ETV Bharat / bharat

ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତାକୁ ନେଇ ଶିକ୍ଷକଙ୍କ ପରାମର୍ଶ ଲୋଡିଛି ଶିକ୍ଷା ମନ୍ତ୍ରଣାଳୟ - Education Ministry asks teachers for suggestion on implementation of National Education Policy

34 ବର୍ଷ ପରେ କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷା ନୀତି-୨୦୨୦’ ପ୍ରଣୟନ କରିଛନ୍ତି । ପୂର୍ବରୁ ୧୯୬୮ ଓ ୧୯୮୬ରେ ଶିକ୍ଷା ନୀତି ପ୍ରଣୟନ କରାଯାଇଥିବାବେଳେ ତୃତୀୟ ଥର ପାଇଁ ଶିକ୍ଷା ନୀତି କରାଯାଇଛି । ନୂଆ ନୀତିରେ ଉଭୟ ସ୍କୁଲ୍‌ ଶିକ୍ଷା ଓ ଉଚ୍ଚଶିକ୍ଷାର ପାଠ୍ୟକ୍ରମ, ପରୀକ୍ଷା ପ୍ରଣାଳୀ ସବୁଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ତେବେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ଏନେଇ ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷକମାନଙ୍କ ପରାମର୍ଶ ଲୋଡିଛନ୍ତି ।

ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତାକୁ ନେଇ ଶିକ୍ଷକଙ୍କ ପରାମର୍ଶ ଲୋଡିଛି ଶିକ୍ଷାମନ୍ତ୍ରଣାଳୟ

author img

By

Published : Aug 24, 2020, 10:09 PM IST

ନୂଆଦିଲ୍ଲୀ: 34 ବର୍ଷ ପରେ କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷା ନୀତି-୨୦୨୦’ ପ୍ରଣୟନ କରିଛନ୍ତି । ପୂର୍ବରୁ ୧୯୬୮ ଓ ୧୯୮୬ରେ ଶିକ୍ଷା ନୀତି ପ୍ରଣୟନ କରାଯାଇ ଥିବାବେଳେ ତୃତୀୟ ଥର ପାଇଁ ଶିକ୍ଷା ନୀତି କରାଯାଇଛି । ନୂଆ ନୀତିରେ ଉଭୟ ସ୍କୁଲ୍‌ ଶିକ୍ଷା ଓ ଉଚ୍ଚଶିକ୍ଷାର ପାଠ୍ୟକ୍ରମ, ପରୀକ୍ଷା ପ୍ରଣାଳୀ ସବୁଥିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ତେବେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ଏନେଇ ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷକମାନଙ୍କ ପରାମର୍ଶ ଲୋଡିଛନ୍ତି ।

ସଚିବ ଅନୀତା କରୱାଲ ଏକ ଚିଠିରେ ସ୍କୁଲ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ପ୍ରକ୍ରିୟା ଉପରେ ସେମାନଙ୍କର ମତାମତ ଲୋଡିଛନ୍ତି । ଗଷ୍ଟ 24-31 ମଧ୍ୟରେ innovateindia.mygov.in/nep2020 ମାଧ୍ୟମରେ ମନ୍ତ୍ରଣାଳୟ ପ୍ରଶ୍ନର ଏକ ତାଲିକା ମଧ୍ୟ ଉପସ୍ଥାପନ କରିଛି ଯାହା ମାଧ୍ୟମରେ ଶିକ୍ଷକମାନଙ୍କୁ ସେମାନଙ୍କର ପରାମର୍ଶ ଦାଖଲ କରିବାକୁ ପଚରାଯାଇଛି ।

ଶିକ୍ଷକମାନଙ୍କ ପାଇଁ ପ୍ରକ୍ରିୟାକୁ ସରଳ କରିବାକୁ, ପ୍ରତ୍ୟେକ ଥିମ୍ ଉପରେ ପରାମର୍ଶ ଦିଆଯାଉଛି । ଏଥିପାଇଁ ପ୍ରଶ୍ନ-ଉତ୍ତର ପ୍ରକ୍ରିୟା ରହିଛି । ପ୍ରଶ୍ନ ଗୁଡିକ ଶିକ୍ଷକମାନଙ୍କ ଅଭିଜ୍ଞତା ଓ କ୍ସାସ ରୁମର ବାତାବରଣକୁ ନେଇ ତିଆରି କରାଯାଇଛି ।

ପ୍ରତ୍ୟେକ ପ୍ରଶ୍ନ ଜାତୀୟ ଶିକ୍ଷା ନୀତି-୨୦୨୦ର ରେଫରେନ୍ସ ଦେଇଥାଏ । ଉତ୍ତର ଅପଲୋଡ କରିବା ପୂର୍ବରୁ ପ୍ରଶ୍ନ ଗୁଡିକୁ ଭଲଭାବରେ ବୁଝିବା ଓ ଶିକ୍ଷା ନୀତିକୁ ବୁଝିାବାକୁ ପଡିବ ବୋଲି କୁହାଯାଇଛି ।

ଥରେ ପରାମର୍ଶ ଦାଖଲ ହେବା ପରେ, ନ୍ୟାସନାଲ କାଉନସିଲର ବିଶେଷଜ୍ଞ ଦଳ ଶିକ୍ଷାଗତ ଅନୁସନ୍ଧାନ ଏବଂ ତାଲିମ (NCERT)ଏହାର ସମୀକ୍ଷା କରିବ । ଯଦିଓ ପରାମର୍ଶଗୁଡିକ ଏକ ସୀମିତ ଶବ୍ଦ ଫର୍ମାଟରେ ଡକାଯାଉଛି ତଥାପି, ଅଧିକ ସଂଗ୍ରହ ପାଇଁ । ପରାମର୍ଶ ଗୁଡିକ ଏକ ସୀମିତ ଶବ୍ଦ ମଧ୍ୟରେ ରହିବ । ଯଦି କୌଣସି ଶିକ୍ଷକଙ୍କର ପରାମର୍ଶ ଗ୍ରହଣୀୟ ହୁଏ ଅଥବା ତାହାକୁ କାର୍ଯ୍ୟକାରୀ କରିବାକୁ ମନୋନୀତ ହୁଏ ତେବେ ତାଙ୍କ ସହ ବ୍ୟକ୍ତଗତ ଭାବରେ ଯୋଗଯୋଗ କରାଯିବ ବୋଲି ସରକାରୀ ବିବୃତ୍ତିରେ କୁହାଯାଇଛି ।

ଜାତୀୟ ଶିକ୍ଷା ନୀତିକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଶିକ୍ଷାମନ୍ତ୍ରଣଳାୟ ଶିକ୍ଷକମାନଙ୍କର ଏକ ଅନଲାଇନ ପ୍ରତିଯୋଗିତାର ଆୟୋଜନ କରିଛି । ଯାହାର ନାମ ରହିଛି ଯୋଗାଯୋଗ ସାମଗ୍ରୀର ପ୍ରସ୍ତୁତି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ମଧ୍ୟ ଏହାର ଶିକ୍ଷକମାନଙ୍କୁ ଏଥିରେ ଭାଗ ନେବାକୁ କହିଛି । ଅଂଶଗ୍ରହଣକାରୀ ଶିକ୍ଷକମାନଙ୍କୁ ବିଭିନ୍ନ ବିଷୟବସ୍ତୁ ଉପରେ ଯୋଗାଯୋଗ ସାମଗ୍ରୀ ପ୍ରସ୍ତୁତ କରିବାକୁ ପଡ଼ିବ ।| 10 ଟି ସର୍ବୋତ୍ତମ-ମନୋନୀତ ଏଣ୍ଟ୍ରିଗୁଡିକ NCERTକୁ ପଠାଯିବ । ଶିକ୍ଷକମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଏଣ୍ଟ୍ରିଗୁଡିକ ମନ୍ତ୍ରଣାଳୟ ଦ୍ୱାରା ବ୍ୟବହୃତ ହୋଇପାରେ ବୋଲି ସିବିଏସଇ ଏକ ବିବୃତ୍ତିରେ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.