ETV Bharat / bharat

କଂଗ୍ରେସ ମୁକ୍ତ ହେଲା ନେହେରୁ ମେମୋରିଆଲ, ବିଦା ହେଲେ 3 କଂଗ୍ରେସ ନେତା

ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିରୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, କରଣ ସିଂହ ଏବଂ ଜୟରାମ ରମେଶଙ୍କୁ ବାହାର କରାଯାଇଛି। ସେମାନଙ୍କ ସ୍ଥାନରେ ବିଜେପି ନେତା ଅନିର୍ବାଣ ଗାଙ୍ଗୁଲୀ, ସଙ୍ଗୀତକାର ପ୍ରସୂନ ଯୋଶୀ ଏବଂ ବରିଷ୍ଠ ସାମ୍ବାଦିକ ରଜତ ଶର୍ମାଙ୍କୁ ସ୍ଥାନ ମିଳିଛି।

ଫାଇଲ ଫଟୋ
author img

By

Published : Nov 6, 2019, 5:08 PM IST

ନୂଆଦିଲ୍ଲୀ: କଂଗ୍ରେସ ମୁକ୍ତ ହେଲା ନେହେରୁଙ୍କ ମେମୋରିଆଲ। ତାଙ୍କ ନାମରେ ଥିବା ମେମୋରିଆଲ, ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ପୁନର୍ଗଠନ କରିଛି ସଂସ୍କୃତି ମନ୍ତ୍ରଣାଳୟ। ଏହାର ପୁନର୍ଗଠନ ପରେ ନେହରୁ ମେମୋରିଆଲ ସୋସାଇଟିରୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, କରଣ ସିଂହ ଏବଂ ଜୟରାମ ରମେଶଙ୍କୁ ବାହାର କରାଯାଇଛି। ସେମାନଙ୍କ ସ୍ଥାନ ବିଜେପି ନେତା ଅନିର୍ବାଣ ଗାଙ୍ଗୁଲୀ, ସଙ୍ଗୀତକାର ପ୍ରସୂନ ଯୋଶୀ ଏବଂ ବରିଷ୍ଠ ସାମ୍ବାଦିକ ରଜତ ଶର୍ମାଙ୍କୁ ସ୍ଥାନ ମିଳିଛି।

ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିଲା । ତେବେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଆଦେଶ ଅନୁଯାୟୀ ଏହାର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ମୋଦି ହୋଇଥିବା ବେଳେ ଉପାଧ୍ୟାକ୍ଷ ଦାୟୀତ୍ବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦିଆଯାଇଛି। ଏହା ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ସୋସାଇଟିର ସଦସ୍ୟତା ମିଳିଛି।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଏହି ନୂଆ ନିଷ୍ପତ୍ତି ପରେ ଏହାକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଦେଖା ଦେଇପାରେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.