ETV Bharat / bharat

ସ୍ମାର୍ଟଫୋନ ନ ମିଳିବାରୁ ନବମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା - ମୋବାଇଲ ପାଇଁ ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ତେଲେଙ୍ଗାନାର ଜାଗିତାଲା ଜିଲ୍ଲାରେ ବାପା ମା' ମୋବାଇଲ ଦେବାକୁ ସକ୍ଷମ ନ ହେବାରୁ ନବମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Ninth class student commits suicide as his parents failed to buy him a mobile phone
ସ୍ମାର୍ଟ ଫୋନ୍ ନମିଳିବାରୁ ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା
author img

By

Published : Oct 26, 2020, 7:36 PM IST

ହାଇଦ୍ରାବାଦ: ସ୍ମାର୍ଟଫୋନ କବଳରେ ପଡିଯାଇଛି ଯୁବ ସମାଜ । ଫୋନ ନ ମିଳିବାରୁ ନିଜର ଅମୂଲ୍ୟ ଜୀବନକୁ ହାରି ଦେବାକୁ ପଛାଉ ନାହିଁ । ମୋବାଇଲ ଯୋଗାଇବାକୁ ପିତାମାତା ଅସମର୍ଥ ହେବାରୁ ନବମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ତେଲେଙ୍ଗାନା ଜାଗିତାଲା ଜିଲ୍ଲା କୋଡିମ୍ୟାଲା ଅଞ୍ଚଳ ନିକଟସ୍ଥ ତ୍ରିମଲପୁର ଗ୍ରାମରେ ଦେଖିବାକୁ ମିଳିଛି ।

ସ୍ମାର୍ଟ ଫୋନ୍ ନମିଳିବାରୁ ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ସ୍ମାର୍ଟ ଫୋନ୍‌ ମାୟାରେ ବାୟା ଯୁବସମାଜ । ସ୍ମାର୍ଟ ଫୋନ୍ ପାଇଁ ନିଜ ଜୀବନ ହାରିବା ପାଇଁ ପଛାଉ ନାହାନ୍ତି ଯୁବସମାଜ । ସ୍ମାର୍ଟଫୋନ୍‌ କିଣିବା ପାଇଁ ଓ କିଣିବା ପରେ ମଧ୍ୟ ବିଭିନ୍ନ କାରଣ ପାଇଁ ମୃତ୍ୟୁମୁଖରେ ପଡୁଥିବା ଅନେକ ଘଟଣା ସାମନାକୁ ଆସୁଛି । ତେବେ ମିଳିଥିବା ସୂଚନା ମୁତାବକ କୋରୋନା ମହାମାରୀ ସମୟରେ ପାଠ୍ୟକ୍ରମ ଅନଲାଇନ ମାଧ୍ୟମରେ ହେଉଥିବାରୁ ମୃତ ଛାତ୍ର ରଘୁ ପ୍ରସାଦ ନିଜ ପିତାମାତାଙ୍କୁ ମୋବାଇଲ କିଣିବା ପାଇଁ କହିଥିଲା । ରଘୁର ପିତା ଦଶହରା ପର୍ବରେ ମୋବାଇଲ କିଣି ଦେବେ ବୋଲି କହିଥିଲେ । ତେବେ ଏହି ସମୟ ମଧ୍ୟରେ ରଘୁ ଘରେ ଥିବା ଆଉ ଏକ ମୋବାଇଲରେ ଅନଲାଇନ କ୍ଲାସ କରୁଥିଲା ।

ଦଶହରା ପର୍ବ ଆସିବା ପରେ ରଘୁ ପୁଣି ଆଉ ଥରେ ମୋବାଇଲ କିଣିବା ପାଇଁ ପିତାଙ୍କୁ କହିଥିଲା । କପା ବିକ୍ରୟ ପରେ ସେଥିରୁ ମିଳିବାକୁ ଥିବା ଟଙ୍କାରେ ମୋବାଇଲ କିଣିବେ ବୋଲି କହିଥିଲେ । ତେବେ ଏହି କଥା ଶୁଣିବା ପରେ ରଘୁ ରାଗି ଯାଇଥିଲା । ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.