ETV Bharat / bharat

ନେପାଳ–ଭାରତ ବୋହୂ-ଝିଅର ସଂପର୍କ

ଡେଲହାଉସିର ମାସୋନିକ ଲଜ୍ । ୧୮୪୫ରେ ପ୍ରତିଷ୍ଠିତ ଏହି ପୁରାତନ ଲଜ୍‌ର ପ୍ରାଚୀରରେ ରହିଛି ଏକ ଧୂଳି ଧୂସରିତ ପୁରୁଣା ଇଲେକଟ୍ରିକ୍ ମିଟର । ସେତେବେଳେ ଏମିତି ଏକ ସମୟ ଥିଲା ,ଯେତେବେଳେ କି ନେପାଳର ରାଜପରିବାର ତତ୍କାଳୀନ ଭାରତର ଶାସକଙ୍କ ସହ ବୈବାହିକ ସମ୍ବନ୍ଧରେ ବାନ୍ଧି ହୋଇଥିଲେ ।

ନେପାଳ –ଭାରତ ବୋହୂ-ଝିଅର ସଂପର୍କ
ନେପାଳ –ଭାରତ ବୋହୂ-ଝିଅର ସଂପର୍କ
author img

By

Published : Jul 23, 2020, 1:07 PM IST

ଗଣେଶ ସାଇଲି

ଡେଲହାଉସିର ମାସୋନିକ ଲଜ୍ । ୧୮୪୫ରେ ପ୍ରତିଷ୍ଠିତ ଏହି ପୁରାତନ ଲଜ୍‌ର ପ୍ରାଚୀରରେ ରହିଛି ଏକ ଧୂଳି ଧୂସରିତ ପୁରୁଣା ଇଲେକଟ୍ରିକ୍ ମିଟର । ସେତେବେଳେ ଏମିତି ଏକ ସମୟ ଥିଲା ,ଯେତେବେଳେ କି ନେପାଳର ରାଜପରିବାର ତତ୍କାଳୀନ ଭାରତର ଶାସକଙ୍କ ସହ ବୈବାହିକ ସମ୍ବନ୍ଧରେ ବାନ୍ଧି ହୋଇଥିଲେ । ମାସୋନିକ ଲଜ୍‌ର ପ୍ରାଚୀରରେ ସ୍ଥାପନ ହୋଇଥିବା ସେହି ଇଲେକଟ୍ରିକ୍ ମିଟରର ବ୍ରାସ୍ ପ୍ଲେକରେଲେଖାଯାଇଥିବା ଲିପିରୁ ଜଣାପଡିଛି ଯେ, ହିଜ୍ ହାଇନେସ୍ ଦେବ ସମସେର ଜଙ୍ଗ୍‌ ବାହାଦବର ରାଣା ଜୁନିଅର ସେହି ଇଲେକଟ୍ରିକ ମିଟରକୁ ଲଜ୍‌କୁ ଉପହାର ସ୍ବରୂପ ଦେଇଥିଲେ । ୧୯୧୦ ମସିହା ମାର୍ଚ୍ଚ ମାସରେ ରାଜକୁମାରୀ ମଦାଲେସାଙ୍କସହ ନହାନର ଯୁବରାଜଙ୍କ ବିବାହର ସ୍ମାରକୀ ସ୍ୱରୂପ ରାଜା ଏହି ମିଟର ଲଜ୍‌କୁ ଉପହାର ଦେଇଥିଲେ ।

ହିଲ୍ ଷ୍ଟେସନର ପୂରା ଦକ୍ଷିଣରେ ଥିବା ଝରିପାଣି ଶିଖରରେ ରହିଛି ଆଭିଜାତ୍ୟ ଓ ସଂଭ୍ରାନ୍ତ କୋଠା, ତୋରଣ, ଫାଟକର ଧ୍ବଂସାବଶେଷ। ସଲିଡ ଲାଇମ୍ ଓ ମୋର୍ଟାରେ ନିର୍ମିତ ବାଲୁଷ୍ଟର ରେଲିଂ ଫେୟାରଲନ୍‌ ପ୍ରାସାଦ କଥା ମନେ ପକାଇଦିଏ । ଦିନେ ଏହି ପ୍ରାସାଦ ହିଜ୍ ହାଇନେସ୍ ଦେବ ସମସେର ଜଙ୍ଗ ବାହାଦବର ରାଣାଙ୍କ ବାସଭବନ ଥିଲା । ସେ ତିନି ମାସ ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଥିଲେ । କିନ୍ତୁ ତାଙ୍କ ଭାଇ ଏକ ବିଦ୍ରୋହରେ ତାଙ୍କୁ ପଦଚ୍ୟୁତ କରିଥିଲେ । ଇଷ୍ଟ ଇଣ୍ଡିଆ କଂପାନୀ ତାଙ୍କୁ ଦାର୍ଜିଲିଂରେ ରଖିବା ପାଇଁ ଚାହିଁଲା ନାହିଁ । ନେପାଳ ସୀମା ସହ ଦାର୍ଜିଂଲି ଲାଗି ରହିଛି । ତେଣୁ ରାଣାଙ୍କୁ ଦୁଇଟି ବିକଳ୍ପ ଦିଆଗଲା । ତାଙ୍କୁ ଦିଲ୍ଲୀ ବା କୌଣସି ଏକ ହିଲ ଷ୍ଟେସନକୁ ଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଆଉ ସେ ହିଲ୍ ଷ୍ଟେସନକୁ ହିଁ ବାଛିଥିଲେ । ବୋଧହୁଏ, ତାଙ୍କୁ ନିଜ ଦେଶର ପାହାଡ ପର୍ବତ କଥା ମନେପଡିଯାଇଥିବ । ମୁସୌରୀଠାରୁ ଚାରି ମାଇଲ ଦୂରରେ ଏକ ଯାଗା ବାଛିଥିଲେ ରାଣା । ଏକ ଶିଖର ଉପରେ ଥିଲା ସେହି ଯାଗା । ପ୍ରକୃତିରାଣୀର ଶୋଭା ଉପଭୋଗ କରିହେଉଥିଲା । ଏକ ବଡ କମନୀୟ ବଗିଚା ସହ ପ୍ରଚୁର ପାଣି ଥିଲା ସେହି ଯାଗାରେ । ସୁଚିନ୍ତିତ ଭାବେ ସେମାନେ ସେହି ଯାଗାକୁ ଆବଶ୍ୟକୀୟ ସବୁ ସାମଗ୍ରୀ ନେଇ ଯାଇଥିଲେ । ଏଥିମଧ୍ୟରେ ଥିଲା ପ୍ରସିଦ୍ଧ ନୌଲାଖ ହାର ।

ଏହି ହାର ନାନାସାହେବଙ୍କଠାରୁ ନିଆଯାଇଥିଲା, ଯେତେବେଳେ କି ୧୮୫୭ ମସିହା ବିଦ୍ରୋହ ପରେ ସେ ନେପାଳରେ ଶରଣ ନେଇଥିଲେ । ଏକ ଆମ୍ବ ଆଚାରର ବୋତଲ ଭିତରେ ସେହି ହାରକୁ ଲୁଚାଇ ରାଣାଙ୍କ ନୂଆ ଯାଗାକୁ ନିଆଯାଇଥିଲା ।

କିଛି ବର୍ଷ ପରେ ଦୁଇ ବିଛିନ୍ନ ଭାଇଙ୍କ ମଧ୍ୟରେ ପୁଣି ଭେଟ ହୋଇଥିଲା । କଲିକତାରେ ଦେବ ଓ ଚନ୍ଦ୍ରାଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ସେମାନଙ୍କ ମଧ୍ୟରେ ନିମ୍ନଲିଖିତ ବାର୍ତ୍ତାଳାପ ହୋଇଥିଲା ।

‘ୟୋର ହାଇନେସ୍‌’ , ଚନ୍ଦ୍ରା ଅଭିଯୋଗ କରି କହିଲେ । ‘ ଆପଣ କୌଶଳ କ୍ରମେ ପଳାୟନ କଲେ ।’ ଇଟାର ଜବାବ ପଥରରେ ଦେବା ଭଳି ଉତରରେ ଦେବ କହିଥିଲେ, ‘ୟୋର୍ ହାଇନେସ୍ , ମୋତେ ଆପଣ କୌଶଳ କରି ମୋ ରାଜ୍ୟରୁ ବଞ୍ଚିତ କରିଥିଲେ ।’

ନେପାଳରେ ରାଣାମାନେ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୋଇ ଅଖଣ୍ଡ କ୍ଷମତା ଉପଭୋଗ କରୁଥିଲେ । ରାଜା ନାମକୁ ମାତ୍ର ଶାସକ ହୋଇ ରହିଥିଲେ । ହଁ , ରାଣାମାନଙ୍କ ପ୍ରଭୁତ୍ବ ବି ଶେଷ ହେବାର ଥିଲା । ୧୯୫୦ ମସିହା ନଭେମ୍ବର ୬ ତାରିଖରେ ରାଜା ତ୍ରିଭୁବନଙ୍କ ମୋଟରକେଡ୍ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ରାଜପ୍ରାସାଦରୁ ବାହାରିଲା । ଲାଗୁଥିଲା ରାଜା ଓ ପରିବାର ପିକନିକରେ ବାହାରିଛନ୍ତି । କିନ୍ତୁ ରାଜାଙ୍କ ମୋଟରକେଡ୍ ଭାରତୀୟ ଦୂତାବାସ ସମ୍ମୁଖରେ ପହଂଚିଲା । ଦୂତାବାସ ଭିତରକୁପଶିବାକୁ ସଂକେତର ଅପେକ୍ଷାରେ ଅତି ବ୍ୟଗ୍ରତାର ସହ ଅପେକ୍ଷା କରିଥିଲେ ରାଜା ତ୍ରିଭୁବନ । ଦୂତାବାସ ପରିସର ଭିତରୁ ଏକ ସଂକେତ ଆସିଲା ପରେ ଆଶ୍ବସ୍ତ ହୋଇଥିଲେ ରାଜା ତ୍ରିଭୁବନ । ରାଜାଙ୍କ ଗାଡି ଭାରତୀୟ ଦୂତାବାସ ଭିତରେ ପ୍ରବେଶ କଲାପରେ ଫାଟକକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା । ଫାଟକ ବାହାରେ ଗାର୍ଡମାନେ ଏକା ରହିଯାଇଥିଲେ । ରାଜନୈତିକ ଶରଣ ମିଳିଲା ପରେ ରାଜାଙ୍କୁ ନୂଆଦିଲ୍ଲୀ ପଠାଇ ଦିଆଯାଇଥିଲା । କିଛି ଦିନ ପରେ ନେପାଳୀ କଂଗ୍ରେସ ଓ ଅନ୍ୟମାନଙ୍କ ପକ୍ଷରୁ ନ୍ୟାସନାଲ ଲିବରେସନ ମୁଭମେଣ୍ଟ ଆରମ୍ଭ ହୋଇଥିଲା । ଏହି ଆନ୍ଦୋଳନ ହିଁ ରାଣାମାନଙ୍କ ଶାସନର ଅନ୍ତ ଆରମ୍ଭ ହୋଇଥିଲା । ୧୯୫୧ ମସିହା ଫେବ୍ରୁଆରୀ ୧୮ ତାରିଖରେ ରାଜା ତ୍ରିଭୁବନ ଜଙ୍ଗ୍ ବାହାଦୂର ରାଣାଙ୍କ ସହ ୧୮୪୬ରେ ହୋଇଥିବା ଚୁକ୍ତି ରଦ୍ଦକରିଦେଇଥିଲେ । ଏକ ସମ୍ବିଧାନ ସଭା ଦ୍ବାରା ଗଣତନ୍ତ୍ରର ସମ୍ବିଧାନ ପ୍ରସ୍ତୁତ ହେବ ବୋଲି ସେ ଘୋଷଣା କରିଥିଲେ ।

ରାଣାମାନେ ସେମାନଙ୍କ ଶାସନ ସମୟରେ ନିଜ ନିଜର ଝିଅଙ୍କୁ ଭାରତର କାଶ୍ମୀର, ବରୋଦା, ଜୟସାଲମେର, ଗ୍ବାଲିଅର ଓ କାଥିଆବାଡ ଭଳି ଗଡଜାତ ରାଜ୍ୟର ରାଜପରିବାରରେ ବିବାହ ଦେଉଥିଲେ । ୧୯୪୭ଓ ଭାରତର ସ୍ବାଧୀନତା ଯାଏଁ ଏହି ପରମ୍ପରା ଜାରି ରହିଥିଲା । ଶେଷ ରାଣା ପ୍ରଧାନମନ୍ତ୍ରୀ ମୋହନ ସମସେର ଏସଜେବି ରାଣାଙ୍କ ସମୟ ପଯ୍ୟର୍ନ୍ତ ଜାରି ରହିଥିଲା ଏହି ଧାରା । ସମସେର ଏସଜେବି ରାଣାଙ୍କ ନାତୁଣୀମାନେ କାଶ୍ମୀର, ଜୟସାଲମେର ଓ ଜାମନଗରର ଶାସକଙ୍କ ପରିବାରରେ ବିବାହ କରିଥିଲେ । ରାଣାଙ୍କ ପରିବାର ଲୋକେ ଯେତେବେଳେ ବର ଖୋଜୁଥିଲେ , ସେମାନଙ୍କ ମଧରୁ ଅଳ୍ପ କିଛି ହିଁ ସେମାନଙ୍କ ଝିଅକୁ ଭାରତରେ ମୁଖ୍ୟ ରାଜ ପରିବାରରେ ବିବାହ କରିବାରେ ସଫଳ ହେଉଥିଲେ । କିନ୍ତୁ ରାଣା ବଂଶର ଅଧିକାଂଶ ବ୍ୟକ୍ତି ସେମାନଙ୍କ ଝିଅର ବିବାହ ପାଇଁ ହିମାଚଳର ପାର୍ବତ୍ୟାଚଂଳରୁ ହିଁ ବର ଖୋଜୁଥିଲେ ।

କ୍ଷମତାରେ ଥିଲା ବେଳେ ରାଣାମାନେ ପଦଚ୍ୟୁତ ଶାହାଙ୍କ ପରିବାରକୁ ଛୋଟ ଛୋଟ ଗଡଜାତ ରାଜ୍ୟର ପରିବାର ସହ ବୈବାହିକ ସଂପର୍କ ସ୍ଥାପନକୁ ଉତ୍ସାହିତ କଲେ । ଉଦାହରଣ ସ୍ବରୂପ, ତ୍ରିଭୁବନ ଶାହାଙ୍କ 2ୟ ଝିଅ, ଓଡିଶାର ମୟୂରଭଞ୍ଜ ରାଜପରିବାରରେ ବିବାହ କରିଥିଲେ । ଆଉ ତାଙ୍କର ଆଉ ଗୋଟିଏ ଝିଅ କାଶ୍ମୀରର ପୁଂଚ ରାଜାଙ୍କୁ ବିବାହ କରିଥିଲେ । ଦେବଯାନୀ ରାଣାଙ୍କୁ ଛାଡି ଭାରତର ଓ ନେପାଳର ରାଜବଂଶ ମଧ୍ୟରେ ବୈବାହିକ ସଂପର୍କର ଗାଥା ଅଂସପୂଣ୍ଣ ରହିଯିବ ।

ଦେବଯାନୀ ହେଉଛନ୍ତି ପଶୁପତି ସମସେର ଜଙ୍ଗ ବାହାଦବର ରାଣା ଓ ରାଣୀ ଉଷା ରାଜେ ସିନ୍ଧିଆଙ୍କ 2ୟ ଝିଅ । ଉଷା ରାଜେ ସିନ୍ଧିଆ ହେଉଛନ୍ତି ଗ୍ବାଲିଅରର ଶେଷ ମହାରାଜା ଜୀବାଜିରାଓ ସିନ୍ଧିଆଙ୍କ ଝିଅ ।

ନୂଆ ସହସ୍ରାବ୍ଦ ଆରମ୍ଭରେ, ଏକ ଗୁଜବ ଉଠିଥିଲା ଯେ, ତତ୍କାଳୀନ ନେପାଳ ଯୁବରାଜ ଦୀପେନ୍ଦ୍ର ଦେବଯାନୀଙ୍କ ପ୍ରେମରେ ପଡିଛନ୍ତି । ଦୀପେନ୍ଦ୍ର ତାଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି ମଧ୍ୟ ଖବର ପ୍ରଚାରିତ ହୋଇଥିଲା । ବ୍ରିଟେନରେ ପଢୁଥିଲା ବେଳେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଥିଲା । ସେତେବେଳେ ନେପାଳର ମହାରାଣୀ ଐଶ୍ବାର୍ଯ୍ୟା ରାଜ୍ୟଲକ୍ଷ୍ମୀ ଦେବୀ ଶାହ କିନ୍ତୁ ପୁଅର ପ୍ରସ୍ତାବରେ ରାଜି ହୋଇ ନ ଥିଲେ । ଦୀପେନ୍ଦ୍ର ଯଦି ଦେବ ଯାନୀଙ୍କୁ ବିବାହ କରନ୍ତି, ତାହା ହେଲେ ସେ ନିଜର ସାନ ପୁଅକୁ ରାଜପରିବାରର ଉତରାଧିକାରୀ କରିବେ ବୋଲି ଧମକ ଦେଇଥିଲେ । ବିଶ୍ବାସ କରାଯାଏ ଯେ, ଦେବଯାନୀଙ୍କୁ ଦୀପେନ୍ଦ୍ରଙ୍କ ବିବାହ ପ୍ରସ୍ତାବରେ ରାଜା ବୀରେନ୍ଦ୍ର ଓ ରାଣୀ ଐଶ୍ବର୍ଯ୍ୟା ରାଜି ନ ହେବା ଯୋଗୁଁ ହିଁ ନେପାଳ ରାଜପରିବାରରେ ରକ୍ତପାତ ସୃଷ୍ଟି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଗୁଳିଚାଳନାରେ ନେପାଳି ରାଜ ପରିବାର ପ୍ରାୟତଃ ଲୋପ ପାଇଯାଇଥିଲା । ଏହାର କାରଣ ଥିଲେ ଦୀପେନ୍ଦ୍ର । ସେ ବି ପ୍ରାଣ ହରାଇଥିଲେ ।

ଆଉ କେତେକ ଦୃଢତାର ସହ କହନ୍ତି ଯେ, ଯୁବରାଜ ଦୀପେନ୍ଦ୍ରଙ୍କ ବୋଧହୁଏ ଗୁରୁତର ପର୍ସନାଲିଟି ଡିଜଅର୍ଡରରେ ପୀଡିତ ଥିଲେ । ଆଉ ତାଙ୍କର ଉପଚାର ହୋଇ ନଥିଲା । ନେପାଳ ରାଜପରିବାରର ରକ୍ତପାତ ଓ ବଂଶବିଲୋପ ପାଇଁ ଦେବଯାନୀଙ୍କୁ ମିଡିଆ ପ୍ରିନସେସ୍ ଅଫ ଡୁମ୍ ବା ପ୍ରଳୟର ରାଜକୁମାରୀ ବୋଲି ଆଖ୍ୟା ଦେଇଥିଲା । ୨୦୦୭ରେ ଦେବ ଯାନୀ ମିଡିଆକୁ ଏଡାଇ ସିଙ୍ଗରୌଲିର କୁଅଁର ଐଶ୍ବର୍ଯ୍ୟା ସିଂହଙ୍କୁ ବିବାହ କରିଥିଲେ । ସିଙ୍ଗରୌଲି ମଧ୍ୟ ଥିଲା ଭାରତର ଏକ ଗଡଜାତ ରାଜ୍ୟ । କୁଅଁର ହେଉଛନ୍ତି ଭାରତର ପୂବ ର୍ତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଅର୍ଜୁନ ସିଂହଙ୍କ ନାତି । ନେପାଳ ସହ ଭାରତର ବହୂ –ଝିଅ ସଂପର୍କ ବେଶ୍ ପୁରୁଣା । ଇତିହାସରେ ଏହି ସଂପର୍କ ଲିପିବଦ୍ଧ ହୋଇରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.