ETV Bharat / bharat

କୋରୋନା ଲକଡାଉନ: ମହିଳା ଚାଷୀଙ୍କ ସୁବିଧା ପାଇଁ ଆଡଭାଇଜରି ଜାରି କରିବ NCW

ଲକଡାଉନ କାରଣରୁ ହାତ ବାନ୍ଧି ବସିଥିବା ରାଜ୍ୟର ମହିଳା ଚାଷୀଙ୍କ ପାଇଁ ଖୁବଶୀଘ୍ର ଏକ ଆଡଭାଇଜରି ଜାରି କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଜାତୀୟ ମହିଳା ଆୟୋଗ । ଅଧିକ ପଢ଼ନ୍ତୁ...

author img

By

Published : May 9, 2020, 9:59 PM IST

NCW mulls advisory to states on women farmer-friendly policies amid pandemic
କୋରୋନା ଲକଡାଉନ: ମହିଳା ଚାଷୀଙ୍କ ସୁବିଧା ପାଇଁ ଆଡଭାଇଜରି ଜାରି କରିବ NCW

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଲାଗୁ ହୋଇଛି । ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ହୋଇଥିବା ବେଳେ ଏଥର ଲକଡାଉନକୁ କିଛି ମାତ୍ରା କୋହଳ କରାଯାଇଛି । ସେପଟେ ଲକଡାଉନ କାରଣରୁ ହାତ ବାନ୍ଧି ବସିଥିବା ରାଜ୍ୟର ମହିଳା ଚାଷୀଙ୍କ ପାଇଁ ଖୁବଶୀଘ୍ର ଏକ ଆଡଭାଇଜରି ଜାରି କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଜାତୀୟ ମହିଳା ଆୟୋଗ(ଏନସିଡବ୍ଲ୍ୟୁ) । ଏହି ଆଡଭାଇଜରି ଲକଡାଉନରେ ପୀଡିତ ମହିଳା ଚାଷୀଙ୍କ ସହାୟତା ପାଇଁ ନୀତିଗତ ପରିବର୍ତ୍ତନ ପ୍ରସ୍ତାବ ଦେବାରେ ସକ୍ଷମ ହେବ ।

'କୃଷି କ୍ଷେତ୍ରରେ ମହିଳା: ଏକ ଉତ୍ତମ ଭୂମିକା ପ୍ରଦାନ କରିବା' ବିଷୟବସ୍ତୁ ଅଧୀନରେ ଏକ ଭର୍ଚୁଆଲ୍ ପରାମର୍ଶ ସମୟରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ପରାମର୍ଶରେ ଭାରତରେ ମହିଳା ଚାଷୀଙ୍କ ସଶକ୍ତିକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏଥିସହ କୃଷି ଏବଂ ଗ୍ରାମୀଣ ଅର୍ଥନୀତିରେ ହସ୍ତକ୍ଷେପ ପାଇଁ ସମସ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା ଇଟିଭି ଭାରତକୁ କହିଛନ୍ତି ଯେ, ଆୟୋଗ ରାଜ୍ୟରେ ଜାରି କରିବାକୁ ଥିବା ଆଡଭାଇଜରି ଉପରେ କାମ କରୁଛନ୍ତି । ଏହି ନୀତିରେ ହିତାଧିକାରୀ ଦେଇଥିବା ପରାମର୍ଶକୁ ଦୃଷ୍ଟିରେ ରଖାଯାଇଛି । ଉଭୟ କୃଷି ଏବଂ ଏହା ସମ୍ବନ୍ଧିତ କ୍ଷେତ୍ରରେ ମହିଳା ଚାଷୀଙ୍କୁ ସହାୟତା କରିବା ଦିଗରେ ବିଶେଷ ଗୁରୁତ୍ବ ଦିଆଯିବ ।

ଏହାସହ ସେ କହିଛନ୍ତି ଯେ ଅନେକ ପ୍ରବାସୀ ଭାରତୀୟ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ସୁଗମ କରିବା ପାଇଁ ସରକାରଙ୍କୁ ଏକ ପରାମର୍ଶ ଦିଆଯିବ । ବିଶେଷ କରି ଚାଷ ଏବଂ ଏହା ସମ୍ବନ୍ଧିତ କ୍ଷେତ୍ରରେ ଜଡିତ ନଥିବା ମହିଳାଙ୍କୁ ଏଥିରେ ସୁଯୋଗ ଦିଆଯିବ । ତେବେ ଯେଉଁ ମହିଳା ଘରେ ରହି ଚାଷ କାର୍ଯ୍ୟ କରିବାର ରାସ୍ତା ଆପଣାଇଛନ୍ତି ସେମାନଙ୍କ ପାଇଁ ଏହି ନୀତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ।

ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ପରାମର୍ଶ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, କୃଷି ବିଭାଗ, ଏନଆରଏଲଏମ, ହିତାଧିକାରୀ, ନୀତି ନିର୍ମାତା ଏବଂ ଗବେଷକ ଅନୁଷ୍ଠାନର ଅଧିକାରୀ ସମେତ ଏନଜିଓ ଏବଂ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ପରାମର୍ଶ ସମୟରେ ହିତାଧିକାରୀମାନେ ଏନସିଡବ୍ଲ୍ୟୁକୁ ସମସ୍ତ ରାଜ୍ୟକୁ ଏକ ଆଡଭାଇଜରି ଜାରି କରିବାକୁ ଅପିଲ କରିଥିଲେ । ଯଦ୍ବାରା ଏହା ନିଶ୍ଚିତ କରାଯାଇପାରିବ କି ମହିଳାମାନେ କୌଣସି ସୁଧ କିମ୍ବା ବନ୍ଧକ ବିନା ଋଣ ପାଇପାରିବେ । କାରଣ ଅନେକ ମହିଳା ଜମିର ମାଲିକ ନଥିବା ବେଳେ ଅନେକ ଭାଗଚାଷୀ ରୂପେ କାର୍ଯ୍ୟ କରିଥାନ୍ତି ।

ସେହିପରି ମନରେଗା ଭଳି ଯୋଜନାରେ ଅନ୍ତର୍ଗତ ମହିଳାମାନଙ୍କୁ ଜବ କାର୍ଡ ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।

“2017-18ର ଅର୍ଥନୈତିକ ସର୍ଭେରୁ ଜଣାପଡିଛି ଯେ, ଗ୍ରାମାଞ୍ଚଳରୁ ଅଧିକାଂଶ ପୁରୁଷ ସହରାଞ୍ଚଳକୁ ସ୍ଥାନାନ୍ତରିତ ହୋଇଛନ୍ତି । ଯାହାଫଳରେ କୃଷି ଉଦ୍ୟୋଗୀ ଏବଂ କୃଷି ଶ୍ରମିକ ଭାବରେ ମହିଳାମାନେ ଆଗକୁ ଆସିଥିଲେ । ଏଭଳି ପରିସ୍ଥିତିରେ କୃଷି କ୍ଷେତ୍ରକୁ 'ନାରୀବାଦ' ବୋଲି କୁହାଯାଇଛି । ତେବେ କୃଷି କ୍ଷେତ୍ରରେ ମହିଳାଙ୍କ ବିଶେଷ ଅବଦାନ ରହିବା ସହ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଆୟୋଗ କହିଛି ।

ଆୟୋଗ ପକ୍ଷରୁ ଆୟୋଜିତ ଏହି ପରାମର୍ଶ କାର୍ଯ୍ୟକ୍ରମର ଏକମାତ୍ର ଉଦ୍ଦେଶ୍ୟ ଥିଲା ଯେ, କୃଷି କ୍ଷେତ୍ରରେ ମହିଳା ମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସାମ୍ନାକୁ ଆଣିବା ଏବଂ ଅଂଶଗ୍ରହଣକୁ ସମର୍ଥନ କରିବା । ତେବେ ଏହି କ୍ଷେତ୍ରରେ ମହିଳାଙ୍କ ପାଇଁ ସଶକ୍ତ ରାସ୍ତା ସୃଷ୍ଟି କରିବା ପାଇଁ ଲିଙ୍ଗଗତ ସମାନତା ନୀତିର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପରାମର୍ଶ ଦିଆଯାଇଥିଲା ଯେ ଚାଷ କ୍ଷେତ୍ରରେ ଲିଙ୍ଗଗତ ମଜୁରୀ ବ୍ୟବଧାନକୁ ଦୂର କରିବା ସହିତ ଏକ ସର୍ବଭାରତୀୟ ସାର୍ବଜନୀନ ବିତରଣ ଯୋଜନା (universal Public Distribution Scheme (ପିଡିଏସ)) କାର୍ଯ୍ୟକାରୀ କରାଯାଇପାରିବ ।

କୃଷି କ୍ଷେତ୍ରରେ ମହିଳାଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିବାକୁ ଆୟୋଗର ଏହା ଏକ ପ୍ରୟାସ । ସାଧାରଣତଃ ଗ୍ରାମୀଣ ଅର୍ଥନୀତି ଏବଂ ଏହାର ସହଯୋଗୀ କ୍ଷେତ୍ରଗୁଡିକ କାହାର ଦୃଷ୍ଟିଗୋଚର ହୋଇନଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.