ETV Bharat / bharat

ନେପାଳ ପିଏମ ଓଲିଙ୍କ ଗାଦି ଟଳମଳ, ଡାକିଲେ କ୍ୟାବିନେଟ ବୈଠକ - ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ପ୍ରତି ଘନାଉଛି ବିପଦ। ଏନେଇ ଆଜି( ବୁଧବାର) ଦିନ କ୍ୟାବିନେଟ ବୈଠକ ଡକାଇ ସମସ୍ତ ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସେ କହିଛନ୍ତି।

ନେପାଳ ପିଏମ ଓଲିଙ୍କ ଗାଦି ଟଳମଳ, ଡାକିଲେ କ୍ୟାବିନେଟ ବୈଠକ

author img

By

Published : Jul 1, 2020, 12:28 PM IST

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଗାଦି ପ୍ରତି ଘନାଉଛି ବିପଦ। ଏନେଇ ଆଜି( ବୁଧବାର) ଦିନ କ୍ୟାବିନେଟ ବୈଠକ ଡକାଇ ବସିଥିବା ସମସ୍ତ ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସେ କହିଛନ୍ତି। ଏହି ବୈଠକରେ ବରିଷ୍ଠ ନେତା ମାଧବ କୁମାର, ଝଲନାଥ ଖନାଲ, ଉପାଧ୍ୟକ୍ଷ ବାମଦେବ ଗୌତମଙ୍କ ସମେତ ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର 'ବିଫଳତା' ଦର୍ଶାଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଛନ୍ତି।

ମଙ୍ଗଳବାର ଅନୁଷ୍ଠିତ ଏନସିପିର ଷ୍ଟାଣ୍ଡିଂ କମିଟି ବୈଠକ ଉତ୍ତେଜିତ ହୋଇଥିବାରୁ ଓଲିଙ୍କ ଭାରତ ଉପରେ ବିବାଦୀୟ ବିବୃତ୍ତି ଆଲୋଚନା ପାଇଁ ଟେବୁଲ ଉପରେ ରଖାଯାଇଥିଲା। ଖନାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦଳଗତ ସ୍ୱାର୍ଥକୁ ପଛରେ ରଖି କେବଳ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ପୂରଣ ପାଇଁ କାର୍ଯ୍ୟ କରିଥିଲେ।

ସେ କହିଛନ୍ତି ଯେ ଓଲି ସଠିକ୍ ନୀତି ଏବଂ କାର୍ଯ୍ୟକ୍ରମ ଆଣିବାରେ ବିଫଳ ହୋଇଥିଲେ ଏବଂ ଗତ ତିନି ବର୍ଷ ମଧ୍ୟରେ ତାଙ୍କ ଦଳ ପ୍ରତିଜ୍ଞା କରିଥିବା ସମାଜବାଦୀତାର ଲକ୍ଷ୍ୟକୁ ଅଣଦେଖା କରି ପୁଞ୍ଜିପତିବାଦୀ ନୀତି ଅନୁସରଣ କରିଥିଲେ।

ଏହାର ଜବାବ ଦେଇ ନେପାଳର ପ୍ରଧାନମନ୍ତ୍ରୀ ଓଲି ରବିବାର ମନ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ଭାରତ ଷଡଯନ୍ତ୍ର କରୁଛି । ଆଉ ଏଥିରେ କିଛି ନେପାଳି ନେତା ମଧ୍ୟ ସାମିଲ ଥିବା ସେ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.