ETV Bharat / bharat

ରାଷ୍ଟ୍ରପତିଙ୍କୁ ଯୁବକଙ୍କ ଗୁହାରି, ଅସ୍ଥାୟୀ ଜହ୍ଲାଦ ହୋଇ ନିର୍ଭୟା ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବେ - ଅସ୍ଥାୟୀ ଜହ୍ଲାଦ ହେବାକୁ ଚିଠି ଲେଖିଲେ ଯୁବକ

ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦେବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ହିମାଚଳ ପ୍ରଦେଶର ଜଣେ ଯୁବକ। ଏହାସହ ଅସ୍ଥାୟୀ ଜହ୍ଲାଦ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସେ ।

ନିର୍ଭୟା ଗଣଦୁଷ୍କର୍ମ
ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦେବେ ଅସ୍ଥାୟୀ ଜହ୍ଲାଦ, ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି
author img

By

Published : Dec 4, 2019, 9:11 PM IST

Updated : Dec 4, 2019, 11:15 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଦିଆଯାଉ ଫାଶୀଦଣ୍ଡ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି କିଛି ଏପରି ଗୁହାରୀ କରିଛନ୍ତି ହିମାଚଳ ପ୍ରଦେଶର ଜଣେ ଯୁବକ। ଦିଲ୍ଲୀ ତିହାର ଜେଲରେ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ କେହି ଜହ୍ଲାଦ ନଥିବା ବେଳେ ଅସ୍ଥାୟୀ ଜହ୍ଲାଦ ଭାବେ ନିଯୁକ୍ତି ଦେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ସେ।

ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଏପର୍ଯ୍ୟନ୍ତ ଅନ୍ତିମ ରାୟ ପ୍ରକାଶ ପାଇନାହିଁ । ସେପଟେ ଯଦି ନିର୍ଭୟା କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କୁ ଫାଶୀଦଣ୍ଡାଦେଶ ଦିଆଯାଏ ତେବେ ଜହ୍ଲାଦ ହେବାକୁ ପ୍ରସ୍ତୁତ ଅଛନ୍ତି ଶିମଲାର ରବି କୁମାର ।

ଗତ 2012 ଡିସେମ୍ବରରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମରେ ମୋଟ 6 ଜଣ ଅଭିଯୁକ୍ତ ଥିଲେ । ଯେଉଁଥିରେ ଜଣେ ନାବାଳକ ଥିଲା ଏବଂ ତାକୁ 18 ବର୍ଷ ହେବାପରେ ତାକୁ ଛାଡି ଦିଆଯାଇଥିଲା। ଏହାସହ ରାମ ସିଂ ନାମକ ଏକ ଅଭିଯୁକ୍ତ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଏବେ ମୋଟ 4 ଜଣ ଅଭିଯୁକ୍ତ ତିହାର ଜେଲରେ ଅଛନ୍ତି । ଯେଉଁମାନଙ୍କ ମଧ୍ୟରୁ ବିନୟ ଶର୍ମା ନାମକ ଜଣେ ଅଭିଯୁକ୍ତ 4 ନଭେମ୍ବରରେ ଦୟା ଯାଚିକା ଦାଏର କରିଥିଲା । ଏହି ଯାଚିକା ଏବେ ଦିଲ୍ଲୀ ଉପରାଜ୍ୟପାଳ ଓ ସରକାରଙ୍କ ପାଖରେ ଅଛି। ଦିଲ୍ଲୀ ସରକାର ଏହି ଯାଚିକା ଖାରଜ କରିବା ପାଇଁ ସୁପାରିଶ କରିଛନ୍ତି । ଏବେ ଦୟା ଯାଚିକା ଗୃହମନ୍ତ୍ରଣାଳୟ ନିକଟରେ ଥିବାବେଳେ ମନ୍ତ୍ରଣାଳୟ ଖୁବଶୀଘ୍ର ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇବ।

Intro:Body:

BLANK FOR LINK 

Conclusion:
Last Updated : Dec 4, 2019, 11:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.