 1ରେ ଫାଶୀ ଦଣ୍ଡ ଦିଆଯିବ । ହେଲେ ଏହା ଉପରେ ରହିତାଦେଶ ଜାରି କରିବାକୁ  ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ।

nirbhaya-case
ନିର୍ଭୟା ମାମଲା
author img

By

Published : Jan 30, 2020, 12:44 PM IST

Updated : Jan 30, 2020, 12:56 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର 4 ଦୋଷୀଙ୍କ ଫାଶୀ ତାରିଖ ଯେତେ ପାଖେଇ ଆସୁଛି ଦୋଷୀ ନୂଆ ନୂଆ ବାହାନା କରି ଏହାକୁ ଘୁଞ୍ଚାଇବାର ପ୍ରୟାସ କରୁଛନ୍ତି । ଏହି କ୍ରମରେ ଫାଶୀରୁ ବଞ୍ଚିବା ପାଇଁ ଗୁରୁବାର ପୁଣି ଏକ ଯୋଜନା କରିଛନ୍ତି ଦୋଷୀ । ଫେବୃଆରୀ 1 ରେ ହେବାକୁ ଥିବା ଫାଶୀ ଦଣ୍ଡ ଉପରେ ରହିତାଦେଶ ଜାରି କରିବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ।

ଏପି ସିଂହ ନିଜ ଯାଚିକାରେ କହିଛନ୍ତି ଯେ, ଦିଲ୍ଲୀ ଜେଲର ନିୟମ ଅନୁଯାୟୀ ସମାନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଅପରାଧୀଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯାଏ । ଜଣକୁ ମଧ୍ୟ ସେ ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ଅନ୍ତିମ ଦୋଷୀ ରାଜକ୍ଷମା ସମେତ ସମସ୍ତ ଆଇନ୍‌ଗତ ବିକଳ୍ପ ବ୍ୟବହାର ନକରୁଛି । ଏହି ପରିପ୍ରେକ୍ଷିରେ ଫେବୃଆରୀ 1ରେ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ । ଏହା ଉପରେ ରହିତାଦେଶ ଜାରି କରାଯାଉ ।

ସୂଚନାଯୋଗ୍ୟ ଯେ, ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମା ବୁଧବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବା ବେଳେ ଅନ୍ୟ ଏକ ଦୋଷୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ୍‌ ଦାଖଲ କରିଛି । ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟଙ୍କ 5 ଜଣିଆ ଖଣ୍ଡପୀଠ କରିବେ ।

Intro:Body:

dhh

Conclusion:
Last Updated : Jan 30, 2020, 12:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.