ୱେଲିଙ୍ଗଟନ: ବିଶ୍ବରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଆଗ୍ନେୟ ଉଦଗିରଣ ମଧ୍ୟ ଗୋଟିଏ । ତେବେ ଏହାଏକ ଆକସ୍ମିକ ଘଟଣା ହୋଇଥିଲେ ବି ଏହା ଘଟିବା ନେଇ କୌଣସି ନିଦ୍ଧିଷ୍ଟ ସୂଚନା ନଥାଏ । ତେବେ ଏଦିଗରେ ସଫଳତା ହାସଲ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକମାନେ । ଆଗ୍ନେୟ ଉଦଗିରଣ ହେବା ପୂର୍ବରୁ ଏବିଷୟରେ ଆଗୁଆ ଚେତାବନୀ ଦେବାକୁ ଆସିଛି ନୂଆ ଅଲର୍ଟ ସିଷ୍ଟମ । ଯାହାକୁ ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିତମାନେ ଉଦ୍ଭାବନ କରିଛନ୍ତି ।
ଗତଗର୍ଷ ଡିସେମ୍ବରରେ ଦେଶର ସବୁଠାରୁ ସକ୍ରିୟ ଆଗ୍ନେୟ ଉଦଗିରଣ ହୋଇଥିଲା । ଯାହାକୁ ୱାକାରି ନାମରେ ମଧ୍ୟ ଜଣାଶୁଣା । ହଠାତ୍ ଏହି ଆଗ୍ନେୟ ଉଦଗିରଣ ବିସ୍ଫୋରଣ ହେବା ଦ୍ବାରା ସେହିସମୟରେ 21 ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ବିବିସି ରିପୋର୍ଟରେ ପ୍ରକାଶ କରାଯାଇଛି ।
ଏହାକୁ ନେଇ ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକମାନେ ଆଗ୍ନେୟ ଊଦଗିରଣ ଉପରେ ସତର୍କ କରାଇବା ନେଇ ଏକ ନୂଆ ଆଲର୍ଟ ସିଷ୍ଟମ ଭଦ୍ଭାବନ କରିଛନ୍ତି । ଯାହା ଗତବର୍ଷ ହୋଇଥିବା ହ୍ବାଇଟ ଆଇସଲ୍ୟାଣ୍ଡର ପ୍ରାକୃତିକ ବିପର୍ଯ୍ୟୟ ବାବଦରେ ସତର୍କ କରାଇଥିଲା । ଏହି ନୂଆ ସିଷ୍ଟମରେ ମେସିନ୍ ଲର୍ନିଙ୍ଗ ଆଲଗୋରିଦମକୁ ବ୍ୟବହାର କରି ଭବିଷ୍ୟତରେ ହେବାକୁ ଥିବା ଆଗ୍ନେୟ ଉଦଗୀରଣର ସଠିକ ସମୟର ପୂର୍ବାନୁମାନ କରିହେବ ।
ଏହି ପ୍ରଜେକ୍ଟରେ ସାମିଲ ଥିବା ବୈଜ୍ଞାନିକଙ୍କ ମଧ୍ୟରୁ କ୍ରୋନିନ୍ ନାମକ ଜଣେ ଅକଲ୍ୟାଣ୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ବିବିସିକୁ ସୂଚନା ଦେଇ କହିଛନ୍ତି ଯେ,ବର୍ତମାନର ଆଲର୍ଟ ସିଷ୍ଟମ ଠିକ ସମୟରେ ତଥ୍ୟ ସଂଗ୍ରହ କରେ କିନ୍ତୁ ଯାହା ଘଟିବାକୁ ଲାଗେ, ତାହା ହେଉଛି ଏହି ସୂଚନା । ଯାହାକୁ ଏକ ପ୍ୟାନେଲ ଦ୍ବାରା ମୂଲ୍ୟାଙ୍କନ କରାଯାଏ ଏବଂ ସେମାନଙ୍କର ଏକ ବିଶେଷଜ୍ଞ ପ୍ରକ୍ରିୟା ଅଛି । ମାତ୍ର ସେ ସବୁ ପ୍ରକ୍ରିୟା କିଛି ସମୟ ନେଇଥାଏ ।
ତେବେ ସେ ଆହୁରି ମଦ୍ୟ କହିଛନ୍ତି ଯେ, ଦ୍ବୀପପୁଞ୍ଜରେ ଥିବା ଲୋକଙ୍କୁ ଆଗ୍ନେୟଗିରି ବାବଦରେ ଚେତାବନୀ ଦେବା ପାଇଁ ବର୍ତ୍ତମାନର ବ୍ୟବସ୍ଥା ଅତ୍ୟନ୍ତ ମନ୍ଥର ଅଟେ । ଯେଉଁଭଳି ଆମେ ଆଗ୍ନେୟ ଉଦଗିରଣ ପାଇଁ ଚେତାବନୀ ଦେଉଛୁ, ତାହା 10 ବର୍ଷ ପୂର୍ବରୁ ଭଲ ଥିଲା । ହେଲେ ପ୍ରକୃତରେ ଏହା ସମୟ ସହ ଆଗକୁ ବଢିପାରୁ ନାହିଁ ।
ହ୍ବାଇଟ ଆଇସଲ୍ୟାଣ୍ଡ ବିସ୍ଫୋରଣର କିଛି ସପ୍ତାହ ପୂର୍ବରୁ କିଛି ଭୂକମ୍ପନର ଗତିବିଧି ହେବା ପରେ ମଧ୍ୟ ନାଟକୀୟ ଢଙ୍ଗରେ ହଠାତ୍ ବିସ୍ଫୋରଣ ହେବା ଘଟଣା ଭୂବିଜ୍ଞାନିଙ୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।