ETV Bharat / bharat

ବୁଲା ପଶୁଙ୍କ ଦୌରାତ୍ମ୍ୟ, ଉଦ୍ଧାର ହେଲେଣି 2529 - ଏନଡିଏମସି ତତ୍ପର

ବୁଲା ପଶୁଙ୍କ ଦୌରାତ୍ମ୍ୟ । ଏମାନେ ରାଜରାସ୍ତା ଉପରକୁ ଆସିଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବାର ନଜର ରହିଛି । ଫଳରେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ(ଏନଡ଼ିଏମସି) 2529 ବୁଲା ଗାଈ, କୁକୁରଙ୍କୁ ଉଦ୍ଧାର କରିସାରିଲାଣି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 5, 2019, 12:26 PM IST

ନୂଆଦିଲ୍ଲୀ: ରାଜରାସ୍ତା ତଥା ଏଣେତେଣେ ବୁଲୁଥିବା ଗାଈଗୋରୁଙ୍କ ପ୍ରତି କଠୋର ହେଉଛି ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ(ଏନଡ଼ିଏମସି) । ବୁଲା ପଶୁଙ୍କ ଦୌରାତ୍ମ୍ୟ । ରାଜରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କ ଉଦ୍ଧାର କରିବା ସହିତ ସେମାନଙ୍କୁ ଗୋଶାଳା ପଠାଉଛି ଏନଡିଏମସି ।

ମିଲିଥିବା ସୂଚନା ମୁତବାକ ଏନଡ଼ିଏମସିର ଡେପୁଟି କମିଶନର ଯୋଗେଶ ବର୍ମାଙ୍କ ନେତୃତ୍ବରେ ଏକ ଟିମ ଗଠନ ହୋଇଛି । ଏହିଟିମ ରାଜରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ଉଦ୍ଧାର କରି ଗୋଶାଳାକୁ ପଠାଉଥିବା ଦେଖିବାକୁ ମିଳିଛି । ସେପଟେ ଏହି କାର୍ଯ୍ୟ ପାଇଁ ଗଠିତ କମିଟି ଦିଲ୍ଲୀ ପୋଲିସର ସହାୟତାରେ ଏହି କାର୍ଯ୍ୟ କରିଛି । ଏଣେତେଣେ ବୁଲୁଥିବା ପଶୁଙ୍କୁ ଉଦ୍ଧାର କରି ଗୋଶାଳାକୁ ପଠାଉଛି। ତେବେ ଏହି ପଶୁଙ୍କ ମଧ୍ୟରେ ଗାଈ, କୁକୁର, ମେଣ୍ଢା ଭଳି ପଶୁ ରହିଛନ୍ତି।

ତେବେ ନିଗମ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଆରମ୍ଭରୁ 2529ଟି ପଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ପଶୁଙ୍କ ମଧ୍ୟରେ ଗାଈ ଓ ମେଣ୍ଢାଙ୍କ ସଂଖ୍ୟା ଅଧିକ ରହିଛି । ଏମାନଙ୍କ ସରକାରଙ୍କ ସହାୟତାରେ ପରିଚାଳିତ ହେଉଥିବା ଗୋଶାଳାରେ ରଖାଯାଇଛି । ସୂଚନାଯୋଗ୍ୟ ଉତ୍ତର ଦିଲ୍ଲୀ ଅଞ୍ଚଳରେ ଅନେକ ସମସ୍ୟା ରହିଆସିଛି । ତେବେ ସେ ସବୁ ମଧ୍ୟରେ ଏହି ପଶୁଙ୍କ ସମସ୍ୟା ଅଧିକ । ତେବେ ଏହି ବୁଲା ପଶୁଙ୍କ କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.