ETV Bharat / bharat

ବଢିଲା ଚୀନର ଟେନସନ, ବ୍ଲାକ ଟପ୍ ପରେ ଫିଙ୍ଗର-4 ଅଞ୍ଚଳକୁ କବଜା କଲା ଭାରତୀୟ ସେନା - ପାଙ୍ଗୋଙ୍ଗ ହ୍ରଦ

ଚୀନ୍ ସେନାକୁ ଚେକ୍ ଦେବା ଏବଂ ଡ୍ରାଗନର ସେନାର ଗତିବିଧି ପରଖିବା ପାଇଁ ଫିଙ୍ଗର-4ର ଉଚ୍ଚତମ ସ୍ଥାନ ଅକ୍ତିଆର କଲା ଭାରତୀୟ ସେନା । ଅଧିକ ପଢନ୍ତୁ..

ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତୀୟ ସେନାର ଉଚ୍ଚତା ଅକ୍ତିଆର

author img

By

Published : Sep 10, 2020, 9:09 PM IST

Updated : Sep 10, 2020, 9:40 PM IST

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ସୋ ହ୍ରଦ ନିକଟରେ ଥିବା ଫିଙ୍ଗର-4ର ଉଚ୍ଚତମ ପଏଣ୍ଟକୁ କବଜାକୁ ନେଲା ସେନା । ଚୀନ୍ ସେନାକୁ ଚେକ୍ ଦେବା ଏବଂ ଡ୍ରାଗନର ସେନାର ଗତିବିଧି ପରଖିବା ପାଇଁ ଫିଙ୍ଗର-4ର ଉଚ୍ଚତମ ସ୍ଥାନ ଅକ୍ତିଆର କଲା ଭାରତୀୟ ସେନା । ଯେଉଁଠି ଭାରତୀୟ ସେନା ବର୍ତ୍ତମାନ ଚୀନ ସେନାଠୁ ଉଚ୍ଚରେ କ୍ୟାମ୍ପ କରିଛନ୍ତି । ଅଗଷ୍ଟ ଶେଷ ସୁଦ୍ଧା ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ କୂଳ ନିକଟରେ ଉଚ୍ଚତା ଦଖଲ କରିବା ପାଇଁ ଏହି ଅପରେସନ୍ କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ଗତ କିଛିଦିନ ଧରି ଏହି ଅଞ୍ଚଳରେ ଭାରତ-ଚୀନ ସେନା ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ 45 ବର୍ଷ ପରେ ପ୍ରଥମ ଥର ପାଇଁ ଏଲଏସିରେ ଗୁଳି ବିନିମୟ ମଧ୍ୟ ଘଟିଛି । କିନ୍ତୁ ଏହାରି ଭିତରେ ମଧ୍ୟ ଭାରତୀୟ ସେନା ପଛ ଘୁଞ୍ଚା ନଦେଇ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛି ।

ସେପଟେ ଏହି ସମୟରେ, ଭାରତୀୟ ସୈନିକମାନଙ୍କର ଅବସ୍ଥିତି ଦେଖି ଚୀନ ସେନା ପୂର୍ବ ଲଦାଖରେ LACର କିଛି ମିଟର ଦୂରରେ ବାଧା ସୃଷ୍ଟି କରିବା ସହ ଚେତାବନୀ ମଧ୍ୟ ଦେଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2020, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.