ETV Bharat / bharat

HRD ମନ୍ତ୍ରଣାଳୟର ନିର୍ଦ୍ଦେଶ: ନୂଆ ସିଲାବସରେ ପାଠ ପଢିବେ ଛାତ୍ରଛାତ୍ରୀ, ବଦଳିବ ବହି

author img

By

Published : Jun 25, 2020, 4:43 PM IST

କୋରୋନା ସଂକ୍ରମଣ ମଧ୍ୟରେ ସରକାର ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । 15 ବର୍ଷ ପରେ ସ୍କୁଲ ଶିକ୍ଷାରେ ଏପରି ପରିବର୍ତ୍ତନ ଅଣାଯାଉଛି । ନୂଆ ପାଠ୍ୟକ୍ରମ ସହ NCERT କୁ ପୁରା ସିଲାବସ୍ ପ୍ରସ୍ତୁତ କରିବାକୁ କୁହାଯାଇଛି ।

 ନୂଆ ସିଲାବସରେ ପାଠ ପଢିବେ ଛାତ୍ରଛାତ୍ରୀ
ନୂଆ ସିଲାବସରେ ପାଠ ପଢିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ମଧ୍ୟରେ ସରକାର ସ୍କୁଲ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । 15 ବର୍ଷ ପରେ ସ୍କୁଲ ଶିକ୍ଷାରେ ଏପରି ପରିବର୍ତ୍ତନ ଅଣାଯାଉଛି । ନୂଆ ପାଠ୍ୟକ୍ରମ ସହ NCERT କୁ ପୁରା ସିଲାବସ୍ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ପ୍ରକାଶଥାଉକି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅନୁସାରେ 15 ବର୍ଷ ପରେ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ୍) ପରିବର୍ତ୍ତନ କରାଯାଉଛି। ଡିସେମ୍ବର ସୁଦ୍ଧା ଏହି ନୂତନ ଢାଞ୍ଚାର ଡ୍ରାଫ୍ଟ ପ୍ରସ୍ତୁତ ହେବ । ଏଥି ସହିତ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ନୂତନ ସିଲାବସ୍ ପ୍ରସ୍ତୁତ ହେବାର ସମ୍ଭାବନା ରହିଛି ।

ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ବିଦ୍ୟାଳୟ ଶିକ୍ଷା ପାଇଁ ଏକ ନୂତନ ପାଠ୍ୟକ୍ରମ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ସିଲାବସ୍ ଅନୁଯାୟୀ NCERT ପୁସ୍ତକ ଗୁଡିକରେ ଆବଶ୍ୟକୀୟ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି । ଶିକ୍ଷା ବିଶେଷଜ୍ଞମାନେ ବିଦ୍ୟାଳୟ ଶିକ୍ଷା ପାଇଁ ଏହି ପ୍ରକ୍ରିୟା ଆରମ୍ଭ କରିବେ । ଏହି ପରିପ୍ରେକ୍ଷୀରେ ଡିସେମ୍ବର 2020 ସୁଦ୍ଧା ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦିଆଯିବ । ମାର୍ଚ୍ଚ 2021 ସୁଦ୍ଧା ନୂତନ ସିଲାବସ୍ ପ୍ରସ୍ତୁତ ହେବାର ସମ୍ଭାବନା ଅଛି । 1975, 1988, 2000 ଓ 2005 ରେ NCERT ପୁସ୍ତକ ଗୁଡିକ ଏପର୍ଯ୍ୟନ୍ତ ମାତ୍ର ପାଞ୍ଚ ଥର ବଦଳାଯାଇଛି ।

ମନ୍ତ୍ରଣାଳୟ NCERT କୁ ନିର୍ଦ୍ଦେଶ ଦେଇଛି ଯେ ପାଠ୍ୟ ପୁସ୍ତକରେ ପରିବର୍ତ୍ତନ ଆଣିବାବେଳେ ଏହା ମନେ ରଖିବା ଉଚିତ ଯେ ଏଥିରେ ତଥ୍ୟ ବ୍ୟତୀତ ଅନ୍ୟ କିଛି ରହିବ ନାହିଁ। ମନ୍ତ୍ରଣାଳୟ କହିଛି ଯେ ପାଠ୍ୟ ପୁସ୍ତକ ଗୁଡିକରେ ପୁସ୍ତକ ଜ୍ଞାନ ବହୁତ ଅଧିକ ରହିବା ଆବଶ୍ୟକ। ସୃଜନାତ୍ମକ ଚିନ୍ତାଧାରା, ଜୀବନ କୌଶଳ, ଭାରତୀୟ ସଂସ୍କୃତି, କଳା ଓ ଅନ୍ୟାନ୍ୟ ଜିନିଷ ସେଥିରେ ଅନ୍ତର୍ଭୂକ୍ତ କରାଯିବା ଉଚିତ ।

ନୂତନ ସିଲାବସ୍ ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକରେ ପରିବର୍ତ୍ତନ ଆସିବ । ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ NCERT କୁ କହିଛି। ବିଶେଷକରି କୋରୋନା ସଂକ୍ରମଣରୁ ଉତ୍ପନ୍ନ ମହାମାରୀ ସମୟରେ ସପ୍ଲିମେଣ୍ଟାରୀ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ NCERT କୁ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.