ETV Bharat / bharat

ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଦୁଇ କନେଷ୍ଟବଳ

ଦିଲ୍ଲୀ ମଙ୍ଗୋଲପୁରୀ ପୋଲିସ୍ ଷ୍ଟେସନର ଦୁଇ କନେଷ୍ଟବଳ ଦେବଦୂତ ସାଜି ରିଙ୍ଗ ରୋଡ ଫ୍ଲାଏଓଭରରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି ।

author img

By

Published : Apr 17, 2020, 3:59 PM IST

olice rescue man
ଯୁବକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଦୁଇ କନେଷ୍ଟବଳ

ଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ପୋଲିସ୍ ଲୋକଙ୍କୁ ବହୁ ସାହାଯ୍ୟ କରୁଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ମଙ୍ଗୋଲପୁରୀ ପୋଲିସ୍ ଷ୍ଟେସନର ଦୁଇ କନେଷ୍ଟବଳ ଦେବଦୂତ ସାଜି ରିଙ୍ଗ ରୋଡ ଫ୍ଲାଏଓଭରରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଗତ ଗୁରୁବାର ରାତିରେ କନଷ୍ଟେବଳ ଜୟପ୍ରକାଶ ଏବଂ ଧୀରଜ ଜଣେ ବ୍ୟକ୍ତିଙ୍କ ଚିତ୍କାର ଓ କାନ୍ଦିବାର ଶବ୍ଦ ଶୁଣିଥିଲେ। ଏହାପରେ ସେମାନେ ଚାରି ଆଡକୁ ଦେଖିଥିଲେ । ପରେ ସେଠାରେ ଜଣେ ଯୁବକ ଫ୍ଲାଏଓଭର କାନ୍ଥରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । ମାତ୍ର ଠିକ ସମୟରେ ଦୁଇ କନେଷ୍ଟବଳ ପହଞ୍ଚି ଉକ୍ତ ଯୁବକଙ୍କ ଜୀବନ ବଞ୍ଚାଇଥିଲେ ।

ସେହି ସମୟରେ ତଳେ ଠିଆ ହୋଇଥିବା ଲୋକମାନେ ନିଜ କ୍ୟାମେରାରେ ପୁରା ଘଟଣାକୁ ଭିଡିଓ ଦ୍ବାରା କଏଦ କରିଥିଲେ। ଏପଟେ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ଦିଲ୍ଲୀର ତିଲକ ନାଗର ଅଞ୍ଚଳର ହରଜିତ ସିଂ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.