ମାଙ୍ଗାଲୋର: କର୍ଣ୍ଣାଟକ ଆଉ କର୍ଣ୍ଣାଟକ ହୋଇ ନାହିଁ । ରାଜ୍ୟ ଦେଖିଛି ସବୁଠାରୁ ବଡ ବନ୍ୟାର କରାଳ ରୂପ । ବନ୍ୟା ଓ ବର୍ଷା ବିତ୍ପାତରେ ସ୍ଥିତି ସାଘାଂତିକ । ପ୍ରଳୟଙ୍କରୀ ବନ୍ୟାରେ ସମ୍ପୂର୍ଣ୍ଣ ଉଜୁଡି ଯାଇଛି କର୍ଣ୍ଣାଟକ । ପ୍ରଳୟଙ୍କରୀ ବନ୍ୟାର ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ, ଦୁଃସାହସିକ ଓ ଅଭୂତପୂର୍ବ ଘଟଣା ସାମ୍ନାକୁ ଆସୁଛି। କେଉଁଠି ଦେବଦୂତ ସାଜୁଛନ୍ତି ପୋଲିସ କର୍ମୀ ଓ ଉଦ୍ଧାରକାରୀ ଦଳ ତ କେଉଁଠି ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଜୀବନ ବଞ୍ଚାଉଛନ୍ତି ସେନା ଠାରୁ ଆରମ୍ଭ କରି ସମାଜସେବୀ। ଏଭଳି ସ୍ଥିତିରେ ବନ୍ୟା ଘରରୁ ଜଣେ ପକ୍ଷାଘାତଗ୍ରସ୍ତ ରୋଗୀଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ୍ ଟିମ୍ ।
ନିଜ କାନ୍ଧରେ ପକ୍ଷାଘାତରେ ପୀଡିତ ବ୍ୟକ୍ତିଙ୍କୁ 5 କିଲୋମିଟର ରାସ୍ତା ପାର କରି ସୁରକ୍ଷିତ ସ୍ଥାନରେ ନେଇଛନ୍ତି ଏନଡିଆରଏଫ୍ ଟିମ୍ର ଯବାନ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ପଶ୍ଚିମ ରାଜ୍ୟ ଗୁଡିକରେ ଏବେ ଭୟଙ୍କର ବନ୍ୟାରେ ଗୁରୁତର ଭାବେ ପ୍ରଭାବିତ । କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ ଓ ମଧ୍ୟପ୍ରଦେଶରେ ସ୍ଥିତି ଗମ୍ଭୀର । ବର୍ଷା ଓ ବନ୍ୟା ଯୋଗୁଁ 201 ଲୋକ ପ୍ରାଣ ହରାଇଥିବା ଜଣାପଡିଛି । ଏହାସହ ଲକ୍ଷ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି।