ETV Bharat / bharat

ମହାରାଷ୍ଟ୍ର ମନ୍ଦିର ଖୋଲିବା ବିବାଦରେ ପାୱାରଙ୍କ ଏଣ୍ଟ୍ରି, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି - ମହାରାଷ୍ଟ୍ର ମନ୍ଦିର ଖୋଲିବା ବିବାଦ

ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ବିବାଦରେ ଏଣ୍ଟ୍ରି ମାରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଶରଦ ପାୱାର ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଏକ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ମନ୍ଦିର ଖୋଲିବା ବିବାଦରେ ପାୱାରଙ୍କ ଏଣ୍ଟ୍ରି, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

author img

By

Published : Oct 13, 2020, 9:22 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ବିବାଦକୁ ନେଇ ରାଜନୀତି ଜୋର ଧରିଛି । ଏହି ବିବାଦରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ହିନ୍ଦୁତ୍ବର ଆଇନା ଦେଖାଇଥିବାବେଳେ ଉଦ୍ଧବ ନିଜର ହିନ୍ଦୁତ୍ବର ପରିଚୟ ଦେବା ପାଇଁ ପ୍ରମାଣ ପତ୍ରର ଆବଶ୍ୟକତା ନଥିବା କହିଛନ୍ତି । ଏହି ମଧ୍ୟରେ ଘଟଣାରେ ଏଣ୍ଟ୍ରି ମାରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର ।

ମହାରାଷ୍ଟ୍ର ମନ୍ଦିର ଖୋଲିବା ବିବାଦରେ ପାୱାରଙ୍କ ଏଣ୍ଟ୍ରି, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି
ମହାରାଷ୍ଟ୍ର ମନ୍ଦିର ଖୋଲିବା ବିବାଦରେ ପାୱାରଙ୍କ ଏଣ୍ଟ୍ରି, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଶରଦ ପାୱାର ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଏକ ଚିଠି ଲେଖିଛନ୍ତି । ପାୱାର ଟ୍ବିଟ କରି କହିଛନ୍ତି, ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜନସାଧାରଣଙ୍କ ପାଇଁ ଏକ ଧାର୍ମିକ ସ୍ଥାନ ଖୋଲିବାକୁ ହସ୍ତକ୍ଷେପ ଦାବି କରିଛନ୍ତି। ଗଣମାଧ୍ୟମ ମାଧ୍ୟମରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ବିଷୟରେ ମୁଁ ଜାଣିଲି। ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣର ସ୍ଥିତି ଏବଂ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ଆଲୋକପାତ କରାଯାଇଛି। ସେ ଲେଖିଛନ୍ତି ଯେ ରାଜ୍ୟରେ ଅନେକ ଧାର୍ମିକ ସ୍ଥାନ ଅଛି, ଯେଉଁଠାରେ ବହୁ ଜନସମାଗମ ହୁଏ ।

ମୁମ୍ବାଇର ସିଦ୍ଧିବିନାୟକ, ଶିରିଡି ସାଇ ମନ୍ଦିରର ଉଦାହରଣ ଦେଇ ପାୱାର କହିଛନ୍ତି ଯେ ସାଧାରଣ ଦିନରେ ଏଠାରେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳେ। ଏଗୁଡିକ ଏପରି କିଛି ସ୍ଥାନ ଯେଉଁଠାରେ ଦୁଇ ଗଜ ଦୂରତା ଅବଲମ୍ବନ କରିବା ଅସମ୍ଭବ ହେବ। ରାଜ୍ୟପାଳଙ୍କ ଚିଠିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପାୱାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.