ETV Bharat / bharat

କର୍ମଚାରୀଙ୍କୁ ସପ୍ତାହରେ 4 ଦିନ ଡ୍ୟୁଟି, 3 ଦିନ ଛୁଟି

ଏହି ନିୟମ ଲାଗୁ ହେବା ଦ୍ବାରା କର୍ମଚାରୀମାନେ ସପ୍ତାହରେ 4 ଦିନ କାମ କରିବାକୁ ସୁଯୋଗ ପାଇବା ସହ 3ଦିନ ଛୁଟି ମିଳିବାର ପ୍ରାବଧାନ ରହିବ ।

author img

By

Published : Feb 9, 2021, 1:44 PM IST

4ଦିନ ଡ୍ୟୁଟିରେ କର୍ମଚାରୀଙ୍କୁ ମିଳିବ 3ଦିନ ଛୁଟି

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଲାଗୁ ହେବାକୁ ଯାଉଛି ନୂଆ ଲେବର କୋର୍ଡ। ଏହି ନିୟମ ଲାଗୁ ହେବା ଦ୍ବାରା କର୍ମଚାରୀମାନେ ସପ୍ତାହରେ 4 ଦିନ କାମ କରିବାକୁ ସୁଯୋଗ ପାଇବା ସହ 3ଦିନ ଛୁଟି ମିଳିବାର ପ୍ରାବଧାନ ରହିବ ।

ଏହି ନୂଆ ଶ୍ରମ ଆଇନରେ (New Labor Code), କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ସପ୍ତାହରେ ମାତ୍ର 4 ଦିନ କାମ କରିବା ସହ ରାଜ୍ୟ ବୀମା ଅଧୀନରେ ମାଗଣା ଡାକ୍ତରୀ ଚେକଅପ୍ ପାଇବା ସୁବିଧା ସୁଯୋଗ ମିଳିବ ।

ତେବେ 4 ଦିନ କାମ ଧରି କାମ କରିବାର ଅନୁମତି ସତ୍ତ୍ୱେ କର୍ମଚାରୀମାନଙ୍କୁ ଏକ ସପ୍ତାହରେ ସମୁଦାୟ 48 ଘଣ୍ଟା କାମ କରିବାକୁ ପଡିବ । ଯେଉଁଥିପାଇଁ ଏହି ନୂଆ ଶ୍ରମ ଆଇନ ଅନୁଯାୟୀ, କର୍ମଚାରୀମାନେ 3 ଦିନର ଛୁଟି ପାଇବେ । ହେଲେ ଏଥିପାଇଁ କର୍ମଚାରୀଙ୍କୁ ଦୈନିକ କାର୍ଯ୍ୟ ଦିବସରେ 12 ଘଣ୍ଟା ଡ୍ୟୁଟି କରିବାକୁ ପଡିବ । ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ସଚିବ ଆପୋର୍ଭା ଚନ୍ଦ୍ର ସୋମବାର ଏହି ବିଷୟରେ ସୂଚନା ଦେଇଛନ୍ତି।

ଆପୋର୍ଭା ଚନ୍ଦ୍ର କହିଛନ୍ତି ଯେ, 'ଆମେ ନିଯୁକ୍ତିଦାତା କିମ୍ବା କର୍ମଚାରୀଙ୍କ ଉପରେ କୌଣସି ପ୍ରକାର ଚାପ ପକାଉ ନାହୁଁ । ସେମାନଙ୍କ ପାଖରେ ଉଭୟ ବିକଳ୍ପ ବ୍ୟବସ୍ଥା ରହିବ । କାର୍ଯ୍ୟର ପରିବର୍ତ୍ତିତ ସଂସ୍କୃତିକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯିବା ସହ ଆମେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛୁ' ।

ସେ କହିଛନ୍ତି ଯେ, କାର୍ଯ୍ୟ ଦିବସରେ ଆମେ କିଛି ସୁବିଧା ମଧ୍ୟ ଦେବାକୁ ଚେଷ୍ଟା କରିଛୁ। ଏହାସହ ଶ୍ରମ ସଂହିତା ଅନୁଯାୟୀ, ଡ୍ରାଫ୍ଟ ନିୟମ ପ୍ରାୟ ଶେଷ ପର୍ଯ୍ୟାୟରେ ଅଛି ଏବଂ ଅଧିକାଂଶ ରାଜ୍ୟ ଏହି ନିୟମକୁ ଲାଗୁ କରିବା ପ୍ରକ୍ରିୟାରେ ଅଛନ୍ତି। ଯେଉଁଥିରେ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟ ସାମିଲ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.