ନୂଆଦିଲ୍ଲୀ: ଗତ ଅଗଷ୍ଟ ମାସରେ ଜମ୍ମୁ-କାଶ୍ମୀର ସମ୍ପର୍କରେ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଉପରେ ଅନ୍ତର୍ରାଷ୍ଟ୍ରୀୟ ପ୍ରତିକ୍ରିୟା କଣ ହେବ ସେ ସମ୍ପର୍କରେ ନୂଆଦିଲ୍ଲୀ ଚିନ୍ତିତ ନୁହେଁ ବୋଲି ( ଭାରତୀୟ ସମ୍ବିଧାନରେ ରାଜ୍ୟର ସ୍ବତନ୍ତ୍ର ମାନ୍ୟତାକୁ ପ୍ରତ୍ୟାହାର କରି ରାଜ୍ୟକୁ ବିଭାଜିତ କରି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି) ଦର୍ଶାଇବା ସହିତ ସବୁଠାରୁ କମ ସମୟ ମଧ୍ୟରେ ନିଜ ନୀତିରେ ଦ୍ରୁତ ଗତିରେ ପରିବର୍ତ୍ତନ କରିବାରେ ଲାଗିଛନ୍ତି।
ତଥ୍ୟ ଅନୁସାରେ, କାଶ୍ମୀର ଘାଟି ଏବେ ୫ମାସରୁ ଅଧିକ ସମୟ ଧରି ସୁରକ୍ଷା ବଳୟ ମଧ୍ୟରେ ରହିଛି। ଏହି ସୁରକ୍ଷା ବ୍ୟବସ୍ଥାକୁ ଧିରେ ଧିରେ ପ୍ରତ୍ୟାହାର କରାଯାଉଛି। ପାଞ୍ଚ ମାସ ଧରି ଅଦ୍ଭୁତପୂର୍ବ ଅନ୍ଧକାର ପରେ କାଶ୍ମୀରରେ ଇଣ୍ଟରନେଟ ବ୍ୟବସ୍ଥା ଆଂଶିକ ଭାବରେ ଖୁବଶୀଘ୍ର ପୁନଃ ଆରମ୍ଭ କରାଯିବ। ଯେଉଁମାନେ ‘ଆବଶ୍ୟକ ସେବା’ ପ୍ରଦାନ କରୁଛନ୍ତି ଏହି ଇଣ୍ଟରନେଟ ସେବା କେବଳ ସେହି ଅନୁଷ୍ଠାନକୁ ଦିଆଯିବ। ଇଣ୍ଟରନେଟ ଅଭାବରୁ ଏବେ ବି ସୋସିଆଲ ମିଡ଼ିଆ ସାଇଟ ଗୁଡିକ କାଶ୍ମୀରବାସୀଙ୍କଠାରୁ ବହୁତ ଦୂରରେ ରହିଛି।
କୂଟନୀତିଜ୍ଞମାନଙ୍କ ଗସ୍ତ
ଭାରତ ସରକାରଙ୍କ ପକ୍ଷରୁ ନିକଟରେ କାଶ୍ମୀରର ବିଭିନ୍ନ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିବା ପାଇଁ ଦିଲ୍ଲୀରେ ଥିବା ବିଦେଶୀ କୂଟନୀତିମାନେ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିଲେ। ସଂଯୁକ୍ତ ରାଷ୍ଟ୍ର ଆମେରିକା, ବାଂଲାଦେଶ, ଭିଏତନାମ, ନରଓ୍ବେ, ମାଳଦୀପ, ଦକ୍ଷିଣ କୋରିଆ, ମୋରକୋ, ନାଇଜେରିଆ, ଆର୍ଜେଣ୍ଟିନା, ଫିଲପାଇନ୍ସର କୂଟନୀତିଜ୍ଞମାନଙ୍କୁ କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କାଶ୍ମୀରକୁ ପ୍ରଥମରୁ ସ୍ଥିର ହୋଇଥିବା ରାସ୍ତାରେ ନିଆଯାଇଥିଲା।
ଏହି କୂଟନୀତିଜ୍ଞମାନଙ୍କୁ ପୂର୍ବରୁ ସ୍ଥିର ହୋଇଥିବା ସାମ୍ବାଦିକ, ରାଜନୈତିକ ନେତା, ନାଗରିକ ସମାଜର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିବାର ଅନୁମତି ଦିଆଯାଇଥିଲା। ସେମାନଙ୍କୁ କାଶ୍ମୀରର ହାଇପ୍ରୋଫାଇଲ ରାଜନୈତିକ ବନ୍ଦୀ ବା ଏହି ମାମଲାରେ ରାଜନୈତିକ ବନ୍ଦୀମାନଙ୍କ ସହିତ ଆଲୋଚନା କରିବାର ଅନୁମତି ନଥିଲା। ଅନେକ ଲୋକ ଏହି କୂଟନୀତିଜ୍ଞମାନଙ୍କୁ ଦେଇଥିବା ସୂଚନା ଅନୁସାରେ କାଶ୍ମୀର ପରିସ୍ଥିତି ଶାନ୍ତ ରହିଛି ଓ ଅଗଷ୍ଟ ପରେ ଗୋଟିଏ ବି ଗୁଳି ଚାଳନା ହୋଇନାହିଁ। ନୂଆଦିଲ୍ଲୀ ଦ୍ବାରା ପ୍ରଚଳିତ କାଶ୍ମୀର ନୀତିକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ଯୁକ୍ତି ଦର୍ଶାଯାଇଥିଲା।
ନିକଟରେ ଭାରତ ସରକାରଙ୍କ ଘୋଷଣା ଅନୁସାରେ ତାଙ୍କର କିଛି ପ୍ରମୁଖ ମନ୍ତ୍ରୀ କାଶ୍ମୀର ଗସ୍ତରେ ଯିବେ। କେନ୍ଦ୍ର ଶାସିତ ରାଜ୍ୟରେ ବିକାଶ ପଦକ୍ଷେପ ଯାହା କେନ୍ଦ୍ର ସରକାର ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ଏହି ମନ୍ତ୍ରୀମାନେ ଲୋକମାନଙ୍କ ସହିତ ଆଲୋଚନା କରିବେ। ସ୍ପଷ୍ଟ ଭାବରେ ଏହା ଏକ ବହୁତ ଜରୁରୀ ପଦକ୍ଷେପ। ବାସ୍ତବରେ, କୂଟନୀତିଜ୍ଞମାନଙ୍କର ନିକଟରେ ଜମ୍ମୁ-କାଶ୍ମୀର ପରିଦର୍ଶନ ଓ ମନ୍ତ୍ରୀମାନଙ୍କର ଆଗାମୀ ଗସ୍ତ ଯୋଜନା, ସରକାରଙ୍କ ଦ୍ବାରା ଏହି ପଦକ୍ଷେପର ସଙ୍କେତ ହେଉଛି କି କାଶ୍ମୀର ପୁଣି ଥରେ ସାମାନ୍ୟ ହେବାରେ ଲାଗିଛି।
ଏବେ କାହିଁକି ସରକାରଙ୍କ ଦ୍ବାରା ସ୍ଥିରୀକୃତ କୂଟନୀତିଜ୍ଞମାନଙ୍କୁ କାଶ୍ମୀର ଲୋକମାନଙ୍କ ସହିତ ଭେଟିବାକୁ ନିଆଯାଉଛି ? କାରଣ ଏଥିପାଇଁ ଯେତେବେଳେ ପ୍ରତିନିଧିଙ୍କୁ କାଶ୍ମୀର ଯିବାକୁ ଅନୁମତି ମିଳୁଛି, କିନ୍ତୁ ଭାରତୀୟ ରାଜନେତାମାନଙ୍କୁ ନିଜ ଦେଶରେ କାଶ୍ମୀର ଯିବାକୁ ଅନୁମତି କାହିଁକି ମିଳୁନାହିଁ ? ଯଦି ବାସ୍ତବରେ ସରକାର କାଶ୍ମୀର ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛନ୍ତି, ତେବେ କାଶ୍ମୀରରେ ଭାରତ ବିରୋଧୀ ଆନ୍ଦୋଳନ ସମୟରେ ୨୦୧୦ରେ ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳକୁ କାହିଁକି କାଶ୍ମୀର ଗସ୍ତରେ ପଠାଗଲା ନାହିଁ ।
କେନ୍ଦ୍ର ସରକାରଙ୍କ ଦ୍ବାରା କାଶ୍ମୀରରେ ସାମାନ୍ୟ ସ୍ଥିତି ସମ୍ପର୍କରେ ଚିତ୍ରିତ କରିବା ପାଇଁ କେବଳ ମାତ୍ର ସବୁଠାରୁ ଭଲ ଉପାୟ ମଧ୍ୟରୁ ମାତ୍ର ଅଧା ଉପାୟ ଅବଲମ୍ବନ କରାଯାଇଛି । କିନ୍ତୁ ଆମେ ସମସ୍ତେ ଜାଣିଛନ୍ତି ଏବେ କାଶ୍ମୀରର ସ୍ଥିତି ସାମାନ୍ୟ ନାହିଁ। ଯଦି ଆମେ ସ୍ବଭାବିକ ସ୍ଥିତି ଆଶା କରୁଛେ, ତେବେ କାଶ୍ମୀରରେ ସ୍ବଭାବିକ ରାଜନୀତିକୁ ଅନୁମତି ଦେବା ଆବଶ୍ୟକ।
ପଦକ୍ଷେପର ସମୟ
କାଶ୍ମୀରରେ ଯେଉଁ ପ୍ରତିବନ୍ଧ ଲଗାଯାଇଛି ସେଥିରୁ କିଛି କୋହଳ କରିବା ପାଇଁ ଗତ ସପ୍ତାହରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପଦକ୍ଷେପ ନିଆଯାଇଛି। ଇଣ୍ଟରନେଟ ସେବା ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରିବା ବେନିୟମ ଓ ଏହା କ୍ଷମତାର ଦୁରୁପଯୋଗ ପାଇଁ ଉତ୍ତରଦାୟୀ ବୋଲି ଅଦାଲତ ତାଙ୍କ ନିର୍ଦ୍ଦେଶରେ କହିଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉଚିତ ଶବ୍ଦ ସହିତ କରାଯାଇଛି, କିନ୍ତୁ ଏଥିରେ କାଶ୍ମୀରବାସୀଙ୍କ ପାଇଁ ବହୁତ କମ ସହାୟତା ମିଳିଛି। ଅଦାଲତ କାଶ୍ମୀରରେ ଲଗାଯାଇଥିବା ପ୍ରତିବନ୍ଧକୁ ପ୍ରତ୍ୟାହାର କରିବାକୁ ଆଦେଶ ଦେବା ପରିବର୍ତ୍ତେ ସରକାରଙ୍କ ଦ୍ବାରା ପ୍ରତିବନ୍ଧିତ ବ୍ୟବସ୍ଥାକୁ ସମୀକ୍ଷା କରିବା ପାଇଁ କହିଛନ୍ତି। ଅଦାଲତଙ୍କ ଆଦେଶ ସହିତ ଯେଉଁ ସମସ୍ୟା ରହିଛି ତାହା ହେଲା ସରକାର ବହୁତ ଭଲ ଭାବରେ ସମୀକ୍ଷା କରି ପାରିବେ ଓ ପ୍ରତିବନ୍ଧ ଲଗାଯାଇଥିବା ସମସ୍ତ ଉପାୟକୁ ଜାରୀ ରଖିବାକୁ ନିର୍ଣ୍ଣୟ ନେଇ ପାରନ୍ତି।
ସେହି ନିର୍ଣ୍ଣୟର ଅଂଶ ଭାବରେ ରାଷ୍ଟ୍ରୀୟ ସୁରକ୍ଷା ସହିତ କହିବାର ସ୍ବତନ୍ତ୍ରତାକୁ ସନ୍ତୁଳନ କରିବାର ଆବଶ୍ୟକତା ସମ୍ପର୍କରେ ପଦକ୍ଷେପ ନେଲେ ତାହା ଭୁଲ ପଦକ୍ଷେପ ହେବ ବୋଲି ଅଦାଲତ କହିଛନ୍ତି। ନ୍ୟାୟପାଳିକାକୁ ବ୍ୟକ୍ତିଗତ ଅଧିକାର ଓ ସ୍ବାଧୀନତାକୁ ରକ୍ଷା କରିବା ପାଇଁ ପଦକ୍ଷେପ ଉଠାଇବା ଦରକାର। ବ୍ୟକ୍ତିଗତ ଅଧିକାର ଓ ସ୍ବାଧୀନତାକୁ ବାଧା ଦେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଲାଗୁ କରାଗଲେ ଗଣତନ୍ତ୍ରର ସ୍ବାଧୀନତା ଶେଷ ହେବାର ଆରମ୍ଭ ହୋଇଯିବ, ଯାହାକି ଆମେ ଜାଣିଛେ।
ଘାଟିରେ ନୂଆ ରାଜନୀତିର ନିର୍ମାଣ
କୁହାଯାଉଛି, ଭାରତ ସରକାର ଦ୍ବାରା କାଶ୍ମୀର ପାଇଁ ଋଣନୀତି ପ୍ରସ୍ତୁତ କରାଯାଉଛି । ଏ ସମ୍ପର୍କରେ କିଭଳି ସମାନ୍ୟ ପଦକ୍ଷେପ ନିଆଯାଇଛି ତା ଉପରେ ନଜର ପକାଇବା। ସବୁଠାରୁ ପ୍ରଥମେ କାଶ୍ମୀରରେ ଲଗାଇଯାଇଥିବା ପ୍ରତିବନ୍ଧକୁ ହଟାଇବା ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଏକ ଧୀମା ପଦକ୍ଷେପ ବୋଲି ଜଣାପଡ଼ୁଛି। ଏହା ଏକ ଧାରାବାହିକ ପ୍ରକ୍ରିୟା ଓ ଏଥି ମଧ୍ୟରୁ କିଛି ବିଷୟରେ ପଦକ୍ଷେପ ନିଆଯିବା ଆବଶ୍ୟକ। ଅଦାଲତଙ୍କ ଆଦେଶ ପରେ ଏହି ପ୍ରକ୍ରିୟାକୁ ଯେତେଦୂର ସମ୍ଭବ ସେତେଦୂର ତୁରନ୍ତ କରିବା ପାଇଁ ଭାରତ ଭିତରେ ଓ ବାହାରେ ଚାପ ସୃଷ୍ଟି ହେବାରେ ଲାଗିଛି।
ଦ୍ବିତୀୟ ପଦକ୍ଷେପ ସ୍ବରୂପ ଜମ୍ମୁ-କାଶ୍ମୀରର ପାରମ୍ପରିକ ରାଜନୈତିକ ଦଳ ନ୍ୟାସନାଲ କନ୍ଫରେନ୍ସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ବରିଷ୍ଠ ନେତାମାନେ କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କାଶ୍ମୀରରେ ଏକ ନୂଆ ରାଜନୈତିକ ମଞ୍ଚ ଗଠନ ଯେପରି କରିନପାରିବେ ସେ ଦିଗରେ ସେମାନଙ୍କୁ ଦୂରେଇ ରଖାଯିବ। ଏହା ଜମ୍ମୁ-କାଶ୍ମୀରର ରାଜନୀତିରେ ଏକ ନୂତନ ଶୈଳୀକୁ ପ୍ରସ୍ତୁତ କରିବାରେ ସକ୍ଷମ ହେବ। ଯେଉଁଥିରେ ନେତାମାନଙ୍କର ଏକ ନୂଆ ସମୁହ, ନୂଆ ଦାବି ଓ ନୂଆ ମୂଲଚାଲ ଆରମ୍ଭ ହେବ। ତଥ୍ୟ ଅନୁସାରେ ଜେଲରେ ବନ୍ଦ ଥିବା ନେତାମାନଙ୍କ ମଧ୍ୟରୁ ଅନେକଙ୍କୁ କାଶ୍ମୀରବାସୀ ପସନ୍ଦ କରୁନାହାନ୍ତି। ତେଣୁ ଜମ୍ମୁ-କାଶ୍ମୀରରେ ନୂଆ ରାଜନୈତିକ ମଞ୍ଚ ନିର୍ମାଣକୁ କାଶ୍ମୀରିମାନେ ଅଧିକ ବିରୋଧ କରିବେ ନାହିଁ।
ତୃତୀୟ ରଣନୀତି ଅନୁସାରେ ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପ୍ରଶ୍ନ ଉପରେ କାଶ୍ମୀର ନେତୃତ୍ବ ଯେପରି ମୂଲ ଚାଲ କରିପାରିବେ ନାହିଁ ସେ ଦିଗରେ ସେମାନଙ୍କୁ ରୋକିବାକୁ ପଡ଼ିବ। ଆଗାମୀ ବର୍ଷ ମାନଙ୍କରେ ଏହା ଲୋକପ୍ରିୟ ଦାବିରେ ପରିଣତ ହେବ। ଏହି ପ୍ରସଙ୍ଗ ଉପରେ ଦିଲ୍ଲୀ-ଶ୍ରୀନଗର ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା କରିବାରେ ସୀମିତ ରହିବେ ତେବେ ଅନ୍ୟ ପ୍ରସଙ୍ଗ ଗୁଡ଼ିକୁ କିଛି ସମୟ ପାଇଁ ଦୂରେଇ ରଖି ହେବ।
କିନ୍ତୁ ଏହି ଯୋଜନା ଏକ ସୁଚିନ୍ତିତ ରଣନୀତି ଭଳି ଲାଗୁଛି। ଏହାକୁ ଲାଗୁ କରିବା ପାଇଁ କହିବା ତୁଳନାରେ ଆହୁରି ଅଧିକ ସହଜ କୁହାଯାଉଛି। କାଶ୍ମୀରର ଯୁବକମାନେ ଯେତେ ପରିମାଣରେ ଅସନ୍ତୁଷ୍ଟ ହୋଇଛନ୍ତି ସେଥିରେ ସେମାନେ କେନ୍ଦ୍ର ସରକାରଙ୍କ ରଣନୀତି ପ୍ରତି ଆସକ୍ତ ହେବାର ସମ୍ଭାବନା ନାହିଁ। ତେଣୁ ପ୍ରଶ୍ନ ଉଠୁଛି, କାଶ୍ମୀର ରାଜନୀତିକୁ ଆଗାମୀ ଦିନରେ ନୂଆଦିଲ୍ଲୀ ଯାହା ସ୍ଥିର କରିବ ତାକୁ କାଶ୍ମୀର ଯୁବକମାନେ ସମର୍ଥନ କିପରି କରିବେ?
ଜମ୍ମୁ-କାଶ୍ମୀରରୁ ଏହି ପ୍ରତିବନ୍ଧକ ହଟାଇ ଦିଆଯିବ ବୋଲି କେବଳ ଅନୁମାନ କରାଯାଇପାରିବ । କାଶ୍ମୀରର ରାଜନୈତିକ ସ୍ଥିତିକୁ ସାବଧାନ ପୂର୍ବକ ଯାଞ୍ଚ କରିବା ଓ ପରିଚାଳନା କରିବା ସମ୍ପର୍କରେ ସମସ୍ତ ଗଣନା ଏକ ଲୋକପ୍ରିୟ ବିଦ୍ରୋହର ଅଗ୍ନି ଭାବରେ କୁହୁଳି ପାରେ।
ଶେଷରେ, ପାକିସ୍ଥାନ ଆଗାମୀ ଦିନମାନଙ୍କରେ କାଶ୍ମୀର ପ୍ରସଙ୍ଗରେ କଣ କରିବ ଏଥିପାଇଁ ଆମକୁ ଅପେକ୍ଷା କରି ପରିସ୍ଥିତି ଦେଖିବାକୁ ପଡ଼ିବ। ଯେତେବେଳେ ଏଫଏଟିଏଫର ଚାପ କମ ହୋଇଯିବ, କାଶ୍ମୀରରୁ ସମସ୍ତ ବରଫ ତରଳି ଯିବ ସେତେବେଳେ ପାକିସ୍ଥାନ କାଶ୍ମୀର ପ୍ରସଙ୍ଗକୁ ଆଗକୁ ବଢ଼ାଇପାରେ। ଯଦି ଏଭଳି ହୁଏ, ତେବେ ଆମକୁ ଓ କାଶ୍ମୀରର ଗରମ ଅବସ୍ଥା ପ୍ରସ୍ତୁତ କରିବା ଦରକାର।
ଲେଖକ
ହାପିମନ ଜାକବ
ସହାକାରୀ ପ୍ରଫେସର, ଜେଏନୟୁ