ETV Bharat / bharat

ସୁପ୍ରିମକୋର୍ଟରେ NEET, JEE 2020 ସ୍ଥଗିତ ରଖିବା ଆବେଦନ ଖାରଜ, ପୂର୍ବକାର୍ଯ୍ୟକ୍ରମ ଅନୁସାରେ ହେବ ପରୀକ୍ଷା - NEET, JEE 2020 Postponement Plea Dismissed

ସୁପ୍ରିମ କୋର୍ଟରେ NEET, JEE 2020 ସ୍ଥଗିତ ରଖିବା ଆବେଦନ ଖାରଜ, ପୂର୍ବ କାର୍ଯ୍ୟକ୍ରମ ଅନୁସାରେ ହେବ ପରୀକ୍ଷା, ଏଠାରୁ ସଂପୂର୍ଣ୍ଣ ବିବରଣୀ ପାଆନ୍ତୁ...

NEET, JEE 2020
NEET, JEE 2020
author img

By

Published : Aug 17, 2020, 5:17 PM IST

NEET, JEE 2020 ସ୍ଥଗିତ ରଖିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ: 2020ର ମୁଖ୍ୟ ଜେଇଇ ଏବଂ ଏନ୍‌ଇଇଟି 2020 ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି ଏବଂ କୋଭିଡ୍‌-19 ସଂକଟ ଯୋଗୁଁ ଜୀବନର ଧାରାକୁ ସ୍ଥଗିତ କରାଯାଇପାରିବ ନାହିଁ ବୋଲି ମତ ଦେଇଛନ୍ତି । ଏହି ଆବେଦନ ଖାରଜ ହେବା ପରେ, ଜାତୀୟ ପରୀକ୍ଷଣ ସଂସ୍ଥା (NTA) ଦ୍ବାରା ପୂର୍ବରୁ ଘୋଷିତ ତାରିଖରେ ଉଭୟ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ସ୍ଥଗିତ ରଖିବା ପାଇଁ ଆବେଦନକୁ ଖାରଜ କରି କୋର୍ଟ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ, “ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ଧାରାକୁ ଦୀର୍ଘଦିନ ପାଇଁ ସଂକଟାପନ୍ନ ଅବସ୍ଥାରେ ରଖାଯାଇପାରିବ ନାହିଁ” ଏବଂ ତେଣୁ, ମୁଖ୍ୟ JEE 2020 ଏବଂ NEET 2020 ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ NTAକୁ କୌଣସି ପ୍ରକାର ନିର୍ଦ୍ଦେଶ ନ ଦେବାକୁ କୋର୍ଟ ସ୍ଥିର କରିଛନ୍ତି ।

ଆବଶ୍ୟକତା ମୁତାବକ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା NTA ଗ୍ରହଣ କରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହତା ଦର୍ଶାଇଥିଲେ

ଆବେଦନର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହତା ଦର୍ଶାଇଥିଲେ ଯେ, ବିଶ୍ବ ମହାମାରୀ ସମୟରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା ଲାଗି ସମସ୍ତ ପଦକ୍ଷେପ ନେବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସର୍ବୋଚ୍ଚ ପରୀକ୍ଷଣ ସଂସ୍ଥା NTAକୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି । ସୁରକ୍ଷିତ ଭାବରେ ପରୀକ୍ଷା ପରିଚାଳନା ଏବଂ ପରୀକ୍ଷା ଦେଉଥିବା ସମସ୍ତ ଆଶାୟୀ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥା ପଦକ୍ଷେପ ନେଉଛି ବୋଲି ମଧ୍ୟ ସେ କୋର୍ଟରେ କହିଥିଲେ ।

ଆବେଦନକାରୀ ଦର୍ଶାଇଲେ ଯେ CBSE, ICSE ଏବଂ AIBE ଓ ICAI ପରୀକ୍ଷା କ୍ଷେତ୍ରରେ ରିହାତି ପ୍ରଦାନ କରାଯାଇଥିଲା

ଆବେଦନକାରୀମାନଙ୍କ ପ୍ରତିନିଧିତ୍ବ କରି ଆଇନଜୀବୀ ଆଲଖ ଆଲୋକ ଶ୍ରୀବାସ୍ତବ ଦର୍ଶାଇଥିଲେ ଯେ, କୋଭିଡ୍‌-19 ବିଶ୍ବ ମହାମାରୀ କାରଣରୁ ବିଭିନ୍ନ ପରୀକ୍ଷା ସ୍ଥଗିତ ରଖିବା ଏବଂ ବାତିଲ କରିବା ଲାଗି ସରକାର ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଓ NTA ସମସ୍ତ ପଦକ୍ଷେପ ନେଇସାରିଛନ୍ତି । ଏହି ପରିପ୍ରେକ୍ଷୀରେ, ଛାତ୍ରଛାତ୍ରୀଙ୍କ ସ୍ବାର୍ଥରକ୍ଷା ଦୃଷ୍ଟିରୁ CBSE ଏବଂ ICSE ବୋର୍ଡ ପରୀକ୍ଷା କ୍ଷେତ୍ରରେ ଏବଂ AIBE 2020 ଏବଂ ICAI ମେ, 2020 ପରୀକ୍ଷା ସ୍ଥଗିତ ରଖିବା ପାଇଁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ମଧ୍ୟ ଆବେଦନକାରୀ ଆଲୋକପାତ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆହୁରି ଦର୍ଶାଯାଇଥିଲା ଯେ, “ଆମେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ଚାହୁଁନାହଁ”, ହେଲେ, ସ୍ବାଭାବିକ ଅବସ୍ଥା ଫେରି ଆସିବା ଯାଏ ମଧ୍ୟବର୍ତ୍ତୀକାଳୀନ ଆଶ୍ବସ୍ତି କାମନା କରୁଛୁ ।

ବିଚାରପତିମାନେ କହିଲେ, ଜୀବନକୁ ଅଟକାଇ ରଖାଯାଇପାରିବ ନାହିଁ, ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଆଗେଇବା ଆବଶ୍ୟକ

JEE ମୁଖ୍ୟ ପରୀକ୍ଷା 2020 ଏବଂ NEET 2020 ସ୍ଥଗିତ ରଖିବା ପାଇଁ ଆବେଦନ ଶୁଣାଣି ଅବସରରେ, ପ୍ରଥମରୁ ବିଚାରପତିମାନେ ଦେଇଥିବା ମନ୍ତବ୍ୟରୁ ହିଁ ସେମାନେ ପରୀକ୍ଷା ସ୍ଥଗିତ ରଖିବା ସପକ୍ଷରେ ପ୍ରତ୍ୟକ୍ଷ ଭାବେ ଚାହୁଁ ନଥିବାର ସଂକେତ ମିଳିଥିଲା । ଶୁଣାଣି ବେଳେ ପ୍ରାରମ୍ଭିକ ମନ୍ତବ୍ୟ ଦେଇ ବିଚାରପତି ଅରୁଣ ମିଶ୍ରା ଦର୍ଶାଇଥିଲେ ଯେ, “ଜୀବନକୁ ଅଟକାଇ ରଖାଯାଇପାରିବନି । ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଆମକୁ ଆଗେଇ ଯିବାକୁ ହେବ ।” କୋରୋନା ଭାଇରସ୍‌ ବିଶ୍ବ ମହାମାରୀ ଯୋଗୁଁ ଛାତ୍ରଛାତ୍ରୀମାନେ ପୂରା ଗୋଟିଏ ବର୍ଷ ନଷ୍ଟ କରିଦେବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ ମଧ୍ୟ କରିଥିଲେ । ଅଧିକନ୍ତୁ, ସେ ଏହା ବି ଦର୍ଶାଇଥିଲେ ଯେ, ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ଅଦାଲତ ମଧ୍ୟ ବ୍ୟାବହାରିକ ଢଙ୍ଗରେ ଖୋଲିବା ଦିଗରେ ଯୋଜନା କରାଯାଉଛି ।

JEE ମୁଖ୍ୟ ପରୀକ୍ଷା/NEET ପରୀକ୍ଷା ସ୍ଥଗିତ ରଖିବା ଦାବି ସପକ୍ଷରେ ଆବେଦନ

ସାରା ଦେଶରେ କୋରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ, ସ୍ବାସ୍ଥ୍ୟ ଓ ସୁରକ୍ଷା ସଂପର୍କିତ ଉଦ୍‌ବେଗ ପ୍ରକାଶ କରି ଆଶାୟୀ ଛାତ୍ରଛାତ୍ରୀ ଓ ପିତାମାତାଙ୍କର ଏକ ଗୋଷ୍ଠୀ ଏହି ସବୁ ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖିବା ଲାଗି ଆବେଦନରେ ଅନୁରୋଧ କରାଯାଇଥିଲା ।

ମୁଖ୍ୟ JEE/NEET ପରୀକ୍ଷା 2020 ବିଳମ୍ବିତ ନ କରିବା ଦାବିରେ ଆବେଦନ

ଜାତୀୟ ସ୍ତରରେ ଏହି ପ୍ରବେଶିକା ପରୀକ୍ଷା ଦୁଇଟିକୁ ସ୍ଥଗିତ ରଖିବା ଦାବିରେ ଆବେଦନ ଦାୟର କରାଯିବା ପରେ ପରେ, ପରୀକ୍ଷା ଆୟୋଜନରେ ଆଉ ବିଳମ୍ବ ନ କରିବା ଲାଗି ଆବେଦନ କରି ଗୁଜରାଟ ପ୍ୟାରେଣ୍ଟ୍‌ସ ଆସୋସିଏସନ୍‌, ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲା । ଏହି ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ, କୋଭିଡ୍‌-19 ବିଶ୍ବ ମହାମାରୀ ଏବଂ ଲକ୍‌ଡାଉନ୍‌ କାରଣରୁ ଏହି ପ୍ରବେଶିକା ପରୀକ୍ଷାଗୁଡ଼ିକୁ ବାରମ୍ବାର ବିଳମ୍ବିତ କରାଯାଇଛି ଏବଂ ଏହା ଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷା ବର୍ଷର ମୂଲ୍ୟବାନ ସମୟ ହରାଇଛନ୍ତି । ପରୀକ୍ଷା ଆୟୋଜନରେ ଲଗାତାର ବିଳମ୍ବ ହେଉଥିବା କାରଣରୁ ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହୁଛନ୍ତି ବୋଲି ମଧ୍ୟ ଆବେଦନରେ ଦର୍ଶାଯାଇଥିଲା ।

ପ୍ରବେଶ ପତ୍ର ଜାରି ବିଳମ୍ବିତ, ଖୁବ୍‌ ଶୀଘ୍ର ମିଳିବା ଆଶା

ଜାତୀୟ ପରୀକ୍ଷଣ ସଂସ୍ଥା ବା NTA ଦ୍ବାରା ଜାରି ପରୀକ୍ଷା ନିର୍ଘଣ୍ଟ ଅନୁସାରେ, ମୁଖ୍ୟ JEE 2020 ଏବଂ NEET 2020 ପରୀକ୍ଷା ପାଇଁ ହଲ୍‌ ଟିକେଟ୍‌ କିମ୍ବା ଆଡମିଟ୍‌ କାର୍ଡ ଖୁବ୍‌ ଶୀଘ୍ର ଜାରି କରାଯିବ ବୋଲି ଆଶା କରାଯାଉଛି । ପୂର୍ବରୁ, ଏହି ଦୁଇଟି ପରୀକ୍ଷା ସେପ୍‌ଟେମ୍ବର ପ୍ରଥମ ଏବଂ ଦ୍ବିତୀୟ ସପ୍ତାହରେ ଆୟୋଜିତ ହେବ ବୋଲି ସ୍ଥିର କରାଯାଇଥିଲା ଏବଂ ପରୀକ୍ଷାର 15 ଦିନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ହଲ୍‌ ଟିକେଟ୍‌ ପ୍ରଦାନ କରାଯିବ ବୋଲି ଏ ସଂପର୍କରେ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା । ତେଣୁ, ପ୍ରବେଶିକା ପରୀକ୍ଷାର ହଲ୍‌ ଟିକେଟ୍‌ ଶୀଘ୍ର ପାଇବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ଅପେକ୍ଷା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.