ETV Bharat / bharat

କୋରୋନା ମେଡିସିନ ପାଇଁ ଭାରତ ଉପରେ ନିର୍ଭରଶୀଳ ନେପାଳ - ଭାରତ ଉପରେ ନିର୍ଭରଶୀଳ ନେପାଳ

ଭାରତର କିଛି ଅଂଶକୁ ନେପାଳ ନିଜର ଦର୍ଶାଇ ଏକ ନୂତନ ମାନଚିତ୍ର ଜାରି କରିଛି । ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଅଧିକ ପଢନ୍ତୁ...

କୋରୋନା ମେଡିସିନ ପାଇଁ ଭାରତ ଉପରେ ନିର୍ଭରଶୀଳ ନେପାଳ

author img

By

Published : Aug 18, 2020, 2:43 PM IST

କାଠମାଣ୍ଠୁ: ସମସ୍ତ ଜରୁରୀ ସାମଗ୍ରୀ ପାଇଁ ନେପାଳ ସର୍ବଦା ଭାରତ ଉପରେ ନିର୍ଭରଶୀଳ । ଭାରତ ମଧ୍ୟ ନେପାଳକୁ ସମସ୍ତ ପରିସ୍ଥିତିରେ ସହଯୋଗ କରିଆସିଛି । ହେଲେ ବର୍ତ୍ତମାନ ପରିସ୍ଥିତି ଅଲଗା । ନେପାଳ ଯେବେ ଠାରୁ ଭାରତର ଅଞ୍ଚଳକୁ ନିଜର ଦର୍ଶାଇ ନୂତନ ମାନଚିତ୍ର କରିଛି, ସେବେ ଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ମଧ୍ୟ ନେପାଳ ଭାରତ ଉପରେ ନିର୍ଭର କରୁଛି ।

ମହାମାରୀ କୋରୋନା ପାଇଁ ଏଯାବତ୍‌ କୌଣସି ଔଷଧ କିମ୍ବା ଭ୍ୟାକ୍ସିନ ବାହାରି ନାହିଁ । ତଥାପି ରେମଡେସିଭର୍ ଔଷଧ କୋରୋନା ଆକ୍ରାନ୍ତଙ୍କୁ ଅଧିକ ଗୁରୁତର ହେବାରୁ ରକ୍ଷା କରିଥାଏ । ଏହି ମେଡିସିନ ପାଇଁ ଏବେ ନେପାଳ ଭାରତ ବଜାର ଉପରେ ନିର୍ଭର କରୁଛି ।

ନେପାଳର ମହିଳା ସପନାଙ୍କ ବାପା କୋରୋନା ଆକ୍ରାନ୍ତ ହୋଇ କାଠମାଣ୍ଠୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପାଇଁ ରେମଡେସିଭର୍ ଆବଶ୍ୟକ ଥିବାବେଳେ ଏହି ନେଡିସିନ ନେପାଳରେ ଉପଲବ୍ଧ ନ ଥିବାରୁ ସେମାନେ ଭାରତ ସହ ଯୋଗଯୋଗ କରିଥିଲେ । ଭାରତ ପକ୍ଷରୁ ମେଡିସିନ ପଠାଯାଇଥିଲା ।

ବର୍ତ୍ତମାନ ସପନାଙ୍କ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ସୁସ୍ଥ ରହିବା ସହ ସେ ବିପଦରୁ ମୁକ୍ତ ଅଛନ୍ତି । ଏହା ପରେ ଉକ୍ତ ଯୁବତୀ ଜଣକ କହିଛନ୍ତି ’’ଯଦି ଭାରତରେ ଏହି ଔଷଧ ଉପଲବ୍ଧ ନଥାନ୍ତା ତେବେ ତାଙ୍କ ଅବସ୍ଥା ଚିନ୍ତାଜନକ ହୋଇଥାନ୍ତା।" ।

ସପନାଙ୍କ ଅନୁଯାୟୀ, ଭାରତରେ ଏହି ଔଷଧର ମୂଲ୍ୟ 7,000 ଏବଂ ହିମାଳୟ ଦେଶ ନେପାଳରେ ଏହାର ମୂଲ୍ୟ ନେପାଳୀ ଟଙ୍କାରେ 20,000 ରହିଛି । ଭାରତ ଏବଂ ଆମେରିକା ସମେତ ବିଦେଶୀ ଦେଶରୁ ଔଷଧ କ୍ରୟ ପାଇଁ ନେପାଳ ସରକାର ତିନୋଟି କମ୍ପାନୀକୁ ଅନୁମତି ଦେଇଛନ୍ତି।

ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବିଭାଗରେ ପଞ୍ଜୀକୃତ ହୋଇଥିବା 123 ଟି ଔଷଧ ଆମଦାନୀକାରୀଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ କମ୍ପାନୀରୁ ଆମଦାନୀ କରନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.