ETV Bharat / bharat

ଯୁବପିଢିଙ୍କ ପ୍ରେରଣାର ଉତ୍ସ ନେତାଜୀ ସୁବାଷ ଚନ୍ଦ୍ର ବୋଷ

author img

By

Published : Jan 23, 2021, 6:49 PM IST

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଥିଲେ ବଳିଷ୍ଠ ପ୍ରତିଭାର ଅଧିକାରୀ । ସେ କିଛି କହିବା ଅପେକ୍ଷା ଏହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ଭାରତକୁ ସ୍ବାଧୀନତା ଦେବା କ୍ଷେତ୍ରରେ ଏବଂ ତାଙ୍କ ଜୀବନରେ କିଛି ନିର୍ଦ୍ଦିଷ୍ଟ ଚିନ୍ତାଧାରାକୁ କାର୍ଯ୍ୟକ୍ଷେତ୍ରରେ ଲଗାଉଥିଲେ । ଏଣୁ ଯୁବପିଢିଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହେବା ସହିତ ସର୍ବଦା ଯୁବପ୍ରାଣରେ ଜୀବିତ ହୋଇ ରହିଛନ୍ତି । ଅଧିକ ପଢନ୍ତୁ...

Netaji Subhas Chandra Bose, the forgotten Hero & Youth Inspiration
ଯୁବପିଢିଙ୍କ ପ୍ରେରଣାର ଉତ୍ସ ନେତାଜୀ ସୁବାଷ ଚନ୍ଦ୍ର ବୋଷ

ହାଇଦ୍ରାବାଦ: ଆମେ ସମସ୍ତେ ସେହି ହିରୋଙ୍କ ଭଲ ପାଇଥାଉ ଯିଏ ଲୋକମାନଙ୍କୁ ସାହାଯ୍ୟ କରିବା ସହିତ ତାଙ୍କର ଅଦମ୍ୟ ପ୍ରୟାସକୁ କେବେ ହେଲେ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରିନଥାନ୍ତି । ସେହି ବ୍ୟକ୍ତିତ୍ବ ଜଣକ ଗୁପ୍ତ ଭାବରେ ଦୁନିଆକୁ ବଞ୍ଚାଇଥାଏ କିନ୍ତୁ ତାଙ୍କ ଉଦ୍ୟମ ପାଇଁ କଦାପି ସ୍ୱୀକୃତି ପାଇନଥାଏ । ତେବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହିଭଳି ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ସେ ଦେଶକୁ ସ୍ବାଧୀନତା ଯୋଗାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ପଛଘୁଞ୍ଚା ଦେଉନଥିଲେ । ତାଙ୍କର ଲୋକପ୍ରିୟ ଉକ୍ତି 'ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି' ଦେଶବାସୀଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢିବା ପାଇଁ ପ୍ରେରିତ କରିଥିଲା । ନେତାଜୀଙ୍କ ଏହି ବ୍ୟକ୍ତିତ୍ବରୁ ଯୁବପିଢିମାନେ ଅନୁପ୍ରାଣିତ ହେଉଥିଲେ ।

ବର୍ତ୍ତମାନର ଯୁବପିଢି ନେତାଜୀଙ୍କ ବ୍ୟକ୍ତିତ୍ବରୁ କ'ଣ ଶିଖିବା ଉଚିତ ?

1. କାରଣ ଉପରେ ବିଶ୍ୱାସ ରଖିବା ଉଚିତ:- ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ନେତାଜୀ ଆଇନଗତ କାର୍ଯ୍ୟାନୁଷ୍ଠାନ, ଅନେକ ଗିରଫଦାରୀ ଏବଂ ଏପରିକି ନିର୍ବାସନର ସମ୍ମୁଖୀନ ହୋଇଥିଲେ । କଂଗ୍ରେସର ଅନ୍ୟ ସଦସ୍ୟଙ୍କଠାରୁ ସେ ଯେତେ ପରିହାସ ଓ ଶତ୍ରୁତାକୁ ସାମ୍ନା କରିଥିଲେ ମଧ୍ୟ ସ୍ୱରାଜଙ୍କ ଧାରଣା ଉପରେ ନେତାଜୀଙ୍କର ଅବିରତ ବିଶ୍ୱାସ ଥିଲା ଏବଂ ଏହି କାରଣରୁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଇଚ୍ଛୁକ ଥିଲେ। ତେବେ ଜଣେ ପ୍ରକୃତ ନେତା ତାଙ୍କର ଶେଷ ନିଶ୍ୱାସକୁ ଏକ ଧାରଣା ପାଇଁ ଉତ୍ସର୍ଗ କରିବେ ଯାହାକୁ ସେ ଦୃଢ ଭାବରେ ବିଶ୍ବାସ କରନ୍ତି ଏବଂ ସମାନ ଭାବରେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଥାନ୍ତି । ଏଣୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଯେକୌଣସି କଠିନତାର ସମ୍ମୁଖୀନ ହେଲେ ମଧ୍ୟ ତାହାକୁ ସାମନା କରିବା ଉଚିତ ।

2. ତୁମର ପ୍ରବୃତ୍ତି ଅନୁଯାୟୀ କାର୍ଯ୍ୟ କର:- କୌଣସି ଏକ କାର୍ଯ୍ୟକୁ ପ୍ରକୃତରେ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏକ ଧାରଣା କିମ୍ବା ଯୋଜନା ବିଷୟରେ ବିତର୍କ କରିବାରେ ଆମେ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରୁ । କଂଗ୍ରେସ ଉପରେ କିମ୍ବା ସେତେବେଳେ ଗାନ୍ଧୀଙ୍କ ଉପରେ ନେତାଜୀଙ୍କ ସବୁଠାରୁ ବଡ ଅସନ୍ତୋଷ ଥିଲା । ତେବେ ଏହା କାରଣ ପାଇଁ ଏହାର ସମସ୍ତ ସଦସ୍ୟ ସ୍ୱରାଜ ଧାରଣା ଆଡକୁ ମୁହାଁଇଥାଇପାରନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କେହି କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ ନଥିଲେ । ନେତାଜୀ ଜାଣିଥିଲେ ଯେ କୌଣସି କାର୍ଯ୍ୟକୁ କହିବା ଅପେକ୍ଷା ଏହାକୁ କରିବା ଅଧିକ ମହତ୍ବପୂର୍ଣ୍ଣ ଥିଲା । ଏଣୁ କୌଣସି କାର୍ଯ୍ୟ କହିବା ଅପେକ୍ଷା ଏହାକୁ କାର୍ଯ୍ୟରେ ପରିଣତ କରିବା ଆବଶ୍ୟକ ।

3. କିଛି ପାଇବାକୁ ହେଲେ କିଛି ଦେବା ଉଚିତ:- ତେବେ ଆମକୁ କିଛି ପାଇବା ପୂର୍ବରୁ ଏଥିଲାଗି କିଛି ଦେବାକୁ ପଡିଥାଏ । ଉଦାହରଣ ଯେପରି ଆମକୁ କିଛି ସଫଳତା ପାଇବାକୁ ହେଲେ ଏହା ପଛରେ ପରିଶ୍ରମ ଦେବାକୁ ପଡିଥାଏ । ନେତାଜୀ ଏହି ଚିନ୍ତାଧାରା ଉପରେ ବିଶ୍ବାସ ରଖୁଥିଲେ । ଏଣୁ ସ୍ବାଧୀନତା ପାଇବାକୁ ହେଲେ ନିଜ ଜୀବନକୁ ବଳିଦାନ ଦେବାକୁ ପଡିପାରେ ବୋଲି ସେ ଦେଶବାସୀଙ୍କୁ କହୁଥିଲେ । ସ୍ବାଧୀନତା ଲାଗି ଦେଶକୁ ନିଜ ଜୀବନକୁ ଉତ୍ସଗୀକୃତ କରିବାକୁ ପଡିବ ବୋଲି ସେ କହୁଥିଲେ ।

ତେବେ ନେତାଜୀ ତାଙ୍କ ଜୀବନରେ ଏହି ସବୁ ଚିନ୍ତାଧାରାକୁ ବ୍ୟବହାର କରିବା ସହିତ ଏହାକୁ କାର୍ଯ୍ୟରେ ଲଗାଉଥିଲେ । ଏଣୁ ଯୁବପିଢି ନେତାଜୀଙ୍କ ଜୟନ୍ତୀ ଅବସରରେ ଏହି ମାନସିକତାକୁ ଗ୍ରହଣ କରି ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.