ETV Bharat / bharat

ଟ୍ରାଫିକ ନିୟମ ଭାଙ୍ଗିବା ପୋଲିସ ବାବୁଙ୍କୁ ପଡିବ ମହଙ୍ଗା, ଦେବେ ଡବଲ ଫାଇନ - delhi police give advisory

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ପୋଲିସ ବି ଫୁଲ ଆକ୍ସନ ମୋଡରେ ରହି ମୋଟା ଅଙ୍କର ଚାଲାଣ କାଟୁଥିବା ଦେଖାଯାଇଛି । ତେବେ ଏହି ନିୟମ କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ ବଂର ପୋଲିସ କର୍ମୀଙ୍କ ଉପରେ ବି ଲାଗୁ କରାଯିବ ।

ଡିଜାଇନ ଫଟୋ
author img

By

Published : Sep 5, 2019, 1:59 PM IST

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ନୂଆ ନିୟମ ଅନୁସାରେ କଡାକଡି ହୋଇଛି ଟ୍ରାଫିକ ବ୍ୟବସ୍ଥା । ଗାଡି ଚାଳନାରେ ହେଉ ଅବା କାଗଜ ପତ୍ରରେ ଟିକେ ଗଡବଡ ଦେଖିଲେ ମାଡି ବସୁଛନ୍ତି ଟ୍ରାଫିକ ପୋଲିସ । ଚଳିତମାସ ସେପ୍ଟେମ୍ବର 1ରୁ ଟ୍ରାଫିକ ନିୟମରେ ପରିବର୍ତନ କରାଯାଇ ଏହାକୁ ଆହୁରି କଡାକଡି କରାଯାଇଛି ।

ଏହି ନିୟମ ଲାଗୁ ପରେ ଟ୍ରାଫିକ ପୋଲିସ ବି ଫୁଲ ଆକ୍ସନ ମୋଡରେ ରହି ମୋଟା ଅଙ୍କର ଚାଲାଣ କାଟୁଥିବା ଦେଖାଯାଇଛି । ତେବେ ଏହି ନିୟମ କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ ବଂର ପୋଲିସ କର୍ମୀଙ୍କ ଉପରେ ବି ଲାଗୁ କରାଯିବ । ଏନେଇ ଦିଲ୍ଲୀ ପୋଲିସ ନିଜ କର୍ମଚାରୀଙ୍କୁ ଆଡଭାଇଜରୀ ଜାରି କରିଛି ।

ନୂଆ ମୋଟର ଯାନ ନିୟମରେ ଯେଉଁଥିରେ କେବଳ ସାଧାରଣ ଲୋକ ନୁହଁନ୍ତି ବଂର କେହି ପୋଲିସକର୍ମୀ ଟ୍ରାଫିକ ନିୟମର ଉଂଲଘନ କରୁଥିବା ଧରାପଡିଲେ, ତେବେ ତାଙ୍କଠାରୁ ମଧ୍ୟ ଦୁଇଗୁଣା ଜୋରିମାନା ଆଦାୟ କରାଯିବ ।

ଗତବର୍ଷ ଟ୍ରାଫିକ ନିୟମ ଉଂଲଘନକୁ ନେଇ 200ରୁ ଊର୍ଦ୍ଧ୍ବ ପୋଲିସକର୍ମୀଙ୍କ ଚାଲାଣ କଟା ଯାଇଥିଲା । ଏହି ଆଡଭାଇଜରିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ, ପୋଲିସ ନିଜ ବ୍ୟକ୍ତିଗତ ଯାନରେ ଥାନ୍ତୁ କିମ୍ବା ସରକାରୀ ଯାନରେ ନିୟମ ଉଲଙ୍ଘନ କଲେ ତାଙ୍କଠୁ ବି ଚାଲାଣ କଟାଯିବ ।

ତେବେ ଟ୍ରାଫିକ ପୋଲିସ ଚାଲାଣ କାଟିବା ପରେ ଆପଣଙ୍କୁ ଅନସ୍ପଟ ଚାଲାଣ ଭରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏବେ ଆପଣ ଅନଲାଇନରେ ଚାଲାଣ ଭରିପାରିବେ । ଏଥିପାଇଁ ଆପଣ https://echallan.parivahan.gov.in/index/accused-challan ୱେବସାଇଟରେ ଯାଇ ଚାଲାଣ ଭରିପାରିବେ ।

ଏହାଛଡା ଦିଲ୍ଲୀର ତିସ ହଜାରୀ କୋର୍ଟରେ ପାଇଲଟ ପ୍ରୋଜେକ୍ଟ ଆକାରରେ ଭର୍ଚ୍ୟୁଆଲ କୋର୍ଟ ପୋର୍ଟାଲ vcourts.gov.in ଉଦଘାଟନ କରାଯାଇଛି । ଏହି ପୋର୍ଟାଲକୁ ଯାଇ ଅତି ସହଜରେ ଅନଲାଇନରେ ଚାଲାଣ ଭରି ପାରିବେ । ଏହି ପୋର୍ଟାଲ ଦେଶର ପ୍ରଥମ ଆଇନ ସମ୍ମତ ଲିଗାଲ ପୋର୍ଟାଲ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.