ETV Bharat / bharat

ଅନଲାଇନ ଖାଦ୍ୟ ଅର୍ଡର କରୁଥିଲେ ଏହିସବୁ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ...

ଅନଲକ-1 ର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ, ରେସ୍ତୋରାଁ ଏବଂ ସପିଂ ମଲ ଗୁଡିକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ ଖୋଲିଛି । ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ବିତରଣରେ କରୁଥିବା ବ୍ୟକ୍ତିଙ୍କୁ କୋଭିଡ-19 ସଂକ୍ରମଣରୁ ଦୂରରେ ରଖିବା ପାଇଁ ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ଅଧିକ ପଢନ୍ତୁ...

new-guidelines-for-food-delivery-executive-to-avoid-infection-with-covid19-necessary-to-followa
ଅନଲାଇନ ଖାଦ୍ୟ ଅର୍ଡର କରୁଥିଲେ ଏହିସବୁ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ...
author img

By

Published : Jun 10, 2020, 1:32 AM IST

ନୂଆଦିଲ୍ଲୀ: କୋରୋନା ଲକଡାଉନର ପ୍ରାୟ 75 ଦିନ ପରେ ଜୁନ 8ରେ ସମଗ୍ର ଦେଶ ଖୋଲିଛି । ଅନଲକ-1 ର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ, ରେସ୍ତୋରାଁ ଏବଂ ସପିଂ ମଲ ଗୁଡିକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ ଖୋଲିଛି । ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ବିତରଣରେ କରୁଥିବା ବ୍ୟକ୍ତିଙ୍କୁ କୋଭିଡ-19 ସଂକ୍ରମଣରୁ ଦୂରରେ ରଖିବା ପାଇଁ ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି । ସରକାର ଏହି ନୂଆ ଗାଇଡଲାଇନର ସୂଚନା ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ #IndiaFightCorona ମାଧ୍ୟମରେ ସୂଚନା ଦେଇଛନ୍ତି ।

ଜାଣନ୍ତୁ କଣ ରହିଛି ଏହି ନୂତନ ଗାଇଡଲାଇନ:-

  • ମୁହଁକୁ ମାସ୍କ କିମ୍ବା ଫେସ୍ କଭର ଦ୍ବାରା ଘୋଡେଇ ରଖନ୍ତୁ ।
  • ହାତକୁ 2 ଥର ସାନିଟାଇଜ୍ କରନ୍ତୁ । ପ୍ରଥମେ ଡେଲିଭରି ପ୍ୟାକେଟ ଉଠିବା ପୂର୍ବରୁ ଏବଂ ଦ୍ବିତୀୟରେ ପ୍ୟାକେଟ ଡେଲିଭରି କରିବା ପରେ ।
  • ଗ୍ରାହକ ଏବଂ ନିଜ ମଧ୍ୟରେ ନିଶ୍ଚିତ ଭାବେ 1 ମିଟର ଦୂରତା ବଜାୟ ରଖିବ ।
  • ଡୋର ବେଲ କିମ୍ବା ଏହା ନକ୍ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ ।
  • କ୍ୟାସଲେସ ଦେୟକୁ ଉତ୍ସାହିତ କରନ୍ତୁ, ଯେପରିକି ୟୁପିଆଇ, ନେଟ୍ ବ୍ୟାଙ୍କିଂ କିମ୍ବା ଇ-ୱାଲେଟ ।
  • କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ କ୍ଷେତ୍ରରେ ମେସିନ୍ ସାନିଟାଇଜ୍ କରନ୍ତୁ ।
  • ହୋମ ଡେଲିଭରି କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ।
  • କର୍ମଚାରୀମାନଙ୍କୁ ଗ୍ଲୋବ୍ସ, ମାସ୍କ ଏବଂ ଫେସ୍ ସିଲ୍ଡ ପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ ।

ସେହିପରି ହୋଟେଲ, ରେସ୍ତୋରାଁ ଏବଂ ସପିଂ ମଲରେ 24ରୁ 30 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କେବଳ ଏସି ଚଳାଇବାକୁ ଅନୁମତି ଦିଆଯିବ । ଏଥି ସହିତ ସାପେକ୍ଷିକ ଆର୍ଦ୍ରତାକୁ 40-70 ପ୍ରତିଶତରେ ରଖିବାକୁ ପଡିବ | ଏତଦବ୍ୟତୀତ ସ୍ବଚ୍ଛ ବାୟୁର ଗତିକୁ ଯଥାସମ୍ଭବ ଗ୍ରହଣ କରନ୍ତୁ । ମଲ୍, ହୋଟେଲ ଏବଂ ରେସ୍ତୋରାଁ ମଧ୍ୟରେ କ୍ରସ୍ ଭେଣ୍ଟିଲେସନ ମଧ୍ୟ ଯଥେଷ୍ଟ ପରିମାଣର ରହିବା ଉଚିତ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.