ETV Bharat / bharat

ମାନସରୋବର ଲିଙ୍କ୍ ରାସ୍ତାକୁ ନେପାଳର ଅବରୋଧ ! ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କର ମନ୍ତ୍ର ଦେଲା ଭାରତ

ମାନସରୋବର ଲିଙ୍କ୍ ରାସ୍ତା ଉଦଘାଟନ ପରେ ଏହାକୁ ନେପାଳ ବିରୋଧ କରିଛି। କିନ୍ତୁ ସନ୍ତର୍ପଣର ସହିତ ଜଵାବ୍ ରଖିଛି ଭାରତ। ଭାରତ ପକ୍ଷରୁ କୁହାଯାଇଛି, ବନ୍ଧୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ସମ୍ପର୍କରେ ଆମେ ଵିଶ୍ବାସ ରଖୁ।

author img

By

Published : May 10, 2020, 10:56 AM IST

nepal-opposes-inauguration lipulekh-pass
ମାନସରୋବର ଲିଙ୍କ୍ ରାସ୍ତାକୁ ନେପାଳର ଅବରୋଧ ! ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ମନ୍ତ୍ର ଦେଲା ଭାରତ

ନୂଆଦିଲ୍ଲୀ: ମାନସରୋବର ଲିଙ୍କ୍ ରାସ୍ତା ଉଦଘାଟନ ପରେ ଏହାକୁ ନେପାଳ ବିରୋଧ କରିଛି। କିନ୍ତୁ ସନ୍ତର୍ପଣର ସହିତ ଜଵାବ୍ ରଖିଛି ଭାରତ। ଭାରତ ପକ୍ଷରୁ କୁହାଯାଇଛି, ବନ୍ଧୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ସମ୍ପର୍କରେ ଆମେ ଵିଶ୍ବାସ ରଖୁ।

ତେଵେ ଉଦଘାଟିତ୍ ଲିଙ୍କ୍ ରାସ୍ତା ଖୋଲିବାକୁ ବିରୋଧ କରି ଦୁଇ ଦେଶ ମଧ୍ୟରେ ଵିବାଦର ସୂତ୍ରପାତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲିପୁଲେଖକୁ ପିଥୋରାଗଡ-ଧର୍ଚୁଲାକୁ ସଂଯୋଗ କରୁଥିବା ଏହି ରାସ୍ତାକୁ ଉଦଘାଟନ କରିଛନ୍ତି। ଏହି ସମୟ ମଧ୍ୟରେ ରାଜନାଥ ସିଂ କହିଥିଲେ ଯେ, କୈଳାଶ-ମାନସରୋଭରକୁ ଯାଉଥିବା ତୀର୍ଥଯାତ୍ରୀମାନେ ବର୍ତ୍ତମାନ ତିନି ସପ୍ତାହ ପରିବର୍ତ୍ତେ ଗୋଟିଏ ସପ୍ତାହରେ ଯାତ୍ରା ଶେଷ କରିପାରିବେ। ଏହି ଲିଙ୍କ୍ ରାସ୍ତା ଗିଆବାଗଡରୁ ଉତ୍ପନ୍ନ ହୋଇ ଲିପୁଲେଖ ପାସ୍, କୈଳାଶ-ମାନସରୋବର ପ୍ରବେଶ ପଥରେ ଶେଷ ହେଉଛି। ଯାହା ସାଧାରଣ ଭାରତୀୟ ତଥା ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧାପୂର୍ଣ୍ଣ ମାଧ୍ୟମ।

ଏହା ଭିତରେ ନେପାଳ ଭାରତକୁ ଏହାର ସୀମା ମଧ୍ୟରେ କୌଣସି ପ୍ରକାର କାର୍ଯ୍ୟକଳାପ ତଥା ଯାତାୟତ ନକରିବାକୁ ଚେତାବନୀ ଦେଇଛି। ନେପାଳର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଦୁଇ ଦେଶ ମଧ୍ୟରେ ସୀମା ବିବାଦ ସମାଧାନ ନହେବା ଯାଏଁ ରାସ୍ତ ବ୍ୟବହାର ହେବ ନାହିଁ। ନେପାଳର ପକ୍ଷରୁ ଜାରି ହୋଇଥିଵା ବିବୃତ୍ତିରେ କୁହାଯାଇଛି ଯେ, ନେପାଳ ସରକାର ଜାଣିବାକୁ ପାଇଛନ୍ତି,ଶୁକ୍ରବାର ଦିନ ନେପାଳ ଦେଇ ଯାଇଥିବା ଲିପୁଲେଖକୁ ସଂଯୋଗ କରୁଥିବା ଲିଙ୍କ ରାସ୍ତାକୁ ଭାରତ ଉଦଘାଟନ କରିଛି। ଯାହା ମନୋମୁଖି ନିଷ୍ପତ୍ତି। ଵିଵୃତ୍ତିରୁ ଜଣାପଡିଛି ଯେ, ସୁଗୁଲି ଚୁକ୍ତିନାମା (1816) ଅନୁଯାୟୀ, କାଳୀ ନଦୀର ପୂର୍ବ, ଲିମ୍ପିଆଡୁରା, କାଲାପାନି ଏବଂ ଲିପୁଲେଖ ନେପାଳର ଅଟେ। ଏଥିରେ କୁହାଯାଇଛି, ନେପାଳ ସରକାର ପୂର୍ବରୁ ଏବଂ ନିକଟରେ ଭାରତ ସରକାରଙ୍କୁ ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରଦାନ କରିବାକୁ ଅନେକ ଥର କହିଥିଲେ। କିନ୍ତୁ ଭାରତ ଏସବୁ ନଶୁଣି ମନୋମୁଖି କାର୍ଯ୍ୟ କରୁଛି।

ନେପାଳର ଆପତ୍ତି ଉପରେ ଭାରତର ପ୍ରତିକ୍ରିୟା ଜବାବ ଦେଇ କହିଛି, ଯେ, ରାସ୍ତା ଖୋଲିବା ସହ ନେପାଳର ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା 9 ମଇ 2020 ର ପ୍ରେସ ବିଜ୍ଞପ୍ତି ଆମେ ଦେଖିଛୁ। ଉତ୍ତରପ୍ରଦେଶର ପିଥୋରାଗଡ ଜିଲ୍ଲାର ନିକଟରେ ଉଦଘାଟିତ ସଡକ ବିଭାଗ ସମ୍ପୂର୍ଣ୍ଣ ରୂପେ ଭାରତ ଅଞ୍ଚଳରେ ଅବସ୍ଥିତ।

ବିବୃତ୍ତିରେ କୁହାଯାଇଛି ଯେ, ଏହି ରାସ୍ତା କୈଳାସ ମାନସରୋବର ଯାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ। ବର୍ତ୍ତମାନର ପ୍ରକଳ୍ପ ଅଧୀନରେ ତୀର୍ଥଯାତ୍ରୀ, ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ସୁବିଧା ପାଇଁ ଗୋଟିଏ ରାସ୍ତା ନିର୍ମାଣ କରାଯାଇଛି। କୂଟନୈତିକ କଥାବାର୍ତ୍ତା ଏବଂ ନେପାଳ ସହିତ ଆମର ଘନିଷ୍ଠ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ​​ମାଧ୍ୟମରେ ସୀମା ସମସ୍ୟାର ସମାଧାନ ହେଵ। ଉଭୟ ପକ୍ଷ ବୈଦେଶିକ ସଚିବ ସ୍ତରରେ ଆଲୋଚନା ସମୟ ନିର୍ଘଣ୍ଟ ପ୍ରକ୍ରିୟାରେ ଅଛନ୍ତି। କୋଭିଡ୍-19 ଜରୁରୀକାଳୀନ ପରିସ୍ଥିତିର ସଫଳତାର ସହ ମୁକାବିଲା କରିବା ପରେ ଏହି ଆଲୋଚନା ଅନୁଷ୍ଠିତ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.