ETV Bharat / bharat

ହାରିଲା କୋରୋନା, ସୁସ୍ଥ ହୋଇ ଘରକୁ ଫେରିଲେ 73 ବର୍ଷୀୟ ବୃଦ୍ଧ

ରାଜଧାନୀ ଦିଲ୍ଲୀରେ ଏବେ ସୁଦ୍ଧା ଅନେକ ଲୋକ କୋରୋନାରେ ଆକ୍ରାନ୍ତ ଅଛନ୍ତି। ଏହି ସମୟରେ କୋରୋନାକୁ ହରାଇ ବିଜୟ ଲାଭ କରିଛନ୍ତି ଜଣେ 73 ବର୍ଷୀୟ ବୃଦ୍ଧ। ଅଧିକ ଖବର ପଢନ୍ତୁ...

author img

By

Published : Apr 8, 2020, 10:17 AM IST

COVID19
ହାରିଲା କୋରୋନା, ସୁସ୍ଥ ହୋଇ ଘରକୁ ଫେରିଲେ 73 ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: କୋରୋନାକୁ ହରାଇ ଜିତିଗଲେ ଦିଲ୍ଲୀର 73 ବର୍ଷୀୟ ବୃଦ୍ଧ। ମହାମାରୀର କାୟାରୁ ମୁକିଳିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତେବେ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ହିଁ ତାକୁ କୋରୋନା ସହ ଲଢିବାକୁ ଶକ୍ତି ଯୋଗାଇଥିବା ସେ କହିଛନ୍ତି।

ସୂଚନା ଅନୁସାରେ, ଏବେ ସୁଦ୍ଧା ଭାରତରେ 4,400 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 100ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଦକ୍ଷିଣ ଦିଲ୍ଲୀରେ ରହୁଥିବା 73 ବର୍ଷୀୟା, କୋଭିଡ୍ 19 ପଜିଟିଭ୍ ପରୀକ୍ଷା କରିବା ପରେ ଏପ୍ରିଲ୍ 1 ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଆଜି ସକାଳେ ଡିସଚାର୍ଜ ହେବା ପରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କୁ ଡାକ୍ତରଖାନାରେ ଭେଟି ତାଙ୍କୁ ଆରୋଗ୍ୟ କାମନାର ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏବେ ସୁଦ୍ଧା ଦିଲ୍ଲୀରେ 7 ଜଣଙ୍କ ମୃତ୍ୟୁ ହେବା ସହ 523ଟି ମାମଲା ଜାତୀୟ ରାଜଧାନୀରେ ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ସୁଦ୍ଧା ଅତି କମରେ 19 ଜଣ ରୋଗୀ ସୁସ୍ଥ ହୋଇଛନ୍ତି।

କୋରୋନାର ରୋଗର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର 5T ଯୋଜନା ଘୋଷଣା କରି କହିଛନ୍ତି ଯେ 30,000 କୋଭିଡ୍ 19 ରୋଗୀଙ୍କୁ ନିୟନ୍ତ୍ରଣ କରିବାକୁ ଜାତୀୟ ରାଜଧାନୀ ପ୍ରସ୍ତୁତ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ '5ଟି ଯୋଜନା'। ପରୀକ୍ଷା, ଅନୁସନ୍ଧାନ, ଚିକିତ୍ସା, ଦଳ କାର୍ଯ୍ୟ ଏବଂ ଟ୍ରାକିଂ ଏବଂ ମନିଟରିଂ ହେଉଛି ଆମ୍ ଆଦମୀ ପାର୍ଟି ସରକାରଙ୍କ ନୂତନ ରଣନୀତିର ପାଞ୍ଚଟି ଦିଗ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.