ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି(ବୁଧବାର) ପୁଲୱାମା ଜିଲ୍ଲାର କେତେକ ସ୍ଥାନରେ ଚଢାଉ କରିଛି ଏନଆଇଏ । ଏହି ଚଢାଉ ଟେରର ଫଣ୍ଡିଂ ମାମଲାରେ ହୋଇଥିବା ଜଣାପଡିଛି । ଏହି ଚଢାଉରେ ଏନଆଇଏ ସହ ସିଆରପିଏଫ ଯବାନ ଏବଂ ଜମ୍ମୁ-କାଶ୍ମୀର ପୋଲିସ ମଧ୍ୟ ସାମିଲ ଥିଲେ ।
ସୂଚନାଯୋଗ୍ୟ ଯେ, ଟେରର ଫଣ୍ଡିଂ ମାମଲାରେ ଜମ୍ମୁ-କାଶ୍ମୀରରେ ଅଧିକାଂଶ ସମୟରେ ଏନଆଇଏର ଚଢାଉ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ