ETV Bharat / bharat

ନିର୍ଭୟା ଦୋଷୀଙ୍କୁ ପଚରାଗଲା ‘ଶେଷ ଇଚ୍ଛା’; ଫେବୃଆରୀ ପହିଲାରେ ଫାଶୀ ! - nirbhaya case convicts hanging tihar jail

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପ୍ରକ୍ରିୟା ଏବେ ଅନ୍ତିମ ପର୍ଯ୍ୟାୟରେ। ଅପରାଧୀଙ୍କୁ ଫାଶୀ ଦେବା ତାରିଖ ପାଖେଇ ଆସୁଛି । ଫାଶୀ ପୂର୍ବରୁ ଜେଲ ପ୍ରଶାସନ ସମସ୍ତ ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦେବା ପାଇଁ ପ୍ରସ୍ତୁତି କରିଛି । ଗୁରୁବାର ନିର୍ଭୟା ଦୋଷୀଙ୍କୁ ନୋଟିସ ଜାରି କରି ଅନ୍ତିମ ଇଚ୍ଛା ସମ୍ପର୍କରେ ପଚାରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jan 23, 2020, 1:31 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପ୍ରକ୍ରିୟା ଏବେ ଅନ୍ତିମ ପର୍ଯ୍ୟାୟରେ। ଅପରାଧୀଙ୍କୁ ଫାଶୀ ଦେବା ତାରିଖ ପାଖେଇ ଆସୁଛି । ଫାଶୀ ପୂର୍ବରୁ ଜେଲ ପ୍ରଶାସନ ସମସ୍ତ ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦେବା ପାଇଁ ପ୍ରସ୍ତୁତି କରିଛି । ଗୁରୁବାର ନିର୍ଭୟା ଦୋଷୀଙ୍କୁ ନୋଟିସ ଜାରି କରି ଅନ୍ତିମ ଇଚ୍ଛା ସମ୍ପର୍କରେ ପଚାରିଛି । ଜେଲ ପ୍ରଶାସନ ଗୁରୁବାର ନିର୍ଭୟା ଅପରାଧୀଙ୍କୁ ଏନେଇ ଅନେକ ପ୍ରଶ୍ନ ପଚାରିଥିବା ବେଳେ 4 ଦୋଷୀ କୌଣସି ଜବାବ ଦେଇନଥିବା ସୂଚନା ରହିଛି ।

ଫାଶୀ ପୂର୍ବରୁ ଜେଲ ମାନୁଆଲ ଅନୁସାରେ ମୃତ୍ୟୁଦଣ୍ଡ ପୂର୍ବରୁ କଏଦୀକୁ ତାର ଶେଷ ଇଚ୍ଛା ସମ୍ପର୍କରେ ପଚରାଯାଇଥାଏ । ଏହାସହ କଏଦୀଙ୍କ ଶେଷ ଇଚ୍ଛା ମଧ୍ୟ ପୂରଣ କରାଯାଇଥାଏ । ନିର୍ଭୟା ଦୋଷୀଙ୍କୁ ଫେବୃଆରୀ 1 ତାରିଖରେ ଫାଶୀ ଦିଆଯିବା ନେଇ ତାରିଖ ଘୋଷଣା ହୋଇସାରିଛି । ଏହା ପୂର୍ବରୁ 4ଦୋଷୀଙ୍କୁ ଶେଷ ଇଚ୍ଛା ଭାବରେ ଅନେକ ପ୍ରଶ୍ନ ପଚରାଯାଇଛି । ପ୍ରଶ୍ନଗୁଡିକ ହେଲା...

  • ଶେଷ ସାକ୍ଷାତ କାହା ସହ କରିବାକୁ ଚାହୁଁଛନ୍ତି ?
  • ନିଜ ନାମରେ ଥିବା ସମ୍ପତ୍ତିକୁ କାହା ନାମରେ କରିବା ପାଇଁ ଚାହୁଁଛନ୍ତି ?
  • ବ୍ୟାଙ୍କରେ ଥିବା ଧନରାଶି କାହାକୁ ଟ୍ରାନ୍ସଫର କିମ୍ବା କାହାକୁ ନୋମିନି କରିବାକୁ ଚାହୁଁଛନ୍ତି ?
  • କିଛି ଧାର୍ମିକ ପୁସ୍ତକ କିମ୍ବା ମନପସନ୍ଦର ବହି ପଢିବାକୁ ଚାହୁଁଛନ୍ତି କି ?

ଏଠାରେ ସୂଚନାଯୋଗ୍ୟ, ଫେବୃୟାରୀ ୧ ସକାଳ ୬ଟାରେ 4 ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଫାଶୀ ପାଇବା ତାରିଖ ସ୍ଥିର ହେବା ପରେ ୪ ମୁକେଶ, ପବନ, ଅକ୍ଷୟ ଓ ବିନୟ ଖାଦ୍ୟ ଖାଇବା ପିଇବା ଛାଡି ଦେଇଛନ୍ତି। 4 ଦୋଷୀଙ୍କୁ ଜଗାରଖା କରିବା ପାଇଁ 32 ଜଣ ସୁରକ୍ଷା କର୍ମୀ ଚବିଶ ଘଣ୍ଟିଆ ପହରା ଦେଉଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.