ETV Bharat / bharat

ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣକୁ ନେଇ ଶୁଣାଣି ଆରମ୍ଭ

author img

By

Published : Sep 7, 2020, 3:43 PM IST

ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି ସୋମବାର ଠାରୁ ଆରମ୍ଭ ହୋଇଛି।

ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣକୁ ନେଇ ଶୁଣାଣି ଆରମ୍ଭ
ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣକୁ ନେଇ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ପଳାତକ ଘୋଷଣା ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଦ୍ବିତୀୟ ପର୍ଯ୍ୟାୟ ଶୁଣାଣି ସୋମବାର ଠାରୁ ଆରମ୍ଭ ହୋଇଛି। ବ୍ରିଟିଶ କୋର୍ଟରେ ହେବାକୁ ଥିବା ଏହି ଶୁଣାଣିରେ ନୀରବ ଭିଡିଓ କନଫରେନ୍ସ ମାଧ୍ୟମରେ ହାଜର ହେବେ।

କୋରୋନା ଭାଇରସର ପ୍ରତିବନ୍ଧକକୁ ଧ୍ୟାନରେ ରଖି ନ୍ୟାୟାଧୀଶ ସାମୁଏଲ୍ ଗୁଜି ନୀରବଙ୍କୁ ୱେଣ୍ଡସବର୍ଥ ଜେଲରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଞ୍ଚ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଶୁଣାଣି ଶୁକ୍ରବାର ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି ।

ଏହାପୂର୍ବରୁ ନ୍ୟାୟାଧୀଶ ଗୁଜି ମେ ମାସରେ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ପ୍ରଥମ ପର୍ଯ୍ୟାୟ ଶୁଣାଣିର ଅଧ୍ୟକ୍ଷତା କରିଥିଲେ । ଯେଉଁଥିରେ ନୀରବଙ୍କ ବିରୋଧରେ ଠକେଇ ଏବଂ ଟଙ୍କା ହେରଫେର ମାମଲା ରୁଜୁ କରାଯାଇଥିଲା। ଭାରତ ସରକାରଙ୍କ ଦ୍ବାରା ଅତିରିକ୍ତ ପ୍ରମାଣ ଦାଖଲ ହେବା ପରେ ତର୍କକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଗାମୀ ଶୁଣାଣି ହେବ।

ସୂଚନାଯୋଗ୍ୟ ଯେ, ବ୍ରିଟେନର କ୍ରାଉନ୍ ପ୍ରୋସିଜେସନ୍ ସର୍ଭିସ (ସିପିଏସ୍) ମାଧ୍ୟମରେ ଭାରତ ସରକାର ନୀରବଙ୍କ ପ୍ରତ୍ୟର୍ପଣ ପାଇଁ ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ମାମଲା ଦାୟର କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.