ETV Bharat / bharat

ଠାକୁର ନୁହେଁ ଏହି ମନ୍ଦିରରେ ପୂଜା ପାଆନ୍ତି ଖବରକାଗଜ

ଠାକୁରଙ୍କ ଆସ୍ଥାନରେ କେଉଁ ପୁରୁଣା କାଳର ଖବରକାଗଜ । ହେଲେ କିଛି ଅନ୍ୟକାମ ପାଇଁ ନୁହେଁ ବରଂ ଠାକୁର ଭାବେ ପୂଜା ପାଉଛି ଏହି ଖବରକାଗଜ । ହେଲେ ଆପଣ ଭାବନ୍ତୁକି ଏହି ଖବରକାଗଜ ଏମିତି ସେମିତି । ତେବେ ଏହି ଖବରକାଗଜ ପଛରେ କ'ଣ ରହିଛି କାହାଣୀ ଆସନ୍ତୁ ଜାଣିବା ...

author img

By

Published : Jun 25, 2019, 6:15 AM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ରାୟପୁର : ମନ୍ଦିରରେ ଲୋକେ ଠାକୁରଙ୍କ ପୂଜା ସହ ମାନସିକ ଶାନ୍ତି ପାଇଁ ଯାଇଥାନ୍ତି । ହେଲେ କେବେ ଶୁଣିଛନ୍ତି କି ମନ୍ଦିର ରହିଛି ହେଲେ ଠାକୁର ନୁହେଁ ଖବରକାଗଜ ପାଆନ୍ତି ପୂଜା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା । ହେଲେ ଏହା ସମ୍ପୂର୍ଣ୍ଣ ସତ୍ୟ । ଠାକୁରଙ୍କ ଆସ୍ଥାନରେ ଖବରକାଗଜକୁ ପୂଜା କରିଥାନ୍ତି ସ୍ଥାନୀୟ ଲୋକେ । ଏଭଳି ଅଜବ ମନ୍ଦିରର ରହିଛି ଛତିଶଗଡର ଧମତରୀ ଜିଲ୍ଲା ସଟିଆରା ଗାଁରେ ।

ହେଲେ ଏହି ଖବର କାଗଜ ମାମୁଲି ନୁହେଁ । 1947 ଅଗଷ୍ଟ 15 ତାରିଖର ନବ ଭାରତ ଖବରକାଗଜ ଏଠାରେ ସ୍ବାଧିନତାର ଏକ ମାସ ପରେ ପହଞ୍ଚିଥିଲା । ଆଉ ଏଠିକାର ଲୋକଙ୍କ ପାଇଁ ଏହି ଖବର କୌଣସି ବଡ ଉତ୍ସବ ଠାରୁ କମ ନଥିଲା । ସେ ଗୋଟିଏ ମାସ ପରେ ଦେଶ ସ୍ବାଧୀନ ହୋଇଥିବା ଜାଣିଥିଲେ । ଏତେ ବଡ ଖବର ଦେଇଥିବା ଏହି ଖବରକାଗଜ ଗ୍ରାମବାସୀଙ୍କୁ ଦେବଦୂତ ବୋଲି ଲାଗିଥିଲା । ଆଉ ପ୍ରଥମେ ଏହାକୁ ସାଇତି ରଖିଥିଲେ ଗ୍ରାମବାସୀ ।

ଗ୍ରାମବାସୀଙ୍କ ଇଚ୍ଛାନୁସାରେ, 1990 ମସିହାରେ ଏଠାରେ ମନ୍ଦିରର ହୋଇଥିଲା । ଆଉ ଖବରକାଗଜକୁ ଠିକ ଠାକୁରଙ୍କୁ ପୂଜା କଲାଭଳି ଧୂପ ଦେଇ ପୂଜା କରିବା ଆରମ୍ଭ କରିଥିଲେ ଲୋକେ । କେବଳ ସେତିକି ନୁହେଁ ପ୍ରତିବର୍ଷ ଜାନୁୟାରୀ 26 ଓ ଅଗଷ୍ଟ 15 ତାରିଖରେ ଏଠାରେ ମେଳା ଲାଗିଥାଏ । ଆଉ ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ ଜମିଥାଏ ଖବରକାଗଜ ମନ୍ଦିରରେ । ଭକ୍ତିଟିଏ ଭଳି ଆସି ଏହି ଖବରକାଗଜକୁ ପୂଜା କରିଥାନ୍ତି ଲୋକେ ।

Intro:Body:

BV

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.