ETV Bharat / bharat

ବିହାର ବିଧାନସଭା ନିର୍ବାଚନ, ଯୁଗ୍ମ ଇସ୍ତାହାର ଘୋଷଣା କରିବ ଏନଡିଏ - Bihar Assembly elections

ବିହାର ନିର୍ବାଚନକୁ ଆଉ ମାତ୍ର ହାତ ଗଣତି କିଛି ଦିନି ଥିବାବେଳେ ଉଷ୍ମ ହେଉଛି ରାଜନୀତି । ଖୁବ ଶୀଘ୍ର ଯୁଗ୍ମ ଇସ୍ତାହାର ଘୋଷଣା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ......

NDA likely to release joint manifesto
NDA likely to release joint manifesto
author img

By

Published : Oct 11, 2020, 5:23 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସରିବା ପରେ ଏବେ ରାଜ୍ୟରେ ରାଜନୈତିକ ଉଷ୍ମତା ଜୋର ଧରିବାରେ ଲାଗିଛି । ତେବେ ଏହା ମଧ୍ୟରେ ବିଜେପି ନେତୃତ୍ବାଧିନ ଏନଡିଏ ଖୁବ ଶିଘ୍ର ତାର ଏକ ମିଳିତ ନିର୍ବାଚନୀ ଇସ୍ତାହାର ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଇସ୍ତାହାର ଉଭୟ ବିଜେପିର ଆତ୍ମନିର୍ଭର ଭାରତ ଅଭିଯାନ ଓ ଜେଡିୟୁର 7 ନିଶ୍ଚୟ କାର୍ଯକ୍ରମର ପାର୍ଟ 2 ର ଏକ ମିଳିତ ସମିଶ୍ରଣ ହେବା ନେଇ ସୂଚନା ମିଳୁଛି ।

ଚଳିତ ନିର୍ବାଚନରେ ମୁଖ୍ୟ ପ୍ରତିଦ୍ବନ୍ଦିତାର ଗୋଟିଏ ପାର୍ଶ୍ବରେ ବିଜେପି ଓ ଜେଡିୟୁ ନେତୃତ୍ବାଧିନ ଏନଡିଏ ଥିବାବେଳେ ଓ ଅପର ପାର୍ଶ୍ବରେ କଂଗ୍ରେସ ଓ ଆରଜେଡି ନେତୃତ୍ବ ମହାମେଣ୍ଟରେ ଅନ୍ୟ କିଛି ବାମଦଳ ସାମିଲ ହୋଇଛନ୍ତି । ବିହାରର ଜଣେ ବରିଷ୍ଠ ବିଜେପି ନେତା ଏକ ଘରୋଇ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ ଖୁବଶୀଘ୍ର ଏକ ମିଳିତ ଇସ୍ତାହାର ବିହାରର ଜନତାଙ୍କ ସାମ୍ନାରେ ରଖାଯିବା ନେଇ ସ୍ପଷ୍ଟ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଲୋକଙ୍କ ପାଖରେ ପହଞ୍ଚାଯିବା ନେଇ ସେ ମତ ରଖିଛନ୍ତି । ସେହିପରି ଆଉ ଜଣେ ଜେଡିୟୁ ନେତାଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ 7 ନିଶ୍ଚୟ ଅଭିଯାନର ଦ୍ବିତୀୟ ଭାଗକୁ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଯିବା ନେଇ ରଣନିତି ପ୍ରସ୍ତୁତ କରାଯାଉଛି । ତେବେ ଏନଡି‌ଏର ଚଳିତ ନିର୍ବାଚନୀ ଘୋଷଣାପତ୍ରରେ ଉଭୟ ମୋଦିଙ୍କ ଆତ୍ମନିର୍ଭର ଭାରତ ଓ ନିତିଶଙ୍କ 7 ନିଶ୍ଚୟ କାର୍ଯକ୍ରମକୁ ସ୍ଥାନ ମିଳିବା ସଙ୍କେତ ସ୍ପଷ୍ଟ ଜଣା ପଡୁଛି । ଏହି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ ସରିଛି । ଯେଉଁଥିରେ ବିହାରର ଅନେକ ବରିଷ୍ଠ ନେତା ସଦସ୍ୟ ଥିବା ବେଳେ କୃଷି ମନ୍ତ୍ରୀ ପ୍ରେମ କୁମାର ଏହି ଇସ୍ତାହାର କମିଟିର ଅଧକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ।

ଚଳିତ ଥର ବିହାରରେ 243 ଆସନରେ ନିର୍ବାଚନ ହେଉଥିବାବେଳେ ମୋଟ 3 ପର୍ଯାୟରେ ଭୋଟ ଗ୍ରହଣ ହେବ । ଚଳିତ ମାସ 28 ତାରିଖ ଓ ନଭେମ୍ବର 3 ଓ 7 ରେ ମତ ଗ୍ରହଣ ହେବାକୁ ଥିବା ବେଳେ ଆସନ୍ତା ନଭେମ୍ବର 10 ରେ ଗଣତି ସହ ଫଲାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.