ETV Bharat / bharat

ଏନଡିଆରଏଫରେ ପ୍ରଥମ କୋରୋନା ମାମଲା: ଏସଆଇ ପାହ୍ୟା ଅଧିକାରୀ ସଂକ୍ରମିତ - Sub-Inspector Rank Official COVID-19 Case

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)ରେ ପ୍ରଥମ ଥର ପାଇଁ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ଶୁକ୍ରବାର ଏନଡିଆରଏଫର ଜଣେ ସବ୍-ଇନ୍ସପେକ୍ଟର କୋରୋନା ସଂକ୍ରମିତ ହେବା ଖବର ଆସିଛି ।

NDRF Reports 1st COVID-19 Case
NDRF Reports 1st COVID-19 Case
author img

By

Published : May 22, 2020, 5:18 PM IST

Updated : May 22, 2020, 5:31 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଙ୍କଟ ଚିନ୍ତାଜନକ ରହିଛି । ଏପରିସ୍ଥଳେ ଦେଶରେ କୋରୋନା ଲଢେଇର ଆଗ ଧାଡିର ଯୋଦ୍ଧା କ୍ରମାଗତ ଭାବେ କୋରୋନା ସଂକ୍ରମିତ ହେବା ଅତ୍ୟନ୍ତ ଗମ୍ଭୀର ସମସ୍ୟା ପାଲଟିବାରେ ଲାଗିଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)ରେ ପ୍ରଥମ ଥର ପାଇଁ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ଶୁକ୍ରବାର ଏନଡିଆରଏଫର ଜଣେ ସବ୍-ଇନ୍ସପେକ୍ଟର କୋରୋନା ସଂକ୍ରମିତ ହେବା ଖବର ଆସିଛି ।

ଏନଡିଆରଏଫର ଅଧିକାରୀ ବର୍ତ୍ତମାନ ଗ୍ରେଟର ନୋଏଡାର ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ (CAPFs) ରେଫରାଲ୍ ହସ୍ପିଟାଲର ଏକ ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଅଧିକାରୀ ଜଣକକ ଏନଡିଆରଏଫର ମୁଖ୍ୟାଳୟରେ ଅବସ୍ଥାପିତ ହୋଇଥିଲେ ଏବଂ ସେମାନେ ସଶସ୍ତ୍ର ସୀମା ବଳ (ଏସଏସବି) ରୁ ଡେପୁଟେସନରେ ଆସିଥିଲେ ।

ଏନଡିଆରଏଫ 2006 ରେ ସ୍ଥାପିତ ହୋଇଥିଲା । ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ 12-ବାଟାଲିଅନ୍ ଫୋର୍ସଙ୍କୁ ନେଇ ଗଠିତ ଟିମ । ଏହାର 40 ରୁ ଅଧିକ ଟିମ୍ ବର୍ତ୍ତମାନ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ସାଇକ୍ଲୋନ୍ 'ଅମ୍ଫାନ୍' ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଅବସ୍ଥାପିତ ହୋଇଛନ୍ତି ।

Last Updated : May 22, 2020, 5:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.