ଏନଆଇପି ବିଗତ ତିନି ବର୍ଷର ବିକାଶ ପ୍ରଦର୍ଶନକୁ ନଜରରେ ରଖି ମଧ୍ୟମ ଧରଣର ଆଶା ଅନୁକୂଳ ହେବ । ୨୦୧୯ର ଅନ୍ତିମ ଦିନ, ଗୋଟିଏ ବର୍ଷ ଯେଉଁଥିରେ ପ୍ରତ୍ୟେକ ତିନି ମାସରେ ବିକାଶ ଦର ହ୍ରାସ ପାଇଛି। ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ୧୦୨.୫୧ ଟ୍ରିଲିୟନ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପାଇଁ ଘୋଷଣା କରିଛନ୍ତି। ଗତ ତିନି ବର୍ଷ ହେଲା ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବିକାଶ ଦର ବୃଦ୍ଧିରେ ନିରନ୍ତର ହ୍ରାସ ଯୋଗୁଁ ସରକାରଙ୍କ ପକ୍ଷରୁ ଏହି ହସ୍ତକ୍ଷେପ ହୋଇଛି। ବାସ୍ତବିକ ଜିଡ଼ିପି ବୃଦ୍ଧି ୨୦୧୬-୧୭ରେ ୮.୨ ପ୍ରତିଶତ ସହିତ ଉଚ୍ଚ ସ୍ତରରେ ଥିବାବେଳେ ୨୦୧୭-୧୮ରେ ୭.୨ ପ୍ରତିଶତ ଓ ୨୦୧୮-୧୯ରେ ୬.୮ ପ୍ରତିଶତରୁ କମ ରହିଛି। ଚଳିତ ବର୍ଷ ଚିନ୍ତାଜନକ ଭାବେ ୧.୮ ପ୍ରତିଶତ ହ୍ରାସ ପାଇ ୫ ପ୍ରତିଶତରେ ଜିଡ଼ିପି ରହିବ ବୋଲି ଅନୁମାନ କରାଯାଇଛି।
କୌଣସି ସନ୍ଦେହ ବିନା ସରକାର ଏହି ଚାପକୁ କମ କରିବା ପାଇଁ ବହୁତ ଚାପରେ ଅଛନ୍ତି। ଏହାର ମୁକାବିଲା କରିବା ପାଇଁ ସଡ଼କ, ବିଜୁଳି, ଆବାସ, ଜଳସେଚନ ଭଳି ଅନ୍ୟ ଭିତ୍ତିଭୂମି ଉପରେ ନିବେଶ ବଢ଼ାଇବା ପାଇଁ ଚିନ୍ତା କରିଛନ୍ତି। ଏହା ୨୦୨୫ ପର୍ଯ୍ୟନ୍ତ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ପ୍ରଭାବଶାଳୀ ଲକ୍ଷ୍ୟ ହାସଲ କରିବା ମହତ୍ତ୍ବପୂର୍ଣ୍ଣ, ଯାହାକୁ ପ୍ରଧାନମନ୍ତ୍ରୀ ଗତ ବର୍ଷ ଘୋଷଣା କରିଛନ୍ତି। ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଅଧିକ ନିବେଶ, ବିକାଶ ଓ ରୋଜଗାରର ଏକ ସଫଳ ଚକ୍ର ପାଇଁ ପ୍ରେରଣା ଯୋଗାଇବ।
ସାର୍ବଜନିକ ଭିତ୍ତିଭୂମିର ଖର୍ଚ୍ଚ ଆର୍ଥିକ ରୂପରେ କଠିନ ସମୟରେ ଅନେକ ଦେଶରେ ଏକ ଲୋକପ୍ରିୟ ଜବାବ ହୋଇଥାଏ। ନିକଟରେ ଏହାର ଉଦାହରଣ ହେଉଛି ଦକ୍ଷିଣ କୋରିଆ। ଦକ୍ଷିଣ କୋରିଆ ବ୍ୟବସାୟ ଉପରେ ନିର୍ଭର କରୁଥିବା ଦେଶ। ଏହାର ରପ୍ତାନୀକୁ ଗତ ବର୍ଷ ଆମେରିକା-ଚୀନ ମଧ୍ୟରେ ଉତ୍ତେଜନା ଯୋଗୁଁ ଯୋଗାଣ-ଶୃଙ୍ଖଳାରେ ବ୍ୟବଧାନ କାରଣରୁ ବଡ଼ ଅସଫଳତା ମିଳିଛି। ଯାହା ଫଳରେ ଦକ୍ଷିଣ କୋରିଆର ଅର୍ଥବ୍ୟବସ୍ଥା ଧୀମା ହୋଇଗଲା। ଏହାର ଅଧ୍ୟକ୍ଷ ମୁନ ଜେ-ଇନ ନିକଟରେ ରୋଜଗାର ଓ ଘରୋଇ କ୍ଷେତ୍ରର ଗତିବିଧିକୁ ବଢ଼ାଇବା ପାଇଁ ସାର୍ବଜନିକ ଭିତ୍ତିଭୂମିର ବିକାଶ ଦର ପାଇଁ ୫୧ ବିଲିୟନ ଡଲାରର ଯୋଜନା ଘୋଷଣା କରିଥିଲେ। ଏହିଭଳି ସାର୍ବଜନିକ ନିବେଶ ଦାବିକୁ ସୁଯୋଗରେ ପରିଣତ କରିବା ପାଇଁ ଘରୋଇ ଉଦ୍ୟୋଗକୁ ଆକର୍ଷିତ କରିବା ଓ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହିତ କରିବା ପାଇଁ ସୁପ୍ରସିଦ୍ଧ। ଏହା ଫଳରେ ଦାବିରେ ବୃଦ୍ଧି ହୋଇଛି। ଏହା ଏକ ପ୍ରକ୍ରିୟା ଯେଉଁଥିରେ ଏହାର ପ୍ରଭାବ ଅନେକ ଗୁଣରେ ବୃଦ୍ଧି ପାଇବ। ଏହାକୁ କିନେସିଆନ ଆର୍ଥିକ ସିଦ୍ଧାନ୍ତ ଦ୍ବାରା ରେଖାଙ୍କିତ କରାଯାଇଛି।
ଆଲୋକ ଭିତରେ ଭାରତର ଭିତ୍ତିଭୂମି ଯୋଜନାକୁ ଖୋଜିବା ସାମାନ୍ୟ ଭୁଲ ରହିଛି। ଯାହାକି ଅନିଶ୍ଚିତ ଭବିଷ୍ୟତ ଦୃଷ୍ଟିକୋଣ ସହିତ ବିକାଶରେ ବିଗତ ୧୧ ବର୍ଷ ମଧ୍ୟରେ ବିକାଶ ଦର ସବୁଠାରୁ କମ ରହିଛି। ଯଦି ଏହି ବିକାଶ ଦର ତଳକୁ ଖସିଯିବ ତେବେ ଆଗକୁ ଏହା ଆହୁରି ହ୍ରାସ ପାଇବ ବୋଲି କିଛି ଲୋକ ଅନିଶ୍ଚିତତାରେ ଅଛନ୍ତି। ଭିତ୍ତିଭୂମି ନିବେଶକୁ ଆଗକୁ ବୃଦ୍ଧି କରାଯିବ। ସରକାର ଏହାକୁ ୬.୨ ଟ୍ରିଲିୟନ ଟଙ୍କା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି, ଆଗାମୀ ବର୍ଷ ୨୦୨୦-୨୧ରେ ଏହା ୧୯.୫ ଟ୍ରିଲିୟନ ଟଙ୍କା, ଏହା ପରେ ତିନି ବର୍ଷ ମଧ୍ୟରେ ୨୦୨୪-୨୫ ପର୍ଯ୍ୟନ୍ତ ଯଥାକ୍ରମେ ୧୩.୫, ୧୨.୫ ଓ ୧୧ ଟ୍ରିଲିୟନ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ। ଏହା ଦୁଇ-ପଞ୍ଚମାଂଶ ବା ୮୦ ପ୍ରତିଶତ ସଡ଼କ, ସହର, ଆବାସ, ରେଲଓ୍ବେ, ବିଜୁଳି ଓ ଜଳସେଚନ କ୍ଷେତ୍ରରେ ନିବେଶ କରାଯିବ।
କେନ୍ଦ୍ର ଓ ରାଜ୍ୟ ସରକାର ସଙ୍କଟରେ ୭୮ ପ୍ରତିଶତ ସମାନ ଭାବରେ ବିଭାଜନ କରି ବହନ କରିବେ। ଅନ୍ୟପଟେ, ଘରୋଇ କ୍ଷେତ୍ରର ଅଂଶୀଦାର ୨୨ ପ୍ରତିଶତ ରହିବ। ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇପ (ଏନଆଇପି) ୨୦୨୦-୨୦୨୫ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ସମ୍ଭବ ଓ ଯେଉଁ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପୂର୍ବରୁ କାର୍ଯ୍ୟକାରୀ କରାଯାଇ ବ୍ୟବହାର ହେଉଛି ତାର ତାଲିକା ପ୍ରସ୍ତୁତ କରାଯାଉଛି।
ବିଗତ ୫ବର୍ଷରେ ଏଭଳି ଖର୍ଚ୍ଚର ତୁଳନା କିଭଳି କରାଯାଉଛି ? ମୋଦି ସରକାର-୧ର କାର୍ଯ୍ୟକାଳରେ ଅର୍ଥାତ ୨୦୧୪-୧୫ରୁ ସଡ଼କ, ଜାତୀୟ ରାଜପଥ, ଆବାସ, ସହର, ଡିଜିଟାଲ ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ପାଇଁ ବହୁତ ନିବେଶ କରାଯାଇଛି। ଏନଆଇପି ରିପୋର୍ଟର ପରିସଂଖ୍ୟାନ ଅନୁସାରେ କେନ୍ଦ୍ର ସରକାର ୨୦୧୭-୧୮ରେ ୨.୩ ଗୁଣାରୁ ୩.୯ ଟ୍ରିଲିୟନ ପର୍ଯ୍ୟନ୍ତ ଖର୍ଚ୍ଚ ବୃଦ୍ଧି କରିଛନ୍ତି। ଜିଡ଼ିପିର ଅଂଶ ଭାବରେ ଏହି ସମୟ ମଧ୍ୟରେ ୧.୪ ପ୍ରତିଶତରୁ ୨.୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଗତ ବର୍ଷ ୨୦୧୮-୧୯ରେ କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ଖର୍ଚ୍ଚ ୩.୮ ପ୍ରତିଶତ ଥିଲା। ଏହା ବିପରୀତ, ଏନଆଇପି ରିପୋର୍ଟ ଅନୁସାରେ ଆଗାମୀ ବର୍ଷରେ କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟର ପ୍ରାରୂପ ୪.୬ ଟ୍ରିଲିୟନ ହେବ ବୋଲି ଅନୁମାନ କରାଯାଇଛି। ଯାହାକି ମୋଟ ନିବେଶର ୨୪ ପ୍ରତିଶତ ଅର୍ଥାତ ୧୯.୫ ଟ୍ରିଲିୟନ ଟଙ୍କା ୨୦୨୦-୨୧ ପାଇଁ ଯୋଜନା କରାଯାଇଛି।
ଆଗାମୀ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଖର୍ଚ୍ଚ ପରିମାଣ ୧ଟ୍ରିଲିୟନ ଟଙ୍କାରୁ କମ ବୃଦ୍ଧି ପାଇବ। ଆର୍ଥିକ ବର୍ଷ ୨୦୨୪ ଓ ୨୦୨୫ର ଅନ୍ତିମ ଦିନରେ ଏହାର ଅଂଶ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟମାନେ ପ୍ରଥମ ତିନି ବର୍ଷରେ ବହୁ ପରିମାଣରେ ନିବେଶ କରିବେ। ଆବଶ୍ୟକତାକୁ ପ୍ରୋତ୍ସାହିତ କରିବା ପରିପ୍ରେକ୍ଷୀରେ, ଅର୍ଥାତ କେନ୍ଦ୍ର ସରକାର ଯେଉଁ ମାକ୍ରୋ ଇକନୋମିକ୍ସ ନୀତି ପ୍ରସ୍ତୁତ କରିଛନ୍ତି ସେଥିପାଇଁ ଦାୟୀ। ଉଦାହରଣ ପାଇଁ ରାଜକୋଷ ନୀତି - କ’ଣ ଆଶା କରାଯାଇପାରେ।
ଏଠାରେ ପୂର୍ବବର୍ତ୍ତୀ ୫ ବର୍ଷର ଅନୁଭବ ଏତେ ଉତ୍ସାହଜନକ ନୁହେଁ। ଭାରତରେ ମୋଟ ଭିତ୍ତିଭୂମି ନିବେଶ ୨୦୧୩-୧୪ରେ ୬.୩ ଟ୍ରିଲିୟନ ଟଙ୍କାରୁ ଗତ ଦୁଇ ବର୍ଷ (୨୦୧୭-୧୯) ମଧ୍ୟରେ ବୃଦ୍ଧି ପାଇ ୧୦ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି। ଏହାପରେ ଯେଉଁ ବୃଦ୍ଧି ହୋଇଛି ତାହା ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଖର୍ଚ୍ଚରେ ହୋଇଛି। ଏହି ବୃଦ୍ଧି ପରିମାଣ ପ୍ରାୟ ଦୁଇଗୁଣ ହୋଇଛି। ବିଗତ ଦୁଇ ବର୍ଷରେ ଏହାର ଭିତ୍ତିଭୂମି ନିବେଶ ୪ଟ୍ରିଲିୟନ ଟଙ୍କା ହୋଇଛି। ମୋଟ ନିବେଶର ଏହାର ଅଂଶ ମୋଦି ସରକାର-୧ର ପ୍ରଥମ ତିନି ବର୍ଷରେ ୧୩ ପ୍ରତିଶତ ଅଙ୍କରୁ ୩୮ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ ପାଇଲା।
ବିକାଶ କେତେ ପରିମାଣରେ ହୋଇଛି ? ଦୁର୍ଭାଗ୍ୟବଶତଃ ଯାହା ଆଶା କରାଯାଉଥିଲା ତାର ଓଲଟା ହୋଇଛି। ୨୦୧୭-୧୮ରେ ଉପରେ ଆଲୋଚନା କରାଯାଇଥିବା ବାସ୍ତବିକ ଜିଡ଼ିପି ବୃଦ୍ଧି, ୨୦୧୮-୧୯ରେ ଆହୁରି ତଳକୁ ହ୍ରାସ ପାଇଛି। ଏବେ ଚଳିତ ବର୍ଷ ବହୁତ ଅଧିକ ହ୍ରାସ ପାଇ ୫ ପ୍ରତିଶତରେ କିମ୍ବା ଅନେକ ଅନୁମାନ ଅନୁସାରେ କମ ହେବାର ଆଶା ରହିଛି। ଯଦି ଆମେ ରୋଜଗାରକୁ ଦେଖିବା ତେବେ ଏନଏସଏସଓ ଅବଧିରେ ଶ୍ରମ ଶକ୍ତ ସର୍ବେକ୍ଷଣ, ୨୦୧୭-୧୮ (ଏହାକୁ ଆରମ୍ଭରୁ ବନ୍ଦ କରାଯାଇଥିଲା, କେବଳ ୨୦୧୯ ମଇ ମାସ ଶେଷରେ ଜାରୀ କରାଯାଇଥିଲା) ଅନୁସାରେ ଚାରି ଦଶକରେ ସର୍ବାଧିକ ୬.୧ପ୍ରତିଶତରେ ପହଞ୍ଚିଛି। ଘରୋଇ ପରିସଂଖ୍ୟାନ ଏଜେନ୍ସି ସିଏମଆଇଇ ଅନୁମାନରେ ବହୁତ ସାମଞ୍ଜସ୍ୟ ରହିଛି।
ବ୍ୟବସାୟୀ ଓ ଖାଉଟିମାନଙ୍କ ଭାବନାର ବିଶ୍ବାସରେ ପରିଲକ୍ଷିତ ହୋଇଥିବା ଚିନ୍ତାଧାରା ଯାହା ଉପରେ ଖର୍ଚ୍ଚ କରିବାର ନିର୍ଣ୍ଣୟ ନିଆଯାଇଥାଏ ତାହା ସବୁଠାରୁ ତଳ ସ୍ତରକୁ ଖସିଆସିଛି। ଅନ୍ତର୍ରାଷ୍ଟ୍ରୀୟ ପ୍ରତିଦ୍ବନ୍ଦିତାର ମାପଦଣ୍ଡ ହେଉଛି ରପ୍ତାନୀରେ ବୃଦ୍ଧି ପାଇବା। ଚଳିତ ବର୍ଷ ଏହା ୨ ପ୍ରତିଶତରେ ଅନୁବନ୍ଧିତ ହୋଇଥିବା ପରିଲକ୍ଷିତ ହୋଇଛି। ଏପରିକି ଉତ୍ପାଦନ ବୃଦ୍ଧି ୫ ପ୍ରତିଶତ ହ୍ରାସ ପାଇଛି। ଏହା ପରର ଧାରାକୁ ଏନଆଇପିର ଅତିରିକ୍ତ ଲକ୍ଷ୍ୟ ଭାବରେ ଦେଖାଯିବା ଉଚିତ ଯାହାକି ଉତ୍ପାଦନ ଭାରତର ପ୍ରତିଯୋଗୀତା ମନୋଭାବରେ ପରିବର୍ତ୍ତନ ଆଣିବା ଦରକାର।
ବିକାଶର ଏହି ପ୍ରଦର୍ଶନ ଉତ୍ସାହଜନକ ନୁହେଁ। ପ୍ରତିକୂଳ ପରିଣାମ ସମ୍ପର୍କରେ ଅନେକ କାରଣ ହୋଇପାରେ। ତାହା ହେଉଛି, ଉଚ୍ଚ ଓ ଆଦାୟ ହୋଇପାରୁନଥିବା ଋଣ, ଋଣ ଦେବାରୁ ବ୍ୟାଙ୍କମାନେ ପଛଘୁଞ୍ଚା ଦେବା, ଏନବିଏଫସି ସଙ୍କଟ ଓ ପରିଣାମସ୍ବରୂପ ଋଣ ସଙ୍କଟ, ଋଣଗ୍ରସ୍ତ କର୍ପୋରେଟ ସଂସ୍ଥା ବ୍ୟକ୍ତିଗତ ବିପଦ ଭୋକକୁ ରୋକିଯାଇପାରୁନାହିଁ। ବୋଧହୁଏ ଲୋକମାନେ ନିବେଶ, ରୋଜଗାର ଓ ଆୟ ଉପରେ ଆଶାନୁରୂପ ପ୍ରଭାବକୁ ନିୟନ୍ତ୍ରିତ କରିବା ସହିତ ଗୁଣକକୁ ବଶ କରି ନେଇଛନ୍ତି।
ଅପରପକ୍ଷରେ ତଥ୍ୟପୂର୍ଣ୍ଣ ଜବାବୀ ପରିଦୃଶ୍ୟକୁ ଅଣଦେଖା କରାଯାଇପାରିବ ନାହିଁ। ବିକାଶର ଭିତ୍ତିଭୂମି ନିବେଶ ସମର୍ଥନ ମଧ୍ୟ କମ ହୋଇପାରେ। ଏପରି ପ୍ରକଳ୍ପରେ ୬୦-୮୦ ପ୍ରତିଶତ ନିର୍ମାଣ ଉପାଦାନ ହୋଇଥାଏ ବୋଲି ବିଶ୍ବାସ କରାଯାଇଥାଏ। ନିର୍ମାଣ କ୍ଷେତ୍ର ଭାରତର ସର୍ବୋଚ୍ଚ ରୋଜଗାର ସୃଷ୍ଟିକାରୀ କ୍ଷେତ୍ର ମଧ୍ୟରୁ ଅନ୍ୟତମ। ୭ ଜାନୁଆରୀରେ ଜାରୀ କରାଯାଇଥିବା ଅଗ୍ରୀମ ଜିଡ଼ିପି ପରିସଂଖ୍ୟାନ ଅନୁସାରେ ଚଳିତ ବର୍ଷ ଏହା ବହୁତ ତୀବ୍ର ଗତିରେ ହ୍ରାସ ପାଇ ମାତ୍ର ୩.୨ ପ୍ରତିଶତ ରହିଯାଇଛି। ବର୍ଷକ ପୂର୍ବରୁ ଏହା ୮.୭ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୧୭-୧୯ ମଧ୍ୟରେ ଭିତ୍ତିଭୂମି ନିବେଶ ବିନା ନିର୍ମାଣରେ ମାନ୍ଦାବସ୍ଥା ବୋଧହୁଏ ଅଧିକ ସ୍ପଷ୍ଟ ହୋଇପାରେ।
ଭିତ୍ତିଭୂମି ନିବେଶ ସମ୍ବନ୍ଧରେ ବୃଦ୍ଧି ପ୍ରଦର୍ଶନର ଏହା ମିଶ୍ର ଚିତ୍ର। ଅର୍ଥାତ୍ ପ୍ରୋତ୍ସାହନ କମ ହୋଇଯିବା ବା ଗୋଟିଏ ତୀବ୍ର ମାନ୍ଦାବସ୍ଥାର କାରଣରୁ ଭିତ୍ତିଭୂମି ନିବେଶ ପ୍ରୋତ୍ସାହନ ଏହି ନୂଆ ଯୁଗରେ ଆଶା ବଢ଼ିବା ଉଚିତ। ସାନ୍ତ୍ବନାର କଥା ହେଉଛି ଇଣ୍ଢେକସନ ବିନା ବିକାଶ ଆଗାମୀ ଦିନରେ କମ ହୋଇପାରେ ।
ରେଣୁ କୋହଲି (ନୂଆଦିଲ୍ଲୀର ମାଇକ୍ରୋନୋମିଷ୍ଟ)