ବେଙ୍ଗାଲୁରୁ: ସିସିବି ପୋଲିସ ଦ୍ବାରା ସାଣ୍ଡଲଉଡ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହେବା ପରେ ଶୁକ୍ରବାର ଦିନ ନାଇଜେରିଆର ଆଉ ଜଣେ ଡ୍ରଗ୍ସ ବେପାରୀକୁ କୋଟନା ପିଟ ପୋଲିସ ଗିରଫ କରିଛି ।
ବେଙ୍ଗାଲୁରୁ ସିସିବି ପୋଲିସ ଓସି ନାମକ ଜଣେ ନାଇଜେରିଆ ନାଗରିକଙ୍କୁ ଗିରଫ କରିଛି । ଓସି ପୂର୍ବରୁ ଡ୍ରଗ୍ସ ଚାଲାଣ ମାମଲାରେ ସିସିବି ପୋଲିସ ଦ୍ବାରା ଗିରଫ ହୋଇଥିବା ସାଇମନର ସହଯୋଗୀ ଥିବା ଜଣାପଡିଛି ।
ସାଇମନକୁ ପଚରାଉଚରା ବେଳେ ଡ୍ରଗ୍ସ ଚାଲାଣ ମାମଲାରେ ଓସିର ସଂପୃକ୍ତ ଥିବା ନେଇ ସେ କହିଥିଲା । ସେ ରେଭ ପାର୍ଟି ସମୟରେ ସାଣ୍ଡଲଉଡ ଅଭିନେତ୍ରୀ ଓ ସେମାନଙ୍କ ସାଥୀ ପାଇଁ ଡ୍ରଗ୍ସ ଯୋଗାଣ କରେ । ଏବେ ଓସି ଅଧିକ ତଦନ୍ତ ପାଇଁ ସିସିବି ହେପାଜତରେ ଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ଡ୍ରଗ ଚାଲାଣ ମାମଲାରେ ଓସି ଗିରଫ ହେବା ପରେ ଅନ୍ୟ ଡ୍ରଗ୍ସ ବ୍ୟବସାୟୀଙ୍କୁ ସିସିବି ସମନ ଜାରି କରିଛି। ବର୍ତ୍ତମାନ ଓସି ତଦନ୍ତ ପରିସରରେ ଅଛି । ତାର ବୟାନକୁ ଭିତ୍ତିକରି ସିସିବି ସହରର ଅନ୍ୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ପଚରାଉଚରା କରିପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ