ETV Bharat / bharat

କୋଭିଡ 19: ଶରୀରରେ ପ୍ରବେଶ କରିବାର ନୂଆ ଉପାୟ - ଶରୀରରେ କୋରୋନା ଭୂତାଣୁ ପ୍ରବେଶ କରିବାର ନୂଆ ଉପାୟ

ମାନବ ଶରୀରରେ କୋରୋନା ଭାଇରସ୍‌ ପ୍ରବେଶ କରିବାର ଏକ ନୂଆ ଉପାୟ ରହିଛି । ଏହା ହେଉଛି Dpp4 ରିସେପ୍‌ଟର । ଅଧିକ ପଢନ୍ତୁ...

କୋଭିଡ 19: ଶରୀରରେ ପ୍ରବେଶ କରିବାର ନୂଆ ଉପାୟ
କୋଭିଡ 19: ଶରୀରରେ ପ୍ରବେଶ କରିବାର ନୂଆ ଉପାୟ
author img

By

Published : Apr 6, 2020, 5:08 PM IST

ହାଇଦ୍ରାବାଦ: କୋରୋନା ଭାଇରସ୍‌ । ଶରୀରରେ ଏହି ଜୀବତତ୍ତ୍ବ ପ୍ରବେଶ କରିବାର ଏକ ନୂତନ ଉପାୟ ରହିଛି । ଶରୀରର ସମସ୍ତ କୋଷରେ ବିଦ୍ୟମାନ ଏକ ଗ୍ରହୀତା ତତ୍ତ୍ବ, ସମସ୍ତ ଡାଏବେଟିସ୍‌ ନିରୋଧୀ ଔଷଧ ପ୍ରତି ସମ୍ବେଦନଶୀଳ । ଏହି Dpp4 ରିସେପ୍‌ଟର ମାନବ ଶରୀରରେ କୋରୋନା ଭାଇରସ୍‌ର ସଂଖ୍ୟାବୃଦ୍ଧି ଲାଗି ଜରୁରୀ ।

ମାନବ ଶରୀରରେ କୋରୋନା ଭାଇରସ୍‌ ପ୍ରବେଶ କରିବାର ଏକ ନୂଆ ଉପାୟ ରହିଛି । ଏହା ହେଉଛି Dpp4 ରିସେପ୍‌ଟର । ଯାହାକି ଏକ ପ୍ରକାରର ଅଣୁବନ୍ଧନ ଯାହାର ବ୍ୟବହାର କରି ଏହି ଭୂତାଣୁ ଶରୀରର କୋଷଗୁଡିକୁ ଆକ୍ରମଣ କରେ । ଏହା ମଣିଷ ଶରୀରର ସମସ୍ତ କୋଷରେ ଦେଖାଯାଏ ଏବଂ ତାହାରି ଉପରେ ହିଁ ସକ୍ରିୟ ହୁଏ, ଯାହା ବହୁ ଡାଏବେଟିସ୍‌ ନିରୋଧୀ ଔଷଧ ।

 ଏଥିରୁ ସୂଚନା ମିଳେ ଯେ ଏହି ସମାନ ଔଷଧଗୁ଼ଡିକୁ କୋଭିଡ୍‌-19 ଚିକିତ୍ସାରେ, ଅନ୍ତତଃପକ୍ଷେ ସାମାନ୍ୟ ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ, ବ୍ୟବହାର କରାଯାଇପାରିବ ।

 ମିଆମି ବିଶ୍ବବିଦ୍ୟାଳୟର ଜିଆନ୍‌ଲୁକା ଆୟୋକୋବେଲିସ୍‌ଙ୍କ ଦ୍ବାରା ଡାଏବେଟିସ୍‌ ରିସର୍ଚ୍ଚ ଆଣ୍ଡ କ୍ଲିନିକାଲ୍‌ ପ୍ରାକ୍ଟିସେସ୍‌ରେ ଏହି ପର୍ଯ୍ୟବେକ୍ଷଣ ସଂପର୍କରେ ପ୍ରକାଶ ପାଇଛି ।

 ଏହି Ace2 ରିସେପ୍‌ଟର, ମୁଖ୍ୟତଃ ମାନବ ଶରୀରର ଶ୍ବାସକ୍ରିୟା ପ୍ରକ୍ରିୟାରେ ଥିବା କୋଷଗୁଡିକରେ ରହିଥାଏ ଏବଂ ଏହାକୁ ମଣିଷ ଶରୀରରେ କୋରୋନା ଭାଇରସ୍‌ ପ୍ରବେଶ କରାଇବାର ମୁଖ୍ୟ ପ୍ରବେଶ ପଥ ବୋଲି ଆରମ୍ଭରୁ ଚିହ୍ନଟ କରାଯାଇଛି । ଇଟାଲୀର ଏକ ସଂସ୍ଥା ANSAକୁ ମିଆମି ବିଶ୍ବବିଦ୍ୟାଳୟ ହାସପାତାଳର ଡାୟାବେଟୋଲୋଜି ସର୍ଭିସ୍‌ର ମୁଖ୍ୟ ଆୟୋକୋବେଲିସ୍‌ଙ୍କ କହିବା ଅନୁସାରେ,SarsCoV2 ଭୂତାଣୁ Dpp4 ରିସେପ୍‌ଟର ସହ ସଂଯୁକ୍ତ ହେବା ସଂଘଟନରୁ ସୂଚନା ମିଳେ ଯେ, “ସେଠାରେ ଆଉ ଏକ ପୃଥକ୍‌ ପ୍ରକ୍ରିୟା ରହିଛି, ଯାହାକି କୋଭିଡ୍‌-19 ରୋଗରେ ସାମାନ୍ୟ ପୀଡିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଚିକିତ୍ସା ପାଇଁ ଏକ ନୂତନ ପଥ ଉନ୍ମୁକ୍ତ କରିପାରେ” ।

 ଶ୍ବାସନଳୀ ଏବଂ ହୃତ୍‌ପିଣ୍ଡର କୋଷ ଭଳି ଶରୀରର ସମସ୍ତ କୋଷର ପୃଷ୍ଠଭାଗରେ ରହିଥାଏ ବୋଲି ଜଣାଯାଇଥିବା Dpp4 ରିସେପ୍‌ଟରର ରୋଗ ପ୍ରତିରୋଧକ ଏବଂ ଯନ୍ତ୍ରଣାଦାୟକ ପ୍ରଣାଳୀ ସହିତ ସଂଯୋଗ ଥାଏ ଏବଂ 2002ରେ ପରିଲକ୍ଷିତ କୋରୋନା ଭାଇରସ୍‌ ରୋଗ ସହିତ ଏହାର ସଂପୃକ୍ତି ସଂପର୍କରେ ଜଣାପଡିଥିଲା- ଯାହାକି 2003, ଦି Sars ନାମରେ ପରିଚିତ ଥିଲା ।

 ଏବେ ପ୍ରଶ୍ନ ଉଠୁଛି ଯେ, ଡାଏବେଟିସ୍‌ ନିରୋଧୀ ଔଷଧ କୋଭିଡ୍‌-19 ଚିକିତ୍ସାରେ କେତେଦୂର ଯାଏଁ ଫଳପ୍ରଦ ହେବ । ଏ ପର୍ଯ୍ୟନ୍ତ ଏ ସଂପର୍କରେ ସଠିକ୍‌ ଉତ୍ତର ମିଳିନାହିଁ । କାରଣ, ଏ ବିଷୟରେ ଏବେ ହିଁ ଗବେଷଣା ଆରମ୍ଭ ହୋଇଛି ।

 ଏ ସଂପର୍କରେ ତଥ୍ୟ ସଂଗ୍ରହ କରିବା ପ୍ରଥମ ପଦକ୍ଷେପ ଏବଂ ଏ ସଂପର୍କରେ ଆୟୋକୋବେଲିସ୍‌ କହିଛନ୍ତି, “କୋଭିଡ୍‌-19 ସଂକ୍ରମିତ ରୋଗୀଙ୍କ ଉପରେ ଡାଏବେଟିସ୍‌ ଚିକିତ୍ସା ପ୍ରଣାଳୀର ଏକ ଭିନ୍ନ ରୂପରେଖ ରହିଛି କି ନାହିଁ ବୋଲି ଜାଣିବା ପାଇଁ ଏବେ ମିଆମି ବିଶ୍ବବିଦ୍ୟାଳୟରେ ଆମେ ଏକ ପର୍ଯ୍ୟବେକ୍ଷଣ ଭିତ୍ତିକ ଅନୁଶୀଳନ ଆରମ୍ଭ କରିଛୁ ।”

 ଏହି ଔଷଧରେ ନିହିତ ଅଣୁମାନଙ୍କୁ ସିଟାଗ୍ଲିପ୍‌ଟିନ୍‌ ଲାଇନାଗ୍ଲିପଟିନ୍‌ ସାକ୍‌ସାଗ୍ଲିପ୍‌ଟିନ୍‌ ଏବଂ ଆଲୋଗ୍ଲିପ୍‌ଟିନ୍‌ ବୋଲି କୁହାଯାଏ । ତାଙ୍କ ପର୍ଯ୍ୟବେକ୍ଷଣ ଅନୁସାରେ “ଏହି ସବୁ ଅଣୁର ଏକ ଖୁବ୍‌ ଭଲ ସହନଶୀଳ ରୂପରେଖ ରହିଛି ଏବଂ ସେଗୁଡିକ ଶରୀରର ଉପର ଭାଗରେ ଥିବା ଶ୍ବାସନଳୀ ସଂକ୍ରମଣ ଆଶଙ୍କା ବୃଦ୍ଧି କରୁଥିବା ସଂପର୍କରେ ଯେଉଁ ସନ୍ଦେହ ରହିଛି ତାହା ସଂପୂର୍ଣ୍ଣ ରୂପରେ ଅସ୍ବୀକୃତ ହୋଇଛି” ।

ଇଟାଲୀରେ ୟୁରୋପର ସର୍ବାଧିକ ବୟସ୍କ ନାଗରିକ, 65 ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା 22.8 ପ୍ରତିଶତ

 ୟୁରୋଷ୍ଟେଟ- ସେମାନଙ୍କ ସଂଖ୍ୟା 1 କୋଟି 38 ଲକ୍ଷ । ଅଧିକ କୋଭିଡ୍‌ ସଂକ୍ରମଣ ଆଶଙ୍କା, ଲିଗୁରିଆରେ 28.5 ପ୍ରତିଶତ ।

 ଇଟାଲୀରେ ୟୁରୋପରେ ସବୁଠାରୁ ବେଶୀ ବୟସ୍କ ବ୍ୟକ୍ତି । ଇଟାଲୀରେ ମୋଟ ଜନସଂଖ୍ୟାର 22.8 ପ୍ରତିଶତ ବ୍ୟକ୍ତିଙ୍କ ବୟସ 65 ବର୍ଷରୁ ଅଧିକ । ୟୁରୋପୀୟ ସଂଘର ହାରାହାରି 20.3 ପ୍ରତିଶତ ।

 2019ରେ ସଂପାଦିତ ଏକ ତଥ୍ୟ ଭିତ୍ତିରେ ୟୁରୋଷ୍ଟାଟ୍‌ ଏହା ପ୍ରକାଶ କରିବା ସହିତ ମନେ ପକାଇ ଦିଏ ଯେ “ବୟସ୍କ ଲୋକମାନେ କରୋନା ଭାଇରସ୍‌ରେ ସଂକ୍ରମିତ ହେବାର ଆଶଙ୍କା ଖୁବ୍‌ ଅଧିକ” ।

 ଦେଶରେ 65 ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା 1 କୋଟି 37 ଲକ୍ଷ 80 ହଜାର । ଏଥିରୁ ଅଧା (ପ୍ରାୟ 70 ଲକ୍ଷ) ଲୋକଙ୍କ ବୟସ 75ରୁ ଅଧିକ । 2010 ତୁଳନାରେ 65 ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ପ୍ରାୟ 18 ଲକ୍ଷ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ 15 ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ 4,00,000 କମ୍‌ ହୋଇଛି ଏବଂ ଲୋକସଂଖ୍ୟାରେ 12 ଲକ୍ଷ ବୃଦ୍ଧି ହୋଇଛି ।

 ୟୁରୋପୀୟ ଅଞ୍ଚଳରେ ସବୁଠୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପ୍ରତିଶତ ହାର ବିଚାରକୁ ନେଲେଲ ଲିଗୁରିଆ ପ୍ରଥମ ସ୍ଥାନରେ ରହେ । ଏଠାରେ 65 ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା 28.5 ପ୍ରତିଶତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.