ETV Bharat / bharat

ISIS ସହ ଜଡିତ ଚକ୍ଷୁ ବିଶେଷଜ୍ଞଙ୍କୁ ଗିରଫ କଲା NIA - ଚକ୍ଷୁ ବିଶେଷଜ୍ଞ ଅବଦୁଲ୍ଲ ରେହମାନ

ଦେଶରେ ଥାଇ ଦେଶର ଖାଇ ଦେଶ ବିରୋଧରେ କରୁଥିଲେ ଷଡଯନ୍ତ୍ର । ନିଷିଦ୍ଧ ଆତଙ୍କି ସଂଗଠନ ISIS ପାଇଁ କରୁଥିଲେ କାମ । ବାନ୍ଧିଲା NIA । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

NIA
NIA
author img

By

Published : Aug 18, 2020, 9:24 PM IST

ବେଙ୍ଗାଲୁରୁ: ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ବେଙ୍ଗାଲୁରର ବାସିନ୍ଦା ତଥା ରମୈୟା ମେଡିକାଲ କଲେଜର ଚକ୍ଷୁ ବିଶେଷଜ୍ଞ ଅବଦୁଲ୍ଲ ରେହମାନଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ପୂର୍ବରୁ ଗତ ମାର୍ଚ୍ଚରେ ଦିଲ୍ଲୀ ସେସ୍ପାଲ ସେଲ ଦ୍ବାରା ଗିରଫ ହୋଇଥିବା କାଶ୍ମୀର ଦମ୍ପତିଙ୍କୁ ଜେରା ପରେ ଜଣାପଡିଥିଲା ।

ସୂଚନା ଅନୁସାରେ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରୁ ଗିରଫ ହୋଇଥିବା ଦମ୍ପତିଙ୍କୁ ଦିଲ୍ଲୀ ସ୍ପେଶାଲ ସେଲ ରିମାଣ୍ଡରେ ଆଣି ଜେରା କରିଥିଲା । ଜେରା ବେଳେ ଏହି ଦମ୍ପତି ବେଙ୍ଗାଲୁର ସ୍ଥିତ ଆଜି ଗିରଫ ହୋଇଥିବା ଡାକ୍ତର ଅବଦୁଲ ରେହମାନଙ୍କ ସହ ଯୋଗାଯୋଗରେ ଥିବା ପ୍ରମାଣ ଲାଗିଥିଲା । ସେହିଦିନ ଠାରୁ ଏନଆଇଏର ରାଡାରରେ ଥିଲେ ଏହି ଚକ୍ଷୁ ବିଶେଷଜ୍ଞ । ତଦନ୍ତ ରୁ ଜଣାପଡିଥିଲା ଯେ ଏମାନେ ସମସ୍ତେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଜଡିତ ଥିଲେ । ଏମାନେ ସମସ୍ତେ ପୂର୍ବରୁ ବର୍ତ୍ତମାନ ଜେଲରେ ଥିବା ଅଭିଯୁକ୍ତ ଅବଦୁଲ୍ଲା ବାସିଥଙ୍କ ସହ ସମ୍ପର୍କରେ ଥିଲେ ।

ଏମାନେ ସମସ୍ତେ ଭାରତରେ ରହି ଭାରତ ବିରୋଧୀ ତତ୍ତ୍ବରେ ସାମିଲ ହେବା । ଆଇଏସଆଇଏସକୁ ସହଯୋଗ କରିବା । ସିଏଏ ଆଇନକୁ ବିରୋଧ କରିବା କାର୍ଯ୍ୟରେ ଲିପ୍ତ ଥିଲେ ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବେଙ୍ଗାଲୁରର ଆଜି ଗିରଫ ପରେ ଅବଦୁଲ୍ଲ ରେହମାନ ସ୍ବୀକାର କରିଛି ଯେ ସେ ଆଇଏସଆଇଏସ ଜଡିତ । ଅବଦୁଲ୍ଲ ରହମାନ ଆଇଏସଆଇଏସ ପାଇଁ ଭାରତରେ ବିଭିନ୍ନ କାମରେ ଜଡିତ ଥିବା ସହ ଆତଙ୍କିଙ୍କ ପାଇଁ ଡାକ୍ତରୀ ସେବା ଯୋଗାଉଥିବା ସ୍ବୀକାର କରିଛି ।

ସେପଟେ ଅବଦୁଲ୍ଲ ରେହମାନଙ୍କୁ ଗିରଫ ପରେ ସ୍ଥାନୀୟ ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ କରି ଏନଆଇଏ ଲାପଟପ, ମୋବାଇଲ ଫୋନ, ଅନେକ ଇଲେକ୍ଟ୍ରୋନିକ ଉପକରଣ ସମେତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜବତ କରିଛି । ଅଭିଯୁକ୍ତ କୁ ଦିଲ୍ଲୀ ଆଣି ଏନଆଇଏ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ଯୋଜନା କରିଛି ଏନଆଇଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.