କାଠମାଣ୍ଡୁ: ନେପାଳକୁ ଭାରତ ସରକାର ଏକ ଅନୁଦାନ ସହାୟତା କାର୍ଯ୍ୟକ୍ରମ ଅଧୀନରେ କୋଭିଡ ଟିକା କୋଭିସିଲ୍ଡ ଯୋଗାଇଥିବାରୁ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି ଗୁରୁବାର ଧନ୍ୟବାଦ ଜଣାଇଛନ୍ତି । ନେପାଳକୁ ଭାରତ 1 ମିଲିୟନ ବା 10 ଲକ୍ଷ ଟିକା ଯୋଗାଇଛି ।
-
Thank you PM @kpsharmaoli. India remains committed to assist the people of Nepal in fighting the Covid-19 pandemic. The vaccines being made in India will also contribute to the global efforts to contain the pandemic. https://t.co/d6LpcbvKHg
— Narendra Modi (@narendramodi) January 21, 2021 " class="align-text-top noRightClick twitterSection" data="
">Thank you PM @kpsharmaoli. India remains committed to assist the people of Nepal in fighting the Covid-19 pandemic. The vaccines being made in India will also contribute to the global efforts to contain the pandemic. https://t.co/d6LpcbvKHg
— Narendra Modi (@narendramodi) January 21, 2021Thank you PM @kpsharmaoli. India remains committed to assist the people of Nepal in fighting the Covid-19 pandemic. The vaccines being made in India will also contribute to the global efforts to contain the pandemic. https://t.co/d6LpcbvKHg
— Narendra Modi (@narendramodi) January 21, 2021
ଏ ସମ୍ପର୍କରେ ଓଲି ଟ୍ବିଟରେ ଲେଖିଛନ୍ତି, " ଭାରତ ନିଜ ଦେଶବାସୀଙ୍କୁ କୋରୋନା ଟିକା ଯୋଗାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ନେପାଳକୁ ଏକ ମିଲିୟନ୍ ଡୋଜ ଟିକା ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି । "
ତେବେ ଭାରତ ବାଙ୍ଗଲାଦେଶକୁ 2 ମିଲିୟନ ବା 20 ଲକ୍ଷ ଟିକା ଯୋଗାଇଥିବା ବେଳେ ଗତ ବୁଧବାର ଭୂଟାନକୁ 1 ଲକ୍ଷ 50 ହଜାର କୋଭିସିଲ୍ଡ ଟିକା ଓ ମାଳଦ୍ବୀପକୁ 1 ଲକ୍ଷ ଟିକା ଅନୁଦାନ ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦାନ କରିଛି । ଓଲିଙ୍କ ଟ୍ୱିଟର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଧନ୍ୟବାଦ ଦେବା ସହ ନେପାଳବାସୀଙ୍କୁ କୋଭିଡ-ମହାମାରୀର ମୁକାବିଲା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏହାସହିତ ଭାରତରେ ଉଦ୍ଭାବନ କରାଯାଇଥିବା ଏହି କୋରୋନା ଟିକା ବିଶ୍ବବାସୀଙ୍କୁ ଯୋଗାଇବ ବୋଲି ମୋଦି ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।
ବିଶ୍ବରେ ସର୍ବାଧିକ ଔଷଧ ପ୍ରସ୍ତୁତ କରୁଥିବା ଦେଶ ମଧ୍ୟରେ ଥିବା ଭାରତ ଏହାର ଆଣ୍ଟି-କରୋନାଭାଇରସ୍ ଡୋଜ ଯୋଗାଇ ଅନେକ ଦେଶର ନିକଟତର ହୋଇଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କୋଭିସିଲ୍ଡ ଟିକା ବର୍ତ୍ତମାନ ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଉଥିବା ବେଳେ କୋଭାକ୍ସିନ ଟିକା ଭାରତ ବାୟୋଟେକରେ ପ୍ରସ୍ତୁତ କରାଯାଉଛି ।
ତେବେ ପୂର୍ବରୁ କୋରୋନା ମହାମାରୀର ମୁକାବିଲା କରିବା ପାଇଁ ଭାରତ ବହୁ ସଂଖ୍ୟକ ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍, ରେମଡେସିଭର୍ ଏବଂ ପାରାସିଟାମଲ୍ ଟାବଲେଟ୍ ଯୋଗାଇବା ସହିତ ଡାଇଗ୍ନୋଷ୍ଟିକ୍ କିଟ୍, ଭେଣ୍ଟିଲେଟର, ମାସ୍କ, ଗ୍ଲୋଭସ୍ ଏବଂ ଅନ୍ୟାନ୍ୟ ଚିକିତ୍ସା ସମ୍ବନ୍ଧୀୟ ସାମଗ୍ରୀ ଯୋଗାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ