1- ଭାରତ-ଡେନମାର୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ । ସାମିଲ ହେବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ।
2- ଆଜି ଗଲ୍ଫ ଦେଶର ପ୍ରତିନିଧିଙ୍କ ସହ ବୈଦେଶିକ ମନ୍ତ୍ରଣାଳୟର ଆଲୋଚନା ।
3- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ବିସ୍ପୋରକ ସ୍ଥିତିରେ ଥିବା ରାଜ୍ୟଙ୍କୁ ନେଇ ହେବ ସମୀକ୍ଷା ।
4- ବିଆରଓ ଦ୍ବାରା ନିର୍ମାଣ ଅନେକ ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
5- କୃଷି ବିଲ ବିରୋଧରେ ମହାରାଷ୍ଟ୍ର, ପଞ୍ଜାବ, କେରଳ, ରାଜସ୍ଥାନ ଓ ଛତିଶଗଡ ରାଜ୍ୟପାଳଙ୍କୁ ସାକ୍ଷାତ କରିବେ ବିରୋଧୀ ଦଳ ।
6- ତାମିଲନାଡୁ ଶାସକ ଦଳ ଏଆଇଆଇଡିଏମକେର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ । ନିର୍ବାଚନ ପୂର୍ବରୁ ହୋଇପାରେ ବଡ ନିଷ୍ପତ୍ତି ।
7- ବିହାର ନିର୍ବାଚନ ନେଇ ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ । ଆସନ ବୁଝାମଣା ନେଇ ହୋଇପାରେ ନିଷ୍ପତି ।
8- ଆଜି ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।
9- ଆଜି ବିଧାନସଭା ପୂର୍ବରୁ ବିଜେଡି କଂଗ୍ରେସର ବିଧାୟକ ଦଳ ବୈଠକ ।
10- ଆଜି ଆଇପିଏଲର ଦଶମ ମ୍ୟାଚ । ବାଙ୍ଗଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଟକ୍କର ।