ETV Bharat / bharat

ISIS ଲିଙ୍କ, 5 ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କଲା NIA

author img

By

Published : Sep 3, 2020, 10:01 AM IST

Updated : Sep 3, 2020, 10:08 AM IST

ଆଇଏସଆଇଏସ ସହିତ ଲିଙ୍କ ନେଇ 5 ଜଣଙ୍କ ନାମରେ ଏନଆଇଏର ଚାର୍ଜସିଟ୍‌ ଦାଖଲ । ଅଧିକ ପଢନ୍ତୁ...

ଆଇଏସଆଇଏସ ଲିଙ୍କ, 5 ଜଣଙ୍କ ନାମରେ ଏନଆଇଏର ଚାର୍ଜସିଟ୍‌

ନୂଆଦିଲ୍ଲୀ: ଆଇଏସଆଇଏସ ସହିତ ଲିଙ୍କ ନେଇ 5 ଜଣଙ୍କ ନାମରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଚାର୍ଜସିଟ୍‌ ଦାଖଲ କରିଛି । ବ୍ୟାନ ଥିବା ଇସଲାମିକ୍‌ ଷ୍ଟେଟ ଖୋରସାନ ପ୍ରୋଭେନ୍ସି(ଆଇଏସକେପି)ରେ ଏମାନଙ୍କ ସମ୍ପୃକ୍ତି ନେଇ ଏନଆଇଏ ଚାର୍ଜସିଟ ଦାଖଲ କରିଥିବା ଜଣାପଡିଛି ।

ଆଇଏସଆଇଏସ ଲିଙ୍କ, 5 ଜଣଙ୍କ ନାଁରେ NIAର ଚାର୍ଜସିଟ୍‌

ବୁଧବାର, ଏନଆଇଏ କଶ୍ମୀରର ଜଣେ ମହିଳାଙ୍କ ସମେତ 5 ଜଣଙ୍କ ନାମରେ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିବା ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହାସହ ଚାର୍ଜସିଟ୍‌ ଦାଖଲ ହୋଇଥିବା 5 ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀର ଜହାନଜିବ ସାମି, କଶ୍ମୀରର ହୀନା ବସିର, ହାଇଦ୍ରାବାଦର ଅବଦୁଲ୍ଲା ବଶିଥ ଏବଂ ପୁଣେର ସାଦିୟା ଅନୱାର ଶେଖ୍‌ ଓ ନବୀଲ ସିଦ୍ଦିକ୍‌ ଖତ୍ରି ବୋଲି ସେ କହିଛନ୍ତି ।

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇଏସକେପି ତଥା ଆଇଏସଆଇଏସ ସହିତ ଜଡିତ ରହି ସରକାରଙ୍କ ବିରୋଧରେ କାର୍ଯ୍ୟ କରିବା ଅଭିଯୋଗ ରହିଛି । ଏହାସହ ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ କରାଇବା ପାଇଁ ଷଡଯନ୍ତ୍ର କରିବାର ମଧ୍ୟ ଅଭିଯୋଗ ରହିଥିବା ସେ କହିଛନ୍ତି ।

ସୂଚନାଥାଉକି, ସାମି ଓ ତାଙ୍କ ପତ୍ନୀ ହୀନାଙ୍କୁ ମାର୍ଚ୍ଚ 8 ତାରିଖରେ ଦକ୍ଷିଣ ଦିଲ୍ଲୀର ଜାମିଆ ନଗରରୁ ଗିରଫ କରାଯାଇଥିଲା ।

Last Updated : Sep 3, 2020, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.