ETV Bharat / bharat

'କୋରୋନା ନେଗେଟିଭ ଆସିବାର 14 ଦିନ ପରେ ଜିଲ୍ଲା ଜେଲକୁ ଯିବେ ନୂଆ କଏଦୀ'

author img

By

Published : Jul 29, 2020, 3:41 PM IST

ଉତ୍ତରପ୍ରଦେଶ ଜେଲରେ କୋରୋନା କାରଣରୁ ଅନେକ କଏଦୀ ସଂକ୍ରମିତ ହେଉଛନ୍ତି । ଯାହାକୁ ନଜରରେ ରଖି ନୂଆ କଏଦୀମାନଙ୍କୁ ସିଧାସଳଖ ଜିଲ୍ଲା ଜେଲରେ ବନ୍ଦ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

'କୋରୋନା ନେଗେଟିଭ ଆସିବାର 14 ଦିନ ପରେ ଜିଲ୍ଲା ଜେଲକୁ ଯିବେ ନୂଆ କଏଦୀ'
'କୋରୋନା ନେଗେଟିଭ ଆସିବାର 14 ଦିନ ପରେ ଜିଲ୍ଲା ଜେଲକୁ ଯିବେ ନୂଆ କଏଦୀ'

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ସଙ୍କଟ ଜାରି ରହିଛି। ଜେଲରେ ଥିବା କଏଦୀମାନଙ୍କ ମଧ୍ୟରେ ଏହି ସଂକ୍ରମଣ ଶୀଘ୍ର ବ୍ୟାପିବାରେ ଲାଗିଛି। ବଲିଆ ଏବଂ ଝାନ୍ସୀ ଭଳି ଜିଲ୍ଲାରେ ଶତାଧିକ କଏଦୀଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି।

ଯାହାକୁ ନେଇ ବର୍ତ୍ତମାନ ନୂଆ କଏଦୀମାନଙ୍କୁ ସିଧାସଳଖ ଜିଲ୍ଲା ଜେଲରେ ବନ୍ଦ କରାଯିବ ନାହିଁ। ଜେଲକୁ ଆସୁଥିବା ନୂତନ କଏଦୀମାନେ ପ୍ରଥମେ କୋରୋନା ପରୀକ୍ଷା କରାଇବେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଅସ୍ଥାୟୀ ଜେଲରେ ରଖାଯିବ। ଆଉ ଏନେଇ ସମସ୍ତ ଜିଲ୍ଲାରେ ଅସ୍ଥାୟୀ ଜେଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୋରୋନା ରିପୋର୍ଟ ନେଗେଟିଭ ଆସିବା ପରେ ମଧ୍ୟ ତାଙ୍କୁ 14 ଦିନ ପାଇଁ ଅସ୍ଥାୟୀ ଜେଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ କଏଦୀମାନଙ୍କୁ ଜିଲ୍ଲା ଜେଲକୁ ପଠାଯିବ। ଏଥି ସହିତ, ଯଦି କୋରୋନା ପଜିଟିଭ ଦେଖାଯାଏ ତେବେ କଏଦୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ଅବନୀଶ ଅବସ୍ତିଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଜେଲ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3490 ନୂତନ ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହି ମହାମାରୀ ଯୋଗୁଁ 1497 ଜଣଙ୍କର ମୃତ୍ୟୁ ଘଟିଛି।

ଏଥି ସହିତ ରାଜ୍ୟରେ ହୋମ ଆଇସୋଲେସନ ସୁବିଧା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 5006 ଲୋକଙ୍କୁ ହୋମ ଆଇସୋଲେସନରେ ରହିବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ 37521 ଅଞ୍ଚଳରେ 1,40,14,542 ଘର ଉପରେ ନଜର ରଖାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.