ETV Bharat / bharat

ପୁଲଓ୍ବାମା ଆକ୍ରମଣ ଘଟଣାରେ ଆଉ ଜଣେ ଗିରଫ - ପୁଲଓ୍ବାମା ଆକ୍ରମଣ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏନଆଇଏ । ଗିରଫ ଅଭିଯୁକ୍ତ ଜଣକ ଅନ୍ୟ ସହଯୋଗୀ ସହ ମିଶି ଆକ୍ରମଣରେ ବ୍ୟବହୃତ ଆଇଡି ଯୋଗାଡ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପୁଲଓ୍ବାମା ଆକ୍ରମଣ ଘଟଣାରେ ଆଉ ଜଣେ ଆତଙ୍କବାଦୀଙ୍କ ସହଯୋଗୀ ଗିରଫ

author img

By

Published : Jul 2, 2020, 8:31 PM IST

ଶ୍ରୀନଗର: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି (ଏନଆଇଏ)କୁ ପୁଣି ଏକ ବଡ ସଫଳତା ମିଳିଛି । ଘଟଣାରେ ସମ୍ପୃକ୍ତ ଆଉ ଜଣେ ଆତଙ୍କବାଦୀ ସହଯୋଗୀକୁ ଗିରଫ କରିଛି ଏନଆଇଏ । ଗିରଫ ଆତଙ୍କବାଦୀ ସହଯୋଗୀ ଜଣଙ୍କ 25 ବର୍ଷୀୟ ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା ଫୁଲତିପୁରାର ମହମ୍ମଦ ଇକବାଲ ରାଥର ବୋଲି ଜଣାପଡିଛି ।

ପୁଲଓ୍ବାମା ଆକ୍ରମଣ ଘଟଣାରେ ଆଉ ଜଣେ ଆତଙ୍କବାଦୀଙ୍କ ସହଯୋଗୀ ଗିରଫ
ପୁଲଓ୍ବାମା ଆକ୍ରମଣ ଘଟଣାରେ ଆଉ ଜଣେ ଆତଙ୍କବାଦୀଙ୍କ ସହଯୋଗୀ ଗିରଫ

ଆଗରୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଗିରଫ ହୋଇଥିବା ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମହମ୍ମଦ ଉମର ଫାରୁକକୁ ସୀମାରେ ଅନୁପ୍ରବେଶ କରିବା ପରେ ଇକବାଲ ରାଥର ତାକୁ ସହଯୋଗ କରିଥିବା ଜଣାପଡିଛି । ରାଥର ଓ ତାର ଅନ୍ୟ ସହଯୋଗୀ ମିଶି ଆକ୍ରମଣରେ ବ୍ୟବହୃତ ଆଇଡି ଯୋଗାଡ କରିଥିଲେ ।

2018 ସେପ୍ଟେମ୍ବରରେ ଅନ୍ୟ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଘଟଣାରେ ରାଥର ବିଚାର ବିଭାଗୀୟ ହେପାଜତରେ ଥିଲା । ଏହାପରେ ଗୁରୁବାର ତାକୁ ଜାମ୍ମୁର ସ୍ବତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯାଇଥିଲା । ଏହାସହ ରାଥରକୁ ଜେରା ପାଇଁ ଏନଆଇଏ 7 ଦିନିଆ ରିମାଣ୍ଡରେ ମଧ୍ୟ ନେଇଥିଲା । ତେବେ ସେ କ୍ରମାଗତଭାବେ ପାକିସ୍ତାନର ଜୈଶ-ଏ-ମହମ୍ମଦ ସହ ସମ୍ପର୍କରେ ଥିବା ଜଣାପଡିଛି । ପୂର୍ବରୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ 6 ଜଣ ଗିରଫ ହୋଇସାରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.