ETV Bharat / bharat

ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ: ଗୃହ ମନ୍ତ୍ରଣାଳୟ

ରାତ୍ରିକାଳୀନ କର୍ଫ୍ୟୁର ନୂଆ ସମୟ ରାତି 9ଟାରୁ ଭୋର 5ଟା ଯାଏଁ ରହିବ । ପୂର୍ବରୁ ଏହା ରାତି 7ରୁ ଦିନ 7 ଯାଏଁ ଲାଗୁ ଥିଲା । ଅଧିକ ପଢନ୍ତୁ...

ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ: ଗୃହ ମନ୍ତ୍ରଣାଳୟ
ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ: ଗୃହ ମନ୍ତ୍ରଣାଳୟ
author img

By

Published : May 30, 2020, 11:06 PM IST

ନୂଆଦିଲ୍ଲୀ: ଜୁନ୍ 30 ଯାଏଁ ନୂଆ ଗାଇଡଲାଇନ ଅନୁସାରେ ଗୃହ ମନ୍ତ୍ରଣାଳୟ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରଖିଛି । ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ରାତିରେ ବାହାରକୁ ଯିବା ଉପରେ ନିଷେଧାଦେଶ ଜାରି ରହିଛି । ଅଣ କଣ୍ଟେନମେଣ୍ଟ ଜୋନ୍ ପାଇଁ ଏହି ସମସ୍ତ ନିୟମ ଜାରି କରିଛି ମନ୍ତ୍ରଣାଳୟ ।

ଏହା ଅନୁସାରେ ରାତ୍ରିକାଳୀନ କର୍ଫ୍ୟୁର ନୂଆ ସମୟ ରାତି 9ଟାରୁ ଭୋର 5ଟା ଯାଏଁ ରହିବ । ପୂର୍ବରୁ ଏହା ରାତି 7ରୁ ଦିନ 7 ଯାଏଁ ଲାଗୁ ଥିଲା । କଣ୍ଟେନମେଣ୍ଟ ଜୋନ୍ ପାଇଁ ନିୟମ ସମାନ ଥିବାବେଳେ ଅଣ କଣ୍ଟେନମେଣ୍ଟ ଜୋନ୍ ପାଇଁ ନୂଆ ନିୟମ ଘୋଷଣା ହୋଇଛି । ଜୁନ୍ 8ରୁ ଏହି ଜାଗାମାନଙ୍କରେ ଧାର୍ମିକ ସ୍ଥଳୀ, ରେସ୍ତୋରାଁ, ମଲ୍ ମଧ୍ୟ ଖୋଲିବ ବୋଲି ମନ୍ତ୍ରଣାଳୟ ଘୋଷଣା କରିଛି । ଅର୍ଥନୈତିକ ବିକାଶ ଦୃଷ୍ଟିରୁ ମାସେ ଯାଏଁ ସରକାର ଅନଲକ୍ 1 ଘୋଷଣା କରିଛନ୍ତି ।

ଜୁନ୍ 30 ଯାଏଁ ଏହି ରୁଲ ବଳବତ୍ତର ରହିବ । ଏଥିପାଇଁ ଗୃହ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଘୋଷଣା କରିବ । ପୂର୍ବରୁ ମାର୍ଚ୍ଚ 24ରୁ ଘୋଷଣା ହୋଇଥିବା ଲକଡାଉନ 3 ଥର ବୃଦ୍ଧି ପାଇଥିଲା । ପ୍ରଥମେ ଏପ୍ରିଲ 21 ଯାଏଁ ଥିବା ଏହି ଲକଡାଉନ ପୁଣି ମେ 3 ଯାଏଁ ବୃଦ୍ଧି ପାଇଥିଲା । ଏହାପରେ ମେ 18 ଏବଂ ଆଉଥରେ ମେ 31 ଯାଏଁ ବଢିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.