ETV Bharat / bharat

କୋରୋନା ଆତଙ୍କ: ଏଭରେଷ୍ଟ ଆରୋହଣକୁ ବାରଣ

author img

By

Published : Mar 13, 2020, 9:10 PM IST

କୋରୋନା ଭାଇରସ ଭୟରେ ଗୁରୁବାର ଚୀନ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଆରୋହଣ ଉପରେ ପ୍ରତିବନ୍ଧକ ଘୋଷଣା କରିଛି । ବର୍ତ୍ତମାନ ଶୁକ୍ରବାର ନେପାଳ ମଧ୍ୟ ଏଭରେଷ୍ଟ ପର୍ବତ ଉପରକୁ ଆରୋହଣ ଉପରେ କଟକଣା ଜାରି କରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

କାଠମାଣ୍ଡୁ: କୋରୋନା ଆତଙ୍କକୁ ନଜରରେ ରଖି ନେପାଳ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଚୀନ ବାହାରେ ଦ୍ରୁତ ଗତି କୋରୋନା ଆକ୍ରାନ୍ତ, ସଂକ୍ରମିତଙ୍କ ରିପୋର୍ଟ ବଢିବାରେ ଲାଗିଛି । ଗୁରୁବାର ଚୀନ ବିଶ୍ବର ସର୍ବୋଚ୍ଚ ଗିରି ଶୃଙ୍ଗ ଏଭରେଷ୍ଟ ଆରୋହଣ ଉପରେ ପ୍ରତିବନ୍ଧକ ଘୋଷଣା କରିଛି । ବର୍ତ୍ତମାନ ଶୁକ୍ରବାର ନେପାଳ ମଧ୍ୟ ଏଭରେଷ୍ଟ ପର୍ବତ ଉପରକୁ ଆରୋହଣ ଉପରେ କଟକଣା ଜାରି କରିଛି ।

ନେପାଳ ସଂସ୍କୃତି ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଯୋଗେଶ ଭଟ୍ଟରାଇ କହିଛନ୍ତି ଯେ, ନେପାଳ ସମସ୍ତ ପର୍ବତ ଚଢିବା ପାଇଁ ବାରଣ କରିଛି। ଏଥି ସହିତ ନେପାଳ ସରକାର ମଧ୍ୟ ପର୍ଯ୍ୟଟନ ଭିସା ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୋରୋନା ସ୍ଥିତି ସୁଧୁରିଲେ ଏହା ଉପରୁ କଟକଣା ହଟାଇ ଦିଆଯିବ ।

ଏହାଫଳରେ ଅନୁମାନ କରାଯାଉଛି ନେପାଳ ଏକ ବଡ ଧରଣର ଆର୍ଥିକ କ୍ଷତି ସହିବ । ଗତ ସିଜିନରେ ଏଭରେଷ୍ଟ ସମ୍ମିଳନୀରେ 885 ଜଣ ଯୋଗ ଦେଇଥିଲେ | ଏଥିମଧ୍ୟରୁ 664 ଜଣ ନେପାଳର ଏବଂ 241 ଜଣ ଉତ୍ତର ତିବ୍ଦତର ଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ବିଶ୍ବ 127 ଦେଶକୁ ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ 1.5 ଲକ୍ଷ ଲୋକ କୋରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ଏଥିସହ କୋରୋନାରେ 4586ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି । ଭାରତରେ 81 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବ ବେଳେ ଦେଶରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.